ଭୁବନେଶ୍ବର: ଗତ ୫ଦିନ ହେଲା ଉଭୟ ବିଜେଡି ଓ କଂଗ୍ରେସ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରୁଥିଲେ। ଆଜି ବି ବିଜେଡି ବିଧାୟକମାନେ ସମାନ ପ୍ରସଙ୍ଗରେ ଅଡ଼ି ବସିଥିଲେ। କିନ୍ତୁ କଂଗ୍ରେସ ଧାନ କିଣା ପ୍ରସଙ୍ଗରୁ ହଟି ସାରା ବିଶ୍ବରେ ଚର୍ଚ୍ଚିତ ଏପଷ୍ଟିନ୍ ଫାଇଲ୍ ପ୍ରସଙ୍ଗ ଉଠାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ବିଫଳ ହୋଇଥିଲା। ଫଳରେ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ସାତ ଦିନ ମଧ୍ୟରୁ ଛଅ ଦିନ ବରବାଦ ହୋଇଗଲାଣି। ଆସନ୍ତାକାଲି ମଧ୍ୟ ସ୍ଥିତି ସୁଧୁରିବାର ସମ୍ଭାବନା କମ୍।
May the new generation: ‘କାହ୍ନୁଚରଣଙ୍କ ସମାଜସେବାରେ ନୂତନ ପିଢ଼ି ଅନୁପ୍ରାଣିତ ହୁଅନ୍ତୁ’
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସ ବିଧାୟକମାନେ ହାତରେ ଏପଷ୍ଟିନ ଫାଇଲ୍ ଏବଂ ଆମେରିକା ସହ ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତୀୟ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗକୁ ଆସିଥିଲେ। ସେଥିରେ ଲେଖାଥିଲା ‘ଏପଷ୍ଟିନ ଫାଇଲରେ ନାଁ ଆସିଲା, ହରଦୀପ ସିଂ ପୁରିଙ୍କ ଇସ୍ତଫା ଦେବା ଆମର ଦାବି’, ‘ରାହୁଲ ଗାନ୍ଧୀଙ୍କୁ ସଂସଦରେ ଅପମାନଜନକ ଶବ୍ଦ ବ୍ୟବହାର କରିବା ପ୍ରତିବାଦରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଇସ୍ତଫା ଆମର ଦାବି’। କଂଗ୍ରେସ ସଭ୍ୟମାନେ ଏହି ସ୍ଲୋଗାନ୍ ଦେଇ ଗୃହ କମ୍ପାଇଥିଲେ। ବିଜେଡି ବିଧାୟକମାନେ ଧାନ କିଣାରେ ଅବ୍ୟବସ୍ଥା, ଚାଷୀଙ୍କ ପ୍ରତି ଅବହେଳା ପ୍ରସଙ୍ଗ ଉଠାଇ ହୋହଲ୍ଲା କରିବା ସହ ଗୃହ ମଧ୍ୟରେ ଥିବା ରିପୋଟର୍ସ ଟେବୁଲ୍ରେ ଚଢ଼ି ନାରାବାଜି କରିଥିଲେ। ଉଭୟ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କର ଆନ୍ଦୋଳନ ତୀବ୍ର ଧରିବାରୁ ପ୍ରଥମାର୍ଦ୍ଧରେ ମାତ୍ର ୨୦ମିନିଟ ଗୃହ ଚାଲିଥିଲା। ବାଚସ୍ପତି ସୁରମା ପାଢ଼ୀ ଓ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ବିଭିନ୍ନ ପର୍ଯ୍ୟାୟରେ ୩ଥର ମୁଲତବୀ ଘୋଷଣା କରିବା ପରେ ମଧ୍ୟାହ୍ନ ୧୨ଟା ୪୩ରେ ଅପରାହ୍ନ ୪ଟା ଯାଏ କରିଥିଲେ। ଶୂନ୍ୟକାଳ ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି କିଛି ଫଳାଫଳ ବାହାରି ନଥିଲା। ଆଜିକୁ ମିଶାଇ ଦୁଇ ଥର ସର୍ବଦଳୀୟ ବୈଠକ ବିନା ନିଷ୍କର୍ସରେ ଶେଷ ହେଉଛି।
The path : ସୌନ୍ଦର୍ଯ୍ୟ ଫେରିପାଇବ ଜନପଥ
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର ଏପଷ୍ଟାଇନ ଫାଇଲ ଓ ଆମେରିକା ସହ ହୋଇଥିବା ବାଣିଜ୍ୟ ଚୁକ୍ତି ପ୍ରସଙ୍ଗ ଉଠାଇବା ସହ ଚାଷୀମାନଙ୍କ ପ୍ରତି ଅନ୍ୟାୟ କଥା ମଧ୍ୟ କହିଥିଲେ। ଶ୍ରୀ କାଡ଼ାମ କିଛି କେନ୍ଦ୍ରୀୟ ନେତାଙ୍କ ନାଁ ନେଇଥିଲେ। ଶାସକ ଦଳ ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ସନାତନ ବିଜୁଳି ଏଥିରେ ଆପତ୍ତି ଉଠାଇଥିଲେ। ସେମାନେ କହିଥିଲେ, ଯେଉଁମାନେ ଗୃହର ସଦସ୍ୟ ନୁହନ୍ତି ତାଙ୍କ ନାମ କାହିଁକି ଏଠାରେ ଉଠୁଛି। ସେସବୁକୁ ତୁରନ୍ତ ଗୃହ ବିବରଣୀରୁ ବାଦ୍ ଦିଆଯାଉ। ଶାସକ ଦଳ ବିଧାୟକ ଅଶୋକ କୁମାର ମହାନ୍ତି ଓ ଓମ୍ ପ୍ରକାଶ ମିଶ୍ର କହିଥିଲେ, ସରକାରୀ ଚାଷୀ ଏବଂ ଧାନ କିଣା ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ହେଲେ ବିରୋଧୀ ଶସ୍ତା ରାଜନୀତି କରୁଥିବାରୁ ଏନେଇ ଆଲୋଚନା କରିବାକୁ ଚାହୁଁନାହାନ୍ତି। ଗୃହକୁ ଅଯଥାରେ ବିଭ୍ରାନ୍ତ କରୁଛନ୍ତି। ବିଜେଡି ସରକାର ୨୪ବର୍ଷରେ ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିପାରିଲେନି। ୨୪ବର୍ଷରେ ଗୋଟିଏ ବି ମଡେଲ ମଣ୍ଡି କରିପାରିଲେନି। ବିଜେପି ସରକାର ଆସିବା ଦିନରୁ ଚାଷୀଙ୍କର ଆୟ ବଢ଼ିବା ସହ ପୂର୍ବ ସରକାର ତୁଳନାରେ ଅଧିକ ଚାଷୀଙ୍କ ଠାରୁ ଅଧିକ ଧାନ କିଣାଯାଇଛି। ୪ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି କହିଥିଲେ, କଂଗ୍ରେସ ବିଧାୟକ ଦଳ ନେତା ଯେଉଁମାନଙ୍କ ନାମ ଶୂନ୍ୟକାଳରେ ନେଇଥିଲେ ସେମାନେ ଗୃହର ସଦସ୍ୟ ନଥିବାରୁ ସେମାନଙ୍କ ଉପରେ ମନ୍ତବ୍ୟ ଦେବା ନିୟମ ବିରୋଧୀ। ସେ ଉଠାଇଥିବା ପ୍ରସଙ୍ଗ ବି ରାଜ୍ୟ ସ୍ବାର୍ଥ ସମ୍ବଳିତ ନୁହେଁ। ତେଣୁ ତାହାକୁ ଗୃହ ବିବରଣୀରୁ ବାଦ୍ ଦିଆଗଲା। ଗଣମାଧ୍ୟମରେ ଏହି ଖବର ପ୍ରକାଶନ ଉପରେ ବାଚସ୍ପତି ରୋକ୍ ଲଗାଇଥିଲେ।
ଅପରାହ୍ନରେ ବି ଗୃହରେ ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ବିରୋଧୀ ଦଳ ଗୃହ ମଧ୍ୟ ଭାଗରେ ହୋହଲ୍ଲା ଜାରି ରଖିଥିଲେ। ନାରାବାଜି, ହଟ୍ଟଗୋଳ ଭିତରେ ବାଚସ୍ପତି ବଜେଟ ଉପରେ ଆଲୋଚନା ଆରମ୍ଭ କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଡାକିଥିଲେ। କିନ୍ତୁ ସେମାନେ ଶୁଣି ନଥିଲେ। ଏହା ପରେ ଶାସକ ଦଳ ସଭ୍ୟ ଟଙ୍କଧର ତ୍ରିପାଠୀ ଆଲୋଚନା ଆରମ୍ଭ କରିଥିଲେ। କିନ୍ତୁ ବିରୋଧୀଙ୍କ ହୋହଲ୍ଲା ଭିତରେ ତାଙ୍କ କଥା ଶୁଣାଯାଇ ନଥିଲା। ଗୃହର ସ୍ଥିତି ସ୍ବାଭାବିକ ନହେବାରୁ ବାଚସ୍ପତି ଦୁଇଟି ପର୍ଯ୍ୟାୟରେ ଅଧ ଘଣ୍ଟା ଗୃହକୁ ମୁଲତବୀ ରଖିଲେ। କିନ୍ତୁ ସ୍ଥିତି ସ୍ବାଭାବିକ ନହେବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଗଲା। ଶାସକ ଦଳ ପକ୍ଷରୁ ମାନସ ଦତ୍ତ, ସୀମାରାଣୀ ନାୟକ, ଦୁଷ୍ମନ୍ତ ସ୍ବାଇଁ ଓ ବିଭୂତି ଭୂଷଣ ପ୍ରଧାନ ଆଲୋଚନାରେ ଭାଗ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/24/untitled-17-2026-02-24-08-25-45.jpg)