Advertisment

SIR: ଏପ୍ରିଲ ପହିଲାରୁ ଏସ୍‌ଆଇଆର୍‌: ଓଡ଼ିଶାରେ ୯୦% ଭୋଟରଙ୍କ ନାମ ମ୍ୟାପିଂ ହୋଇସାରିଛି

Advertisment

ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ସଘନ ସଂଶୋଧନ)। ୨୪ ବର୍ଷ ପରେ ରାଜ୍ୟ‌ରେ ଏହି ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା କରାଯାଉଛି। ରାଜ୍ୟରେ ଭୋଟର ତାଲିକାକୁ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏହି ପ୍ରକ୍ରିୟା କରାଯାଉଥିବା ସୂଚନା ଦେଇଛନ୍ତି....

ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ସଘନ ସଂଶୋଧନ)। ୨୪ ବର୍ଷ ପରେ ରାଜ୍ୟ‌ରେ ଏହି ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା କରାଯାଉଛି। ରାଜ୍ୟରେ ଭୋଟର ତାଲିକାକୁ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏହି ପ୍ରକ୍ରିୟା କରାଯାଉଥିବା ସୂଚନା ଦେଇଛନ୍ତି....

sir

sir

ଭୁବନେଶ୍ବର: ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ଏସ୍‌ଆଇଆର୍‌ (ସ୍ବତନ୍ତ୍ର ସଘନ ସଂଶୋଧନ)। ୨୪ ବର୍ଷ ପରେ ରାଜ୍ୟ‌ରେ ଏହି ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା କରାଯାଉଛି। ରାଜ୍ୟରେ ଭୋଟର ତାଲିକାକୁ ସ୍ବଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏହି ପ୍ରକ୍ରିୟା କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌ ଏସ୍‌ ଗୋପାଳନ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଲେ, ୨୦୨୫ ମସିହା ଭୋଟର ତାଲିକାକୁ ୨୦୦୨ ରୋଲ୍‌ ସହିତ ମ୍ୟାପିଂ କରାଯାଉଛି। ଏଥିରେ ଭୋଟରଙ୍କ ସଂପୂର୍ଣ୍ଣ ନାଁ, ପିତାମାତା କିମ୍ବା ସଂପର୍କୀୟଙ୍କ ନାଁ, ବୟସ, ଜନ୍ମ ତାରିଖ, ମତଦାନ କେନ୍ଦ୍ର ଓ ଇପିଆଇସି ବିବରଣୀର ତଥ୍ୟକୁ ମେଳ କରାଯାଉଛି। ବର୍ତ୍ତମାନସୁଦ୍ଧା ୯୦% ଭୋଟରଙ୍କ ମ୍ୟାପିଂ ଶେଷ ‌ହୋଇଛି। 
ଭୁବନେଶ୍ବର, କଟକ, ବ୍ରହ୍ମପୁର ଭଳି ସହରାଞ୍ଚଳରେ ବାହାରୁ ଆସିଥିବା ଭୋଟରଙ୍କ ମ୍ୟାପିଂ କଷ୍ଟକର ହେଉଛି। ୨୦୦୨ ମସିହା ବେଳକୁ କୌଣସି ବ୍ୟକ୍ତି ଯଦି ଭୋଟର ନ ଥିଲେ, ତା’ ହେଲେ ନିଜର ବାପାଙ୍କ ନାମକୁ ଖୋଜିବାକୁ ହେବ। ଯଦି ବାପା କିମ୍ବା ମା’ଙ୍କ ନାମ ମଧ୍ୟ ଉପଲବ୍ଧ ହେଉନାହିଁ ତା’ ହେଲେ ଜେଜେବାପାଙ୍କ ନାଁ ଖୋଜିବାକୁ ହେବ। ଏସ୍‌ଆଇଆର୍‌ ଆରମ୍ଭ ହେବା ପରେ କ’ଣ କରିବାକୁ ହେବ ତାହାକୁ ଜନସାଧାରଣଙ୍କୁ ସୂଚନା ଦିଆଯିବ। ରାଜ୍ୟର ୯୫% ଲୋକଙ୍କ ମ୍ୟାପିଂ କରିବାକୁ ଚେଷ୍ଟା କରାଯାଉଛି। 
Helicopter Painting: ଇସ୍ରାଏଲ ଇରାନ ହେଲିକପ୍ଟରର ଛବି ଉପରେ ବୋମା ପକାଇଥିଲା କି?
ସେ ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ବିଏଲ୍‌ଓଙ୍କୁ କୌଣସି କାଗଜପତ୍ର ଦେବାର ଆବଶ୍ୟକତା ନାହିଁ। ୨୦୨୫ ମସିହା ଭୋଟର ତାଲିକାରେ ନାଁ ଥିଲେ ଆଉ ଆଧାର କାର୍ଡ ଦେବାର ଆବଶ୍ୟକତା ନାହିଁ। ଯେଉଁମାନଙ୍କର ମ୍ୟାପିଂ ହୋଇସାରିଛି ସେମାନେ କେବଳ ଏମ୍ୟୁନେରେସନ୍‌ ଫର୍ମ ପୂରଣ କରି ବିଏଲ୍‌ଓଙ୍କୁ ପ୍ରଦାନ କରିବେ। ଯେଉଁମାନଙ୍କର ୨୦୦୨ ରୋଲ୍‌ରେ ନାଁ ନାହିଁ ସେମାନଙ୍କୁ ନୋଟିସ୍‌ ଦିଆଯିବ। ଆବଶ୍ୟକ କାଗଜପତ୍ର ଦାଖଲ କଲେ ସେମାନଙ୍କ ନାମ ପଞ୍ଜୀକରଣ କରାଯିବ। ଜଣେ ବ୍ୟକ୍ତି କେବଳ ଗୋଟିଏ ସ୍ଥାନରେ ନିଜର ଭୋଟର କାର୍ଡ ରଖିପାରିବେ। ଇସିଆଇଏନ୍‌ଟି ମୋବାଇଲ ଆପ୍‌-କ୍ୟୁଆର କୋଡ୍‌ ଜରିଆରେ ଭୋଟର ନିଜର ସଂପୂର୍ଣ୍ଣ ବିବରଣୀ ପାଇପାରିବେ। ଯେଉଁମାନେ ଭାରତୀୟ ନାଗରିକ ନୁହନ୍ତି, ସେମାନେ ଚିହ୍ନଟ ହେଲେ ଭୋଟର ତାଲିକାରୁ ସେମାନଙ୍କ ନାଁ କଟାଯିବ। ଏହାସହ କୌଣସି ବ୍ୟକ୍ତିଙ୍କ ଆପତ୍ତି ଅଭିଯୋଗ ରହିଥିଲେ ସେମାନେ ଡ୍ରାଫ୍‌ଟ ରୋଲ୍‌ରେ ଜଣାଇପାରିବେ ବୋଲି ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe