Advertisment

May the new generation: ‘କାହ୍ନୁଚରଣଙ୍କ ସମାଜସେବାରେ ନୂତନ ପିଢ଼ି ଅନୁପ୍ରାଣିତ ‌ହୁଅନ୍ତୁ’

Advertisment

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ କାହ୍ନୁଚରଣ ଲେଙ୍କା ସ୍ମୃତିସଭା ଆଜି ରୁଦ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପତି ଯୋଗଦେଇ ସ୍ୱର୍ଗତ.....

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ କାହ୍ନୁଚରଣ ଲେଙ୍କା ସ୍ମୃତିସଭା ଆଜି ରୁଦ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପତି ଯୋଗଦେଇ ସ୍ୱର୍ଗତ.....

Untitled-15

ବାଲିଅନ୍ତା ବଜାର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ କାହ୍ନୁଚରଣ ଲେଙ୍କା ସ୍ମୃତିସଭା ଆଜି ରୁଦ୍ରପୁରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପତି ଯୋଗଦେଇ ସ୍ୱର୍ଗତ ଲେଙ୍କାଙ୍କ ନିଷ୍ଠାପର ସମାଜସେବା ଏବଂ ରାଜନୈତିକ ଆଦର୍ଶରେ ନୂତନ ପିଢ଼ିର ରାଜନେତାମାନେ ଅନୁପ୍ରାଣିତ ହେବା ଉଚିତ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଯୋଗ ଦେଇ କହିଲେ, ଶ୍ରୀ ଲେଙ୍କା ଜଣେ ଦକ୍ଷ ରାଜନେତା, ସୁସଂଗଠକ ତଥା ନିର୍ବିବାଦୀୟ ବ୍ୟକ୍ତିତ୍ୱ ଥିଲେ ବୋଲି ମତବ୍ୟକ୍ତ କରିଥିଲେ।

Blood donation: ଓୟୁଏଟିରେ ରକ୍ତଦାନ ଶିବିର; ୫୬ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ିଶାର ବିକାଶ ତଥା ସାଧାରଣ ଖଟିଖିଆ ଓ ଚାଷୀକୂଳର ସମସ୍ୟା ସମାଧାନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ରାଜ୍ୟ ନିର୍ମାଣରେ ତାଙ୍କର ବଳିଷ୍ଠ ଯୋଗଦାନକୁ କେବେବି ଭୁଲି ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ସ୍ବର୍ଗତ ଲେଙ୍କାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଲେଙ୍କା ଓ ପୁତ୍ର ସତ୍ୟବ୍ରତ ଲେଙ୍କା ଉପସ୍ଥିତ ରହିଥିଲେ। କାହ୍ନୁ ଲେଙ୍କାଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉନ୍ମୋଚିତ ହୋଇଥିବା ଏହି ଜୀବନୀ ପୁସ୍ତକ ମାଧ୍ୟମରେ ଆଗାମୀ ପିଢ଼ି ତାଙ୍କର ସଂଘର୍ଷମୟ ଓ ପ୍ରେରଣାଦାୟକ ଜୀବନ ବିଷୟରେ ଅନେକ କିଛି ଜାଣିପାରିବେ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ। ସ୍ବର୍ଗତ ଲେଙ୍କା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପି ଭି ନରସିଂହରାଓଙ୍କ ମନ୍ତ୍ରୀମଣ୍ଡଳରେ କୃଷି ଓ ରେଳ ରାଷ୍ଟ୍ରମନ୍ତ୍ରୀ ରହିବା ସହିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ବ ବିଭାଗ କ୍ୟାବିନେଟ ମନ୍ତ୍ରୀ ଥିଲେ। 
ଏହି ସ୍ମୃତି ସଭାରେ ଏକାମ୍ର ବିଧାୟକ ବାବୁ ସିଂ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବାରବାଟୀ ବିଧାୟକା ସୋଫିଆ ଫିର୍‌ଦୋସ, ସ୍ଥାନୀୟ କର୍ପୋରେଟର ସୁକୁମାର ସାହୁ, ବଂଶୀଧର ଭୋଳଙ୍କ ସହ ଦଳମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନେତା, ବୁଦ୍ଧିଜୀବୀ ଓ ସମର୍ଥକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe