Naveen's: ୧୦ ଜିଲ୍ଲା ପରିଷଦ ସଭାପତିଙ୍କ ସହ ନବୀନଙ୍କ ଆଲୋଚନା

Advertisment

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୧୦ ଜିଲ୍ଲା ପରିଷଦ ସଭାପତିଙ୍କ ସହ ସେମାନଙ୍କ ଜିଲ୍ଲାର ବିକାଶ କାମ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା....

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୧୦ ଜିଲ୍ଲା ପରିଷଦ ସଭାପତିଙ୍କ ସହ ସେମାନଙ୍କ ଜିଲ୍ଲାର ବିକାଶ କାମ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା....

Untitled-7

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୧୦ ଜିଲ୍ଲା ପରିଷଦ ସଭାପତିଙ୍କ ସହ ସେମାନଙ୍କ ଜିଲ୍ଲାର ବିକାଶ କାମ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି। ଜିଲ୍ଲା ପରିଷଦ ସଭାପତିମାନେ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ରାଜ୍ୟ ସରକାର ହଡ଼ପ କରି ପ୍ରଶାସନକୁ ଦେଇଥିବାରୁ ତୃଣମୂଳସ୍ତରରେ ସୃଷ୍ଟି ହେଉଥିବା ଅସନ୍ତୋଷ ବିଷୟରେ ନବୀନଙ୍କୁ ଅବଗତ କରିଥିଲେ।

Subhadra yojana: ୪ ଲକ୍ଷରୁ ଅଧିକ ମହିଳା ପାଇଲେ ‘ସୁଭଦ୍ରା’ ଟଙ୍କା‌: ପ୍ରଦାନ କରାଗଲା ୩୧୫ କୋଟି ଟଙ୍କାରୁ ଅଧିକ ସହାୟତା ରାଶି

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଶ୍ରୀ ପଟ୍ଟନାୟକ ନାପସନ୍ଦ କରିବା ସହ ଏଥିପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ସରକାର ଅନେକ ସକାରାତ୍ମକ ପଦକ୍ଷେପ ନେଇଥିଲା। କୌଣସି ପରିସ୍ଥିତିରେ ବି ପଞ୍ଚାୟତକୁ ଦୁର୍ବଳ କରିବା ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ବିକାଶ କାମ ଜାରି ରଖ।

Supreme Court: ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ: ଶ୍ରୀପଞ୍ଚମୀରେ ପୂଜା ଓ ନମାଜପାଠ

ଏତଦ୍‌ବ୍ୟତୀତ ନିଜ ନିଜ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବାକୁ ଶ୍ରୀ ପଟ୍ଟନାୟକ ଜିଲ୍ଲା ପରିଷଦ ସଭାପତିଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ନାରାୟଣ ପ୍ରଧାନ, କଟକର କିଶୋର ଚନ୍ଦ୍ର ମିଶ୍ର, ବଲାଙ୍ଗୀରର ଦେବକୀ ସାହୁ, ବରଗଡ଼ର ମାନିନୀ ଭୋଇ, ମାଲକାନଗିରିର ସମାରି ଟାଙ୍ଗୁଲୁ, ଅନୁଗୁଳର ବବିତା ପ୍ରଧାନ, ଗଞ୍ଜାମର ଅଞ୍ଜଳି ସ୍ୱାଇଁ, ଜଗତସିଂହପୁରର  ମନୋରଞ୍ଜନ ଭୋଇ, ନୟାଗଡ଼ର ଦେବାଶିଷ ପଟ୍ଟନାୟକ ଓ ନବରଙ୍ଗପୁରର ମୋତିରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe