The future of the country: ଗଛମୂଳେ ଗଢ଼ାହେଉଛି ଦେଶର ଭବିଷ୍ୟତ: ତିନିଟି ଜରାଜୀର୍ଣ୍ଣ କୋଠରିରେ ୮ ଶ୍ରେଣୀ, ୪ ଶିକ୍ଷକ

ପାଠ ପଢ଼ିବା ପାଇଁ ଆବଶ୍ୟକ କୋଠରି ନାହିଁ। ପ୍ରଥମରୁ ୮ମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୩ଟି ଜର୍ଜର କୋଠରି। ସେଥିରେ ପୁଣି ଅଫିସ, ମଧ୍ୟାହ୍ନଭୋଜନ ଚାଉଳ ଗୋଦାମ ରହିଛି। ଏଭଳି ସ୍ଥିତିରେ ଗଛତଳେ ପିଲାମାନେ ପଢ଼ିବାକୁ ବାଧ୍ୟ ହେଉଛନ୍ତି।

ffshffshfh

ଚିନ୍ମୟ କୁମାର ତ୍ରିପାଠୀ
ବଣାଇଗଡ଼: ପାଠ ପଢ଼ିବା ପାଇଁ ଆବଶ୍ୟକ କୋଠରି ନାହିଁ। ପ୍ରଥମରୁ ୮ମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୩ଟି ଜର୍ଜର କୋଠରି। ସେଥିରେ ପୁଣି ଅଫିସ, ମଧ୍ୟାହ୍ନଭୋଜନ ଚାଉଳ ଗୋଦାମ ରହିଛି। ଏଭଳି ସ୍ଥିତିରେ ଗଛତଳେ ପିଲାମାନେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍‌ ଅନ୍ତର୍ଗତ ସୋଲଗୁଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଏମିତି ଦୁରବସ୍ଥା ଅଭିଭାବକଙ୍କୁ ହତବାକ୍‌ କରିଛି।  
୧୯୫୬ରେ ସ୍ଥାପିତ ଏହି ବିଦ୍ୟାଳୟଟି ୬୯ ବର୍ଷରେ ପହଞ୍ଚିଛି। ପରିତାପର ବିଷୟ ହେଲା ଅଞ୍ଚଳରେ ଶିକ୍ଷାର ଆଲୋକବର୍ତ୍ତିକା ସାଜିଥିବା ଏହି ଶିକ୍ଷାନୁଷ୍ଠାନ ଏବେ ନିଜେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ବର୍ତ୍ତମାନ ବିଦ୍ୟାଳୟରେ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ମୌଳିକ ସୁବିଧା ନାହିଁ।

ତିନିଟି ଜରାଜୀର୍ଣ୍ଣ କୋଠରିରେ ୮ ଶ୍ରେଣୀ, ୪ ଶିକ୍ଷକ
ଆଜ୍‌ବେଷ୍ଟସ୍‌ ଘରେ ରୋଷେଇ, ମୁକ୍ତାକାଶ ଶୌଚାଳୟ

Leopard Terror: ରାସ୍ତାରେ ଘୂରି ବୁଲୁଛି ମୃତ୍ୟୁ: ଆତଙ୍କରେ ମୁମ୍ବାଇବାସୀ,ରାତିରେ ଏକୁଟିଆ ବାହାରକୁ ଗଲେ ଜୀବନ ଯିବ

Illegal sale of abortion pills: ବେଆଇନ ଗର୍ଭପାତ ବଟିକା ବିକ୍ରି: ରାଜ୍ୟବ୍ୟାପୀ ଔଷଧ ଦୋକାନ ଉପରେ ଚଢ଼ଉ, ଶହେରୁ ଅଧିକ ଚଢ଼ଉ, ଲାଇସେନ୍‌ସ ବାତିଲ ସୁପାରିସ

ବିଦ୍ୟାଳୟରେ ଶ୍ରେଣୀ କୋଠରି, ଶୌଚାଳୟ ଓ ରୋଷେଇଘର ପାଇଁ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅବଗତ କରାଯାଇଥିଲେ ସୁଦ୍ଧା ସୁଫଳ ମିଳିନାହିଁ। ଫଳରେ ପିଲାମାନେ ଗଛମୂଳରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ପୂଜା ପୂର୍ବରୁ ବ୍ଲକ୍‌ ପକ୍ଷରୁ ଉକ୍ତ କୋଠରିଗୁଡ଼ିକର ମରାମତି ଆରମ୍ଭ ହୋଇଥିଲା। ତାହା ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ରହିଛି। ଏକ ଆଜ୍‌ବେଷ୍ଟସ୍‌ ଘରେ ଅସୁରକ୍ଷିତ ପରିବେଶରେ ରୋଷେଇ ହେଉଛି। ବିଦ୍ୟାଳୟରେ ଶିକ୍ଷକ ଅଭାବ ଆଉ ଗୋଟିଏ ସମସ୍ୟା। ୮ଟି ଶ୍ରେଣୀକୁ ଅଛନ୍ତି ମାତ୍ର ୪ ଜଣ ଶିକ୍ଷକ। ତେଣୁ ପାଠପଢ଼ା କିପରି ହେଉଥିବା ତାହା ସହଜରେ ଅନୁମେୟ। ଏ ନେଇ ଗୁରୁଣ୍ଡିଆ ଗୋଷ୍ଠୀ ଶିକ୍ଷାଧିକାରୀ ଭଗବାନ ବାଙ୍କିରାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଆମେ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦେବୁ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଉନ୍ନତି କ୍ଷେତ୍ରରେ ଯେମିତି ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନବାନ ହେବୁ ବୋଲି କହିଥିଲେ। ଉପାନ୍ତ ଅଞ୍ଚଳର ଏହି ମଣିଷ ତିଆରି କାରଖାନା ପ୍ରତି ଜନପ୍ରତିନିଧି ଓ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ଅଭିଭାବକ ମହଲ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe