Papu pampam: ପ୍ରଥମ ଥର ପପୁ ପମ୍‌ପମ୍‌-ପ୍ରିୟଙ୍କା

Advertisment

ପପୁ ପମ୍‌ପମ୍‌ଙ୍କୁ ଅଧିକାଂଶ ସିନେମାରେ ନୂଆ ନୂଆ ନାୟିକାଙ୍କ ସହ ଦେଖିବାକୁ ମିଳିଛି। ଏବେ ପୁଣି ଆଉଜଣେ ନାୟିକାଙ୍କ ସହ ପପୁ ଆସୁଛନ୍ତି। ‘ସୁପର୍‌ବୟ’, ‘ମନେ ମନେ ମନ ଖୋଜୁଥିଲା, ‘ଶାୟରୀ...

ପପୁ ପମ୍‌ପମ୍‌ଙ୍କୁ ଅଧିକାଂଶ ସିନେମାରେ ନୂଆ ନୂଆ ନାୟିକାଙ୍କ ସହ ଦେଖିବାକୁ ମିଳିଛି। ଏବେ ପୁଣି ଆଉଜଣେ ନାୟିକାଙ୍କ ସହ ପପୁ ଆସୁଛନ୍ତି। ‘ସୁପର୍‌ବୟ’, ‘ମନେ ମନେ ମନ ଖୋଜୁଥିଲା, ‘ଶାୟରୀ...

Untitled-6

first time papu pampam priya

ପପୁ ପମ୍‌ପମ୍‌ଙ୍କୁ ଅଧିକାଂଶ ସିନେମାରେ ନୂଆ ନୂଆ ନାୟିକାଙ୍କ ସହ ଦେଖିବାକୁ ମିଳିଛି। ଏବେ ପୁଣି ଆଉଜଣେ ନାୟିକାଙ୍କ ସହ ପପୁ ଆସୁଛନ୍ତି। ‘ସୁପର୍‌ବୟ’, ‘ମନେ ମନେ ମନ ଖୋଜୁଥିଲା, ‘ଶାୟରୀ ଶାୟରୀ’ ଓ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଭଳି ଓଡ଼ିଆ ଛବିରେ ଅଭିନୟ କରିଥିବା ପ୍ରିୟଙ୍କା ସାହୁ ପପୁଙ୍କ ନାୟିକା ହେବାକୁ ଯାଉଛନ୍ତି। ନବାଗତ ରୋହନ୍‌ଙ୍କ ନିର୍ଦ୍ଦେଶିତ ‘ଇଶ୍କ ଟ୍ରାଫିକ୍’ରେ ପପୁ-ପ୍ରିୟଙ୍କାଙ୍କ ଯୋଡ଼ି ନଜର ଆସିବେ। ପପୁଙ୍କ ସହ ପ୍ରିୟଙ୍କା ‘ପିଲାଟା ବିଗିଡ଼ିଗଲା’ରେ ଅଭିନୟ କରିବାର ଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇ ନଥିଲା। ଅନେକ ବର୍ଷର ବ୍ୟବଧାନରେ ତାଙ୍କର ଏହି ସ୍ବପ୍ନ ସାକାର ହୋଇଛି। ପପୁ ପମ୍‌ପମ୍‌ଙ୍କୁ ନିଜର ଗୁରୁ ମାନୁଥିବା ପ୍ରିୟଙ୍କା ତାଙ୍କ ବିପକ୍ଷରେ ପ୍ରଥମଥର ଲାଗି ନାୟିକା ଭୂମିକା ନିଭାଇଥିବାରୁ ଖୁବ୍ ଖୁସି ଅଛନ୍ତି।

Bauxite can boost Odisha's growth: ବକ୍ସାଇଟ୍ ଓଡ଼ିଶାର ଅଭିବୃଦ୍ଧିକୁ ଦୃଢ଼ କରିପାରିବ

cold on the coast: ଉପକୂଳରେ ଶୀତରୁ ଆଶ୍ବସ୍ତି: ଆଭ୍ୟନ୍ତର ଓ ପଶ୍ଚିମ‌ରେ ଶୀତ ପ୍ରକୋପ


ସୂଚନାଯୋଗ୍ୟ, ନାୟକଭାବେ ପପୁ ପମ୍‌ପମ୍‌ଙ୍କ ପ୍ରଥମ ଓଡ଼ିଆ ସିନେମା ‘ରଙ୍ଗିଲା ଟୋକା’ରେ ତାଙ୍କ ନାୟିକା ଭାବେ ପରଦାକୁ ଆସିଥିଲେ ଦେବଯାନୀ। ଏହି ଫିଲ୍ମରେ ପପୁ-ଦେବଯାନୀଙ୍କ ଯୋଡ଼ି ବି ଜମି ଯାଇଥିଲା। ଏହାପରେ ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଚଉକା ଛକା’ ଫିଲ୍ମରେ ତାଙ୍କ ବିପକ୍ଷରେ ବଙ୍ଗୀୟ ନାୟିକା ଲଭ୍‌ଲିଙ୍କୁ ଦେଖିବାକୁ ମିଳିଥିଲା। ‘ଆମେ ତ ଟୋକା ଷଣ୍ଢମାର୍କା’ରେ ପପୁଙ୍କ ନାୟିକା ଭୂମିକା ନିଭାଇଥିଲେ ବେଙ୍ଗଲି ବିୟୁଟି କୋଏଲ୍ ବାନାର୍ଜୀ। ପପୁ ପମ୍‌ପମ୍‌ଙ୍କ ଅଭିନୀତ ଅନ୍ୟ ଏକ ସିନେମା  ‘ମିଷ୍ଟର୍‌ କହ୍ନେୟା’ରେ ପପୁଙ୍କ ସ୍କ୍ରିନ୍‌ ପାର୍ଟନର୍‌ ବନିଥିଲେ ଝିଲିକ୍। ତେଣେ ‘ଗାଲୁଆପୁର’ରେ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ନାୟିକା ଭୂମିକାରେ ଥିଲେ ନବାଗତା ମନୀଷା ଓ ‘ଡଷ୍ଟ୍‌ବିନ୍‌’ରେ ପ୍ରାଚୀଙ୍କ ନାୟକ ସାଜିଥିଲେ ପପୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe