ଜଗତସିଂହପୁର ଟାଉନ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱନାରେ ସନ୍ଧ୍ୟା ସାଢ଼େ ୫ଟାରେ ଜଗତ୍‌ସିଂହପୁର ଜିଲ୍ଲାର ସହରଠାରୁ ଗାଁ ସବୁଠି ଏକ ସ୍ୱରରେ ବନ୍ଦେ ଉତ୍କଳ ଜନନୀର ଧୂନ୍ ଶୁଭିଛି । କୋଭିଡ ଯୁଦ୍ଧରେ ନିଜର ସୁଖ ସ୍ୱାଚ୍ଛନ୍ଦକୁ ତ୍ୟାଗ କରି ସଂଗ୍ରମଣକୁ ରୋକିବା ପାଇଁ ଦିନ ରାତି ଏକ କରିଥିବା ଯୋଦ୍ଧାମାନଙ୍କ ପାଇଁ ଜଗତସିଂହପୁର ଜିଲ୍ଲାବାସୀ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କମାନଙ୍କ ପର୍ଯ୍ୟନ୍ତ ଯିଏ ଯେଉଁ ସ୍ଥାନରେ ରହିଛନ୍ତି ସେଠରେ ହିଁ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହା ଏକ ନିଆରା ପରବେଶ ସୃଷ୍ଟି କରିଥିଲା ।

Advertisment

publive-image

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରୟାସ କ୍ରମେ ସୁ ବ୍ୟବସ୍ଥିତ ଢ଼ଙ୍ଗରେ ବନ୍ଦେ ଉତ୍ସଳ ଜନନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଗାନ କରାଯାଇଥିଲା । ଡ୍ରମ୍ ବିଟ୍‌ର ତାଳେ ତାଳେ ଜିଲ୍ଲାପଳ ସଂଗ୍ରାମ କେଶରୀ ମହାପାତ୍ର, ଏସ୍‌ପି ପ୍ରକାଶ ରଙ୍ଗରାଜ, ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିବେଦିତା ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ସମସ୍ତ ସହକାରୀ ଜିଲ୍ଲାପାଳଙ୍କ ସମେତ ସରକାରୀ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଏଥିରେ ଆଉ ଏକ ଭଲ କଥା ଦେଖିବାକୁ ମିଳିଥିଲାଯେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷକ/ଶିକ୍ଷୟିତ୍ରୀ, ଆଇନଜୀବୀ ମାନେ ଏକାଠି ହୋଇଥିଲେ । ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୂରୀ ମଧ୍ୟ ଉପସ୍ଥିତ ରହିଥିଲେ । କୋଭିଡ ଯୁଦ୍ଧରେ ଯୋଦ୍ଧା ସାଜିଥିବା ସମସ୍ତ ଯୋଦ୍ଧାଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଧନ୍ୟବାଦ ଜଣାଇଥିଲେ ।

publive-image

ଏଥିସହ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ପୁଲିସ ଅଧିକାରୀମାନେ ଏକତ୍ର ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କାଙ୍କ ତତ୍ୱାବଧାନରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସେହିପରି ଜିଲ୍ଲା ବିଜେପି, କଂଗ୍ରେସ କାର୍ଯ୍ୟାଳୟ, ଜଗତସିଂହପୁର ପୁଲିସ ବାରାକ୍‌, ଜଗତସିଂହପୁର ଥାନା, ସମସ୍ତ ସରକାରୀ କାର୍ଯ୍ୟାଳୟ, ଏସ୍‌ଭିଏମ୍ ସଙ୍ଗରୋଧ କେନ୍ଦ୍ର ସମେତ ଅନ୍ୟ ସଙ୍ଗରୋଧ କେନ୍ଦ୍ର, ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସାମାଜିକ ଦୂରତା ରକ୍ଷା କରି ପାଳନ କରାଯାଇଥିଲା ।

ବିଧାୟକଙ୍କ ସହ ନେତା ଗାଇଲେ ବନ୍ଦେ ଉତ୍କଳ ଜନନୀ

publive-image

ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ତତ୍ୱାବଧାନରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ସହର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ ଦଳୀୟ କର୍ମୀ ଓ ନେତା ଏକତ୍ର ହୋଇ ସାମାଜିକ ଦୂରତାକୁ ଅବଲମ୍ବନ କରି ଏକତ୍ର ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ବିଜେଡି ନଗର ସଭପତି ପ୍ରିୟବ୍ରତ ମହାପାତ୍ର, କନକ ପ୍ରଭା ଲେଙ୍କା, ମିନତୀ ଦାସ, ବ୍ଲକ୍ ସଭାପତି ମନୋଜ ଭୋଇ, ବିଜେଡି ନେତା ଦିପ୍ତି ଦାସ, ମଧୁସୂଦନ ସାହୁ,ଦୋଳଗୋବିନ୍ଦ ଦାସ, ବ୍ଲକ୍ ଅଧ୍ୟକ୍ଷା ବିଜୟ ଲକ୍ଷ୍ମୀ ବେହେରା, ଯୁବନେତା ରତି ରଂଜନ ବେହେରା, ସମ୍ବିତ ଲେଙ୍କା, ସରୋଜ ବିଶ୍ୱାଳଙ୍କ ସମେତ ସରପଂଚ, ପୂର୍ବତନ ସରପଂଚ, ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।