The 'negative' : ମୋ ଚେହେରା ସହ ‘ନେଗେଟିଭ୍‌’ ଚରିତ୍ର ମେଳ ଖାଏନାହିଁ

Advertisment

‘ସିନ୍ଦୂର ଖେଳ’ ଧାରାବାହିକରେ ଆପଣ ପ୍ରଥମେ ‘ନେଗେଟିଭ୍‌’ ଚରିତ୍ର କରୁଥିଲେ; ପରବର୍ତ୍ତୀ ସମୟରେ ଏମିତି ଅଚାନକ ଆପଣଙ୍କ ଚରିତ୍ର ‘ପଜିଟିଭ୍‌’ କେମିତି ହୋଇଗଲା? ମୋତେ ଦର୍ଶକ.....

‘ସିନ୍ଦୂର ଖେଳ’ ଧାରାବାହିକରେ ଆପଣ ପ୍ରଥମେ ‘ନେଗେଟିଭ୍‌’ ଚରିତ୍ର କରୁଥିଲେ; ପରବର୍ତ୍ତୀ ସମୟରେ ଏମିତି ଅଚାନକ ଆପଣଙ୍କ ଚରିତ୍ର ‘ପଜିଟିଭ୍‌’ କେମିତି ହୋଇଗଲା? ମୋତେ ଦର୍ଶକ.....

Untitled-1

‘ସିନ୍ଦୂର ଖେଳ’ ଧାରାବାହିକରେ ଆପଣ ପ୍ରଥମେ ‘ନେଗେଟିଭ୍‌’ ଚରିତ୍ର କରୁଥିଲେ; ପରବର୍ତ୍ତୀ ସମୟରେ ଏମିତି ଅଚାନକ ଆପଣଙ୍କ ଚରିତ୍ର ‘ପଜିଟିଭ୍‌’ କେମିତି ହୋଇଗଲା?
ମୋତେ ଦର୍ଶକ ‘ପଜିଟିଭ୍‌’ ରୋଲ୍‌ରେ ଦେଖିବାକୁ ବେଶି ଭଲପାଇଲେ। ଅନେକ ଲୋକ କହନ୍ତି କି ମୋ ଚେହେରା ସହ ‘ନେଗେଟିଭ୍‌’ ଚରିତ୍ର ମେଳ ଖାଉନାହିଁ। ସେଥିପାଇଁ ଖୁବ୍ କମ୍‌ ଦିନ ମଧ୍ୟରେ ନିର୍ଦ୍ଦେଶକ ବାଧ୍ୟ ହୋଇ ମୋ ଚରିତ୍ରକୁ ନକାରାତ୍ମକରୁ ସକାରାତ୍ମକ କରିଦେଲେ।

Operation 'Gorkha': ୫ ଜିଲ୍ଲାରେ ଅପରେସନ୍‌ ‘ଗୋରକ୍ଷା’: ୪୬ ସ୍ଥାନରେ ଏକକାଳୀନ ଚଢ଼ଉ, ନଗଦ ୧.୪୨ କୋଟି ଟଙ୍କା, କେଜିଏ ସୁନା, ୩ କିଲୋ ରୁପା ଜବତ

ଆପଣ ଅଭିନୟ କ୍ଷେତ୍ରରେ ସୁଯୋଗ କିପରି ପାଇଲେ ଓ କାହାକୁ ଶ୍ରେୟ ଦେବେ?
ମୁଁ ସେତେବେଳେ କଟକ କଲେଜ୍‌ ଛକରେ ରହୁଥାଏ। ସୁଟିଂ ଦେଖିବା ପାଇଁ ମୁଁ ‘ପରୀ’ ସିରିୟଲ୍‌ର ସେଟ୍‌କୁ ଯାଇଥାଏ। ସେହି ସିରିୟଲ୍‌ ପାଇଁ ପ୍ରଯୋଜକ ବିଜୟ କଣ୍ଡୋଇ ଜଣେ ଶିଶୁ କଳାକାର ଖୋଜୁଥାଆନ୍ତି। ସେତିକିବେଳେ ମୋ ଉପରେ ତାଙ୍କ ନଜର ପଡ଼ିଲା ଓ ସେ ମୋତେ ପ୍ରଥମେ ବ୍ରେକ୍‌ ଦେଲେ। ତେବେ ମୋର ଅଭିନୟ ଯାତ୍ରା ପାଇଁ ମୁଁ ଅନେକଙ୍କୁ ଶ୍ରେୟ ଦେବାକୁ ଚାହିବି। ଈଶ୍ବରଙ୍କ ପରି ମୋ ବାପାମାଆ; ଯାହାଙ୍କ ବିନା ମୁଁ କିଛି ନୁହେଁ। ସେମାନଙ୍କ ପରେ ମୋ ଓଡ଼ିଶୀ ନୃତ୍ୟଗୁରୁ ଭରତଚରଣ ଗିରି, ନିର୍ଦ୍ଦେଶକ ଶାନ୍ତନୁ ପାଣି ଓ ପ୍ରଥମକରି ଏକ ଆଖିଦୃଶିଆ ଚରିତ୍ରରେ ସୁଯୋଗ ଦେଇଥିବା ନିର୍ଦ୍ଦେଶକ ବସନ୍ତ ସାହୁଙ୍କୁ ମୁଁ ସବୁ ଶ୍ରେୟ ଦେବି। ସେମାନଙ୍କ ବିନା ମୁଁ ଏପର୍ଯ୍ୟନ୍ତ ଆସିପାରି ନଥାନ୍ତି।
ଅଭିନୟର କେଉଁ ଶିଖରକୁ ଆପଣ ଛୁଇଁବାକୁ ଚାହାନ୍ତି?
ମୁଁ ଜଣେ ଭଲ କଳାକାର ହେବାକୁ ଚାହେ। କେବଳ ଅଭିନେତ୍ରୀ ନୁହେଁ, ଚରିତ୍ର ଭୂମିକାରେ ବି ନିପୁଣ ହେବାକୁ ଚାହେ।

Lakhs of crores will come from Kolkata: କୋଲକାତାରୁ ଆସିବ ଲକ୍ଷେ କୋଟି: ୨୭ ଏମ୍‌ଓୟୁ ଜରିଆରେ ୮୧,୮୬୪ କୋଟି, ସୃଷ୍ଟି ହେବ ୯୦ ହଜାର ନିଯୁକ୍ତି ସୁଯୋଗ

ଆମେ ଜାଣନ୍ତି ପ୍ରକୃତ ଅଭିନୟ ମଞ୍ଚରେ ଜଣାପଡ଼େ। କାହିଁକି ନା, ସେଠି ସଂଶୋଧନର ସୁଯୋଗ ନଥାଏ। ଆପଣ ସେଠାରେ ନିଜ ଭାଗ୍ୟ ପରଖିବାକୁ ଚାହିବେ କି?
ଆପଣ ଯାତ୍ରା କଥା କହୁଛନ୍ତି ନିଶ୍ଚୟ। ଅବଶ୍ୟ ଚାହିବି। ଭଲ ସୁଯୋଗ ମିଳି‌ଲେ ମୁଁ ଯାତ୍ରାରେ ଅଭିନୟ କରିବାର ସୁଯୋଗ କେବେ ବି ହାତଛଡ଼ା କରିବିନି।

ଆପଣଙ୍କ ପ୍ରିୟ ପୋଷାକ କ’ଣ?
ମୋତେ ଭାରତୀୟ ପୋଷାକ ଭଲ ଲାଗେ। ଶାଢ଼ି ମୋର ସବୁଠାରୁ ପ୍ରିୟ ପୋଷାକ।

କେଉଁ ସ୍ଥାନକୁ ବୁଲିଯିବାକୁ ବେଶି ଭଲ ଲାଗେ?
ପୁରୀ। ସପ୍ତାହକୁ ଚାରିଥର କହିଲେ ବି ମୁଁ ପୁରୀ ଯିବି। ହେଲେ ସମୁଦ୍ରକୂଳ ପ୍ରତି ମୋର ସାମାନ୍ୟତମ ଦୁର୍ବଳତା ନାହିଁ। ମନ୍ଦିର ଯିବାକୁ ମୋତେ ଭାରି ଭଲଲାଗେ। ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଯେଉଁ ଆକର୍ଷଣ ଅଛି, ତାହା ଆଉ କେଉଁଠାରେ ନାହିଁ।

ଆପଣ ଜଣେ ସାଧାସିଧା ଓଡ଼ିଆ ଝିଅ ଓ ଈଶ୍ବରପ୍ରେମୀ ବୋଲି ଆପଣଙ୍କ କଥାରୁ ଜଣାପଡ଼େ। ଆପଣଙ୍କ ବିଚାରରେ ଜଣେ ଭଲ ମଣିଷର ସଂଜ୍ଞା କ’ଣ?
ସାମ୍ନା ଲୋକର ଭାବପ୍ରବଣତାକୁ ବୁଝିପାରିବା। ଯେଉଁ ଲୋକ ଅନ୍ୟର ଭାବନାକୁ ବୁଝିପାରେ, ମୋ ମତରେ ସେ ସବୁଠାରୁ ଭଲ। ମୋ ନଜରରେ ବିଶ୍ବାବସୁ ଦାସମହାପାତ୍ର ସେହିଭଳି ଜଣେ ଭଲ ମଣିଷ; ଯିଏକି ମୋ ଜୀବନରେ ମହାପ୍ରଭୁଙ୍କ ପ୍ରତି ଆସ୍ଥା ଭରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe