Lawyer Pitavas murder case: ଆଇନଜୀବୀ ପୀତବାସ ହତ୍ୟାକାଣ୍ଡ, ମଦନକୁ ଛାଡ଼ି ସବୁ ଅଭିଯୁକ୍ତ ହାଜର

Advertisment

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ଅଭିଯୁକ୍ତମାନଙ୍କୁ ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ଙ୍କ ‌କୋର୍ଟରେ ହାଜର କରାଯାଇଥିଲା। କେବଳ ମଦନ ଦଳାଇଙ୍କୁ ଛାଡ଼ି ଅନ୍ୟ ସମସ୍ତ...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ଅଭିଯୁକ୍ତମାନଙ୍କୁ ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ଙ୍କ ‌କୋର୍ଟରେ ହାଜର କରାଯାଇଥିଲା। କେବଳ ମଦନ ଦଳାଇଙ୍କୁ ଛାଡ଼ି ଅନ୍ୟ ସମସ୍ତ...

Untitled-13

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ଅଭିଯୁକ୍ତମାନଙ୍କୁ ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ଙ୍କ ‌କୋର୍ଟରେ ହାଜର କରାଯାଇଥିଲା। କେବଳ ମଦନ ଦଳାଇଙ୍କୁ ଛାଡ଼ି ଅନ୍ୟ ସମସ୍ତ ଅଭିଯୁକ୍ତ ହାଜର ହୋଇଥିଲେ। ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ପୁଲିସ ପ୍ରାଥମିକ ଚାର୍ଜସିଟ୍‌ ଦେଇସାରିଛି। ତେଣୁ ନିୟମାନୁଯାୟୀ ମାମଲାଟି ଏମ୍‌ପି/ଏମ୍‌ଏଲ୍‌ଏଙ୍କ ମାମଲା ବିଚାରଣା ପାଇଁ ଉଦ୍ଦିଷ୍ଟ ତୃତୀୟ ଏଡିଜେ କୋର୍ଟକୁ ସ୍ଥାନାନ୍ତର ହେବ। ଏଥିପାଇଁ ଆଜି ଫିଜିକାଲ୍‌ କମିଟ୍‌ମେଣ୍ଟ ପ୍ରକ୍ରିୟା ସମ୍ପାଦିତ ହେବାର ଥିଲା।

Eliminating poverty: ‘ଗରିବୀ ହଟାଇବାକୁ ସାହସ, ଧୈର୍ଯ୍ୟ, ନିରନ୍ତର ଉଦ୍ୟମ ଆବଶ୍ୟକ’

ସେଥିପାଇଁ ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ରହିଥିଲା। ସକାଳ ୧୦ଟାରେ ଫୁଲବାଣୀ ଜେଲ୍‌ରୁ ପୂର୍ବତନ ମେୟର ପିଣ୍ଟୁ ଦାସଙ୍କୁ କଡ଼ା ସୁରକ୍ଷାରେ ବ୍ରହ୍ମପୁର କୋର୍ଟକୁ ଅଣାଯାଇଥିଲା। ଅନ୍ୟମାନଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଅଣାଯାଇଥିଲା। କିନ୍ତୁ ଅନ୍ୟତମ ଅଭିଯୁକ୍ତ ମଦନ ଦଳାଇ ଅସୁସ୍ଥ ଥିବାରୁ ସେ ହାଜର ହୋଇ ପାରିନଥିବା ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ। ଯେ‌ହେତୁ ଫିଜିକାଲ୍‌ କମିଟ୍‌ମେଣ୍ଟ୍‌ ବେଳେ ସମସ୍ତ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ହାଜିରା ଜରୁରି, ତେଣୁ ଏଥିପାଇଁ ଆସନ୍ତା ୬ ତାରିଖକୁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଗତ ଜାନୁଆରି ୧୯ ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ପକ୍ଷରୁ ଜେଲ୍‌ରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ମାମଲାର କମିଟ୍‌ମେଣ୍ଟ୍‌ ହୋଇଥିଲା।

Coastal protection: ସୁରକ୍ଷା ଲୋଡୁଛି ଉପକୂଳୀୟ ସୁରକ୍ଷା କବଚ

 
ଏଥିସହ ଅଭିଯୁକ୍ତ ମଳୟ ବିଷୋୟୀଙ୍କ ଆଇନଜୀବୀଙ୍କ ପକ୍ଷରୁ ଏକ ପିଟିସନ୍ ଦାଖଲ ହୋଇଥିଲା। ତାଙ୍କ ଦୁଇ ଗୋଡ଼ରେ ଆଘାତ ଲାଗି ପଚିଯାଇଥିବାରୁ  ଉନ୍ନତମାନର ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯିବା ନେଇ ତାଙ୍କ ଆଇନଜୀବୀ କୋର୍ଟକୁ ଜଣାଇଥିଲେ। ଅନ୍ୟପ‌କ୍ଷରେ ଘରେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ଶୂନ୍ୟଚନ୍ଦ୍ର ଦାସଙ୍କ ସହ ଅନ୍ୟତମ ଅଭିଯୁକ୍ତ ରାଜେନ୍ଦ୍ର ସାହୁ ଆଜି ଜିଲ୍ଲା ‌ଦୌରାଜଜ୍‌ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଅଦାଲତ ଜାମିନ ଆବେଦନକୁ ଗ୍ରହଣ କରିଥିଲା ବେଳେ ଆସନ୍ତା ୬ ତାରିଖକୁ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe