ଅନୁସନ୍ଧାନ କରୁଥିବା ବର୍ଗ

ଝାରସୁଗୁଡ଼ା

ଡାଇଗ୍ନୋଷ୍ଟିକ ସେଣ୍ଟର ଜାନୁଆରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବ:ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ସହ ବହୁବିଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ଉପଲବ୍ଧ କରାଯିବା ଲକ୍ଷ୍ୟ ନେଇ ଝାରସୁଗୁଡ଼ା ଏବଂ ଲଇକେରା ଠାରେ ବେଦାନ୍ତ ପକ୍ଷରୁ ଅତ୍ୟାଧୁନିକ ଡାଇଗୋଷ୍ଟିକ ସେଣ୍ଟର ପ୍ରତିଷ୍ଠା ହେବାକୁ ଯାଉଛି । ଏହି ପ୍ରକଳ୍ପ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ବାଣିଜ୍ୟ ମେଳା ଉଦ୍‌ଘାଟିତ

ଝାରସୁଗୁଡ଼ା: ଶର‌ଦତ୍ସୋବ ଉପଲକ୍ଷେ ସ୍ଥାନୀୟ ମନମୋହନ ସ୍କୁଲ ପଡ଼ିଆ ଠାରେ ଆଜି ସଂଧ୍ୟାରେ ଏକ ବାଣିଜ୍ୟ ମେଳାକୁ   ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।   ଟାଉନ ଦୁର୍ଗା ପୂଜା କମିଟି ଦ୍ଵାରା ପ୍ରତିବର୍ଷ  ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା    

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସିମିଲିଆ ଗ୍ରାମର ସୁରେନ୍ଦ୍ର ମଝୀ (୫୫) ଶୁକ୍ରବାର ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ପ୍ରାପ୍ତ ସୂଚନାନୁସାରେ ଆଜି ପଅରାହ୍‌ଣ ୧ଟାରେ ସୁରେନ୍ଦ୍ର ଘରେ ଏକୁଟିଆ ଥିଲେ। ତାଙ୍କ ପୁଅ ଘରକୁ ଫେରିବା ପରେ ବାପା ବେକରେ…
ଅଧିକ ଖବର ଦେଖନ୍ତୁ...

୧୪ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆରଏସ୍‌

ଝାରସୁଗୁଡ଼ା/ଭୁବନେଶ୍ବର: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଆରଏସ। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି। କନକତୋରା ଗ୍ରାମର ସୁବାଷ…
ଅଧିକ ଖବର ଦେଖନ୍ତୁ...

ଟିପର୍ ଧକ୍କାରେ ଭାଇ-ଭଉଣୀ ମୃତ 

ଝାରସୁଗୁଡ଼ା: ଝାରସୁଗୁଡ଼ା ନିକଟ ବଡ଼ମାଲ ଥାନା ନିକଟ ବିଜୁ ଏକ୍ସପ୍ରେସ ୱେରେ ବୁଧବାର ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା ଦୁଇ ଜୀବନ ନେଇଛି। ଦୁର୍ଘଟଣାରେ ଦୁଇ ଭାଇ-ଭଉଣୀ ଆଖି ବୁଜିଛନ୍ତି। ଆସନ୍ତା ୩ ତାରିଖ ଦିନ ଭାଇ ଜିଉଁତିଆ ଓଷା ପାଇଁ ଭାଇ ରୂପେଶ ତାଙ୍କ ଭଉଣୀ ଅଞ୍ଜଳିଙ୍କୁ ଶାଶୂଘରୁ ନେଇ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ କମିଟି ସହିତ ମନ୍ତ୍ରୀ ଓ ସଚିବଙ୍କ ଆଲୋଚନା

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆଜି କେନ୍ଦ୍ରୀୟ କମିଟିର ଭୁବନେଶ୍ବର ଚାଲ ଡାକରାରେ ପଞ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓକିଲ ସଂଘର ପକ୍ଷରୁ ଶତାଧିକ ଆଇନଜୀବୀ ଭୁବନେଶ୍ବର ଯାଇ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଭାଇ ଜୁଇଁତିଆ ପାଇଁ ଭଉଣୀକୁ ଆଣୁଥିବା ବେଳେ ଟିପର ଧକ୍କାରେ ଭାଇ-ଭଉଣୀ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ନିକଟ ବଡ଼ମାଲ ଥାନା ନିକଟ ‘ବିଜୁ ଏକ୍ସପ୍ରେସ ୱେ’ରେ ଆଜି ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜୀବନ ନେଇଛି। ଆଗାମୀ ୩ ତାରିଖ ଦିନ ପଶ୍ଚିମ ଓଡ଼ିଶାର ଭାଇ ଜୁଇଁତିଆ ପର୍ବ ପାଇଁ ନିଜ ଭଉଣୀକୁ ଶାଶୁ ଘରୁ ନେଇ ଆସୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ବଡ଼ମାଲ ଥାନା…
ଅଧିକ ଖବର ଦେଖନ୍ତୁ...

ଯାନବାହାନ ଯାଞ୍ଚ, ୩ ଲକ୍ଷ ଜରିମାନା ଆଦାୟ  

ବ୍ରଜରାଜନଗର: ଓରିଏଣ୍ଟ ରେସ୍‌କ୍ୟୁ ଷ୍ଟେସନ ଛକ ନିକଟରେ ଝାରସୁଗୁଡ଼ା ଏମ୍‌ଭିଆଇ ଓ ଓରିଏଣ୍ଟ ଥାନା ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଥିଲା। ଏଥିରେ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ମୋଟ ୫୨ଟି ମାମଲା ରୁଜୁ କରାଯାଇ ୩ ଲକ୍ଷ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥି ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଚାପାରେ ୧୩ ଗୋରୁଙ୍କ ଜୀବନ ଗଲା  

ଲଖନପୁର: ଲଖନପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦହଲଡେରା ଛକରେ ମଙ୍ଗଳବାର ଭୋର ସମୟରେ ଅଜଣା ଟ୍ରକ୍‌ ଚାପାରେ ୧୩ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଗୋରୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଗୋରୁଙ୍କୁ ବେଲପାହାଡ଼ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଅବକାରୀ କର୍ମଚାରୀ ଓ ବିହାରୀ ଗୁଣ୍ଡାଙ୍କ ଉତ୍ପାତ: ରାତି ଅଧରେ ଘରେ ପଶି ମାଡ଼ ମାରିଲେ, ଜଣେ ଆହତ

ଲଇକେରା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ ବାବୁଛିପିଡ଼ିହି ପଞ୍ଚାୟତ ବାଙ୍କି ଗ୍ରାମରେ ଅବକାରୀ କର୍ମଚାରୀ ଓ କିଛି ବିହାରୀ ଗୁଣ୍ଡା ରାତି ଅଧରେ ଦେବାନନ୍ଦ ବାଗଙ୍କ ଘରେ ପଶି ମଦ ଖୋଜିବା ବାହାନାରେ ପ୍ରବଳ ମାଡ଼ ମାରିଥିବା ଓ ଘରର ବହୁ ଜିନିଷପତ୍ର ଭାଙ୍ଗି ଦେଇଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...