Youth dies: ଛୁରାମାଡ଼ରେ ଯୁବକ ମୃତ, ଦୁଇ ଗୁରୁତର

Advertisment

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆପଡ଼ାଠାରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ଛୁରାମାଡ଼ରେ ନୂଆପଡ଼ାର ସମନାଥ ମେହେର (୨୯)ଙ୍କର ମୃତ୍ୟୁ ଘଟିିଥିବା‌ବେଳେ ଅମିତ ଭରାସାଗର...

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆପଡ଼ାଠାରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ଛୁରାମାଡ଼ରେ ନୂଆପଡ଼ାର ସମନାଥ ମେହେର (୨୯)ଙ୍କର ମୃତ୍ୟୁ ଘଟିିଥିବା‌ବେଳେ ଅମିତ ଭରାସାଗର...

Untitled-7

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନୂଆପଡ଼ାଠାରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ଛୁରାମାଡ଼ରେ ନୂଆପଡ଼ାର ସମନାଥ ମେହେର (୨୯)ଙ୍କର ମୃତ୍ୟୁ ଘଟିିଥିବା‌ବେଳେ ଅମିତ ଭରାସାଗର (୧୮) ଓ ଜଣେ ନାବାଳକ ଗୁୁରୁତର ଆହତ ହୋଇଛନ୍ତି। ଆହତଦ୍ବୟଙ୍କୁ ଚିକିତ୍ସାପାଇଁ ବୁର୍ଲା ପଠାଯାଇଛି। ଅନ୍ୟ ଜଣେ ନାବାଳକକୁ ପୁଲିସ ଅଟକ ରଖିଛି।

Vigilance: କୋଟିପତି କିରାଣିଙ୍କ ଘରେ ପଶିଲା ଭିଜିଲାନ୍‌ସ


ପୁଲିସର ସୂଚନା ଅନୁସାରେ, ବିନିକା ସହର ନୂଆପଡ଼ା ୮ନମ୍ବର ୱାର୍ଡର ପୋଖରୀ ନିକଟରେ ସମନାଥ ଓ ଉକ୍ତ ତିନିଜଣଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ତିନିଜଣ ସମନାଥଙ୍କୁ ଏକ ଛୁରାରେ ଆକ୍ରମଣ କରିଥିଲେ। ସମନାଥ ମଧ୍ୟ ନିଜକୁ ବଞ୍ଚାଇବାକୁ ଯାଇ ପ୍ରତି ଆକ୍ରମଣ କରିଥିଲେ। ଏଥିରେ ସମନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ। ଜଣେ ଆହତକୁ ବିନିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ପୁଲିସ ଥାନାରେ ଅଟକ ରଖିଛି। ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ପଠାଯାଇଛି। ବିନିକା ଥାନାରେ ମୃତକଙ୍କ ଭାଇ ଗୌତମ ମେହେର ଲିଖିତ ଅଭିଯୋଗ କରିବା

Deendayalji's Ektaatmanabvad: ଦୀନଦୟାଲଜୀଙ୍କ ଏକାତ୍ମମାନବବାଦ ଗରିବଙ୍କ ଉତ୍‌ଥାନ ପାଇଁ ସର୍ବଶ୍ରେଷ୍ଠ ମଡେଲ୍‌: ମୁଖ୍ୟମନ୍ତ୍ରୀ

ପରେ ପୁଲିସ ଏକ ମାମଲା ରୁଜୁ କରିଛି। ଏସ୍‌ଆଇ ମାରୁତ ଚନ୍ଦ୍ର ପଧାନ ଘଟଣାର ତଦନ୍ତ କରୁଛନ୍ତି। ବୁଧବାର ମଧ୍ୟାହ୍ନରେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଆଇଆଇସି ସତ୍ୟନାରାୟଣ ପ୍ରଧାନ ପ୍ରକାଶ କରିଛନ୍ତି।  ସୂଚନାଯୋଗ୍ୟ, ବିନିକା ଥାନା ଅନ୍ତର୍ଗତ କୁଲେରଯୋର ପାଖ ଏକ ବିଲରୁ ଗତ ଡିସେମ୍ବର ମାସରେ ଗୁଲାପଡ଼ାର ପ୍ରକାଶ ମହାନ୍ତି (୩୮)ଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରାଯାଇଥିଲା। ଏବେ ଆଉ ଏକ ହତ୍ୟାକାଣ୍ଡଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe