University: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ... ଅତିଥି ଅଧ୍ୟାପିକା, ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ

Advertisment

ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ (ଏମ୍‌ଏସ୍‌ସିବିୟୁ)ରେ ଅତିଥି ଅଧ୍ୟାପିକାଙ୍କ ସହିତ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯିବା ଭଳି ସଙ୍ଗିନ ଅଭିଯୋଗ ସାମନାକୁ ଆସିଛି।

ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ (ଏମ୍‌ଏସ୍‌ସିବିୟୁ)ରେ ଅତିଥି ଅଧ୍ୟାପିକାଙ୍କ ସହିତ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯିବା ଭଳି ସଙ୍ଗିନ ଅଭିଯୋଗ ସାମନାକୁ ଆସିଛି।

adgdgcvvcvc

Photograph: (www.nou.nic.in)

ବାରିପଦା: ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ (ଏମ୍‌ଏସ୍‌ସିବିୟୁ)ରେ ଅତିଥି ଅଧ୍ୟାପିକାଙ୍କ ସହିତ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯିବା ଭଳି ସଙ୍ଗିନ ଅଭିଯୋଗ ସାମନାକୁ ଆସିଛି। ତିନିମାସ ମଧ୍ୟରେ ଘଟିଥିବା ଏହି ଦୁଇଟି ଘଟଣା ମଧ୍ୟରୁ ଗୋଟିଏ ଘଟଣାର ତଦନ୍ତ ସରି ରିପୋର୍ଟ ଦାଖଲ ହୋଇଛି। ଅନ୍ୟଟିର ତଦନ୍ତ ଚାଲିଥିବା ଜଣାପଡ଼ିଛି। ହେଲେ, ଏହିଭଳି ସ‌ମ୍ବେଦନଶୀଳ ଘଟଣାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନା ଅନୁସାରେ, ସଂସ୍କୃତ ବିଭାଗର ଜଣେ ଅତିଥି ଅଧ୍ୟାପିକା ବିଭାଗୀୟ ମୁଖ୍ୟଙ୍କ ଅଧୀନରେ ପିଏଚ୍‌ଡି କରୁଛନ୍ତି। ହେଲେ, ବିଭାଗୀୟ ମୁଖ୍ୟ ତାଙ୍କୁ ନିୟମିତ ନିର୍ଯାତନା ଦେଉଥିବା ନେଇ ସେ ଗତ ଅକ୍ଟୋବର ୨୫ରେ ଆଇସିସି (ଇଣ୍ଟରନାଲ୍‌ କମ୍ପ୍ଲେନ କମିଟି)ନିକଟରେ ଅଭିଯୋଗ କରିଥିଲେ।

Police: ରୋଗୀକୁ ଜୋତା ଶୁଙ୍ଘାଇଲା ପୁଲିସ! ବାତ ରୋଗରେ ଆକ୍ରାନ୍ତ ଥିଲେ

ଆଇସିସି ରିପୋର୍ଟ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ
ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି: କୁଳପତି

୩୫ଦିନ ମଧ୍ୟରେ ତଦନ୍ତସାରି କମିଟି ରିପୋର୍ଟ ଦାଖଲ କରିଥିଲେ। ଯେଉଁଥିରେ ଅଭିଯୋଗର ସତ୍ୟତା ଥିବା ଜଣାପଡ଼ିଥିଲା। ହେଲେ, ରିପୋର୍ଟ ଦାଖଲ ହେବାସତ୍ତ୍ବେ ଏପର୍ଯ୍ୟନ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେହିପରି, ଗତ ଡିସେମ୍ବର ୧ ତାରିଖରେ ଓଡ଼ିଆ ବିଭାଗର ଜଣେ ସହକାରୀ ଅଧ୍ୟାପକଙ୍କ ବିରୋଧରେ ପିଜି ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇ ଛାତ୍ରୀ ମଧ୍ୟ ସାକ୍ଷ୍ୟ ଦେଇଛନ୍ତି। ଏହାର ତଦନ୍ତ ଚାଲିଥିବା ବେଳେ କମିଟି ୯୦ ଦିନ ମଧ୍ୟରେ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି। ତେବେ, ଏହି ଦୁଇଟି ଘଟଣାରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଠୋସ୍‌ ପଦ‌କ୍ଷେପ ଗ୍ରହଣ ନ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

SakhiGopal: ସାକ୍ଷୀଗୋପାଳ: ୩ ସ୍ଥାନରେ ଫୁଟିଲା ବୋମା, ଜଣେ ଅଟକ, ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍‌ପି

ଏ ସମ୍ପର୍କରେ କୁଳସଚିବ ସୁମିତା ସିଂ କହିଛନ୍ତି, ସଂସ୍କୃତ ବିଭାଗ ଘଟଣାର ତଦନ୍ତ ରିପୋର୍ଟ ଆଧାରରେ ୨-୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କୁଳାଧିପତିଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ଓଡ଼ିଆ ବିଭାଗ ଘଟଣାର ତଦନ୍ତ ଚାଲିଛି ଏବଂ ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ। ସେହିପରି, କୁଳପତି ପ୍ରମୋଦ କୁମାର ଶତପଥୀ କହିଛନ୍ତି ଯେ ଗେଜେଟ୍‌ ନୋଟିଫିକେସନ୍‌ ଅନୁଯାୟୀ ଆଇସିସି ଗଠନ ହୋଇଛି। ତଦନ୍ତ ରିପୋର୍ଟ ଅନୁଯାୟୀ ପର୍ଯ୍ୟାୟକ୍ରମେ କାର୍ଯ୍ୟାନୁଷ୍ଠାନ ହେଉଛି। ଆବଶ୍ୟକ ପଡ଼ିଲେ ବିଭାଗୀୟ ମୁଖ୍ୟଙ୍କୁ ପଦବିରୁ ଅବ୍ୟାହତି ଦିଆଯିବ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ 
କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe