Free trade: ନ୍ୟୁଜିଲାଣ୍ଡ ସହ ମୁକ୍ତ ବାଣିଜ୍ୟ ରାଜିନାମା

Advertisment

ଦୀର୍ଘ ୯ ମାସର ଆଲୋଚନା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଚୂଡ଼ାନ୍ତ ହୋଇଛି। ଫଳରେ ଭାରତର ଶତ ପ୍ରତିଶତ ରପ୍ତାନି ଶୁଳ୍କ ମୁକ୍ତ ହୋଇଛି।

ଦୀର୍ଘ ୯ ମାସର ଆଲୋଚନା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଚୂଡ଼ାନ୍ତ ହୋଇଛି। ଫଳରେ ଭାରତର ଶତ ପ୍ରତିଶତ ରପ୍ତାନି ଶୁଳ୍କ ମୁକ୍ତ ହୋଇଛି।

Untitled-2

ନୂଆଦିଲ୍ଲୀ: ଦୀର୍ଘ ୯ ମାସର ଆଲୋଚନା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଚୂଡ଼ାନ୍ତ ହୋଇଛି। ଫଳରେ ଭାରତର ଶତ ପ୍ରତିଶତ ରପ୍ତାନି ଶୁଳ୍କ ମୁକ୍ତ ହୋଇଛି। ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ରପ୍ତାନି ଉପରେ ମଧ୍ୟ ଶୁଳ୍କ କମ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରିଷ୍ଟୋଫର ଲୁକ୍ସନ ବୁଝାମଣା ସମ୍ପର୍କରେ ଘୋଷଣା କରିଛନ୍ତି। ବୁଝାମଣା ଅନୁସା‌ରେ ଆସନ୍ତା ୧୫ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡ ଭାରତରେ ୨୦୦୦ କୋଟି ଡଲାର ନିବେଶ କରିବ। ଯଦି ‌ସେଥିରେ ବିଫଳ ହେବ ତେବେ ରାଜିନାମା ଅନୁସାରେ ମିଳୁଥିବା ସବୁ ସୁବିଧା ପ୍ରତ୍ୟାହାର ହୋଇଯିବ। ଗତ ୨୫ ବର୍ଷ ମଧ୍ୟରେ ଭାରତରେ ନ୍ୟୁଜିଲାଣ୍ଡ ୯ ନିୟୁତ ଡଲାରର ପୁଞ୍ଜିନିବେଶ କରିଛି। ନ୍ୟୁଜିଲାଣ୍ଡ ସହ ରାଜିନାମା ସ୍ବାକ୍ଷର ହେଲେ ତାହା ହେବ ୨୦୨୧ ପରେ ଭାରତ ସ୍ବାକ୍ଷର କରିଥିବା ସପ୍ତମ ବାଣିଜ୍ୟ ରାଜିନାମା। ସମ୍ପ୍ରତି ସାରା ବିଶ୍ବରେ ରକ୍ଷଣଶୀଳ ନୀତି ଅନୁସାରେ ବ୍ୟବସାୟ କରାଯାଉଥିବାରୁ ନିଜ ସ୍ବାର୍ଥର ସୁରକ୍ଷା ଲାଗି ଭାରତ ବିଭିନ୍ନ ଦେଶ ସହ ସ୍ବତନ୍ତ୍ର ରାଜିନାମା ସ୍ବାକ୍ଷର କରିବା ଉପରେ ଧ୍ୟାନ ଦେଉଛି। ନ୍ୟୁଜିଲାଣ୍ଡ ସହ ରାଜିନାମା ଆସନ୍ତା ଦୁଇ ତିନି ମାସରେ ସ୍ବାକ୍ଷର ହେବ। କାରଣ ଏଥିପାଇଁ ନ୍ୟୁଜିଲାଣ୍ଡ ସଂସଦର ଅନୁମୋଦନ ଆବଶ୍ୟକ। ଏହି ରାଜିନାମା ଆସନ୍ତା ୬-୭ ମାସରେ କାର୍ଯ୍ୟକାରୀ ହେବ। ଏହି ରାଜିନାମା ଦେଶର ବୟନ, ପୋଷାକ, ଚମଡ଼ାରୁ ପ୍ରସ୍ତୁତ ସାମଗ୍ରୀ, ଜୋତା, ସାମୁଦ୍ରିକ ଉତ୍ପାଦ କ୍ଷେତ୍ର ପାଇଁ ସହାୟକ ହେବ। ଭାରତୀୟ ପେସାଦାରମାନଙ୍କୁ ସାମୟିକ ଭିସା ଜରିଆରେ ନ୍ୟୁଜିଲାଣ୍ଡରେ କାମ କରିବାର ସୁ‌ଯୋଗ ମିଳିବ। ଏକାଥରେ ନ୍ୟୁଜିଲାଣ୍ଡ ୫୦୦୦ ଭିସା ଦେବ ଓ ତିନି ବର୍ଷ ପର୍ଯ୍ୟନ୍ତ ରହଣୀ ଅନୁମତି ପ୍ରଦାନ କରିବ। ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ରାଜିନାମାରୁ କୃଷିଜାତ ଓ ଦୁଗ୍ଧଜାତ କ୍ଷେତ୍ରକୁ ବାହାରେ ରଖାଯାଇଛି। ମଦ ଓ କପା କ୍ଷେତ୍ରରେ ଅଷ୍ଟ୍ରେଲିଆ ସହ ହୋଇଥିବା ଅନ୍ତରୀଣ ଚୁକ୍ତି ଭଳି ପ୍ରସ୍ତାବ ନ୍ୟୁଜିଲାଣ୍ଡକୁ ଦିଆଯାଇଛି।

The silver: କିଟ୍‍ ନହ୍ନିପରୀର ରୌପ୍ୟ ଉଡ଼ାଣ

Ahe Nilashaila: ନୂଆବର୍ଷରେ ପୁଣି ‘ଆହେ ନୀଳଶଇଳ’: ‘ବୁକ୍‌ ମାଇଁ ସୋ’ରେ ଟିକେଟ୍‌ ବୁକିଂ ଆରମ୍ଭ

 ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିପାକ୍ଷିକ ସାମଗ୍ରୀ କାରବାର ୨୦୨୪-୨୫ରେ ୧୩୦ କୋଟି ଡଲାର ଥିଲା। ୨୦୨୪ରେ ଉଭୟ ସାମଗ୍ରୀ ଓ ସେବା କାରବାର ୨୪୦ କୋଟି ଡଲାର ରହିଥିଲା। ସେଥିରୁ କେବଳ ସେବାର ଭାଗ ୧୨୪ କୋଟି ଡଲାର ଥିଲା। ଏହି ରାଜିନାମା ଜରିଆରେ ଭାରତୀୟ କମ୍ପାନିଗୁଡ଼ିକ ନ୍ୟୁଜିଲାଣ୍ଡରେ ସେମାନଙ୍କ ସ୍ଥିତି ମଜଭୁତ କରିବାର ସୁଯୋଗ ପାଇବେ। ଏକ ଆକଳନ ଅନୁସାରେ ୨୦୪୫ ସୁଦ୍ଧା ନ୍ୟୁଜିଲାଣ୍ଡରେ ୨,୫୦,୦୦୦ ଶ୍ରମିକଙ୍କ ଅଭାବ ଦେଖାଦେବ। ସେହି ଅଭାବକୁ ପୂରଣ କରିବା ଲାଗି ଭାରତ ପାଖରେ ସୁଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe