ଯାଜପୁର: ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ବଳରାମପୁର ନିକଟ ନୂଆଗଡ଼ ପାହାଡ଼ରେ ଥିବା ପଥର ଖାଦାନରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ଆଜି ପାହାନ୍ତା ପହରରେ ମୃତ୍ୟୁ ଘଟିଛି।

Advertisment

ଉକ୍ତ ଜଙ୍ଗଲ ଜମିରେ ଦୀର୍ଘ ଦିନ ହେବ ବେଆଇନ ଭାବେ ପଥର ଉତ୍‌ଖନନ କରାଯାଉଥିବା କୁହାଯାଉଛି। ପଥର ମାଫିଆମାନେ ଶ୍ରମିକ ଲଗାଇ ସେଠାରୁ ପଥର ଖୋଳୁଛନ୍ତି।

ଖାଦାନରେ ପଥର ଖୋଳା ଯାଉଥିବାବେଳେ ଖଣ୍ଡେ ପଥର ଜଣେ ଶ୍ରମିକଙ୍କ ଉପରେ ପଡ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା

କେତେକ କହୁଛନ୍ତି। ମୃତ ଶ୍ରମିକଙ୍କ ନାମ ଗରୁଚରଣ ବେହେରା। ସେ କଳିଙ୍ଗନଗର ଥାନା ଅଧୀନ ଅଞ୍ଚଳର ଅଭିନା ବେହେରାଙ୍କ ପୁଅ। କିନ୍ତୁ ସେ ଆହତ କହି ପଥର ମାଫିଆମାନେ ଚିକିତ୍ସା ପାଇଁ ତାଙ୍କୁ କଟକ ନିଆଯାଇଛି ବୋଲି କେତେକ କହୁଛନ୍ତି।