ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକସଭାରେ ‘ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, ୨୦୨୫’ ଆଗତ କରିଛନ୍ତି। କେନ୍ଦ୍ର ସରକାର ଦେଶର ଉଚ୍ଚ ଶିକ୍ଷାରେ ଏକ ବଡ଼ ପରିବର୍ତ୍ତନ ଆଣିବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବିଲ୍ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ମାନଦଣ୍ଡ ନିର୍ଦ୍ଧାରଣ, ନିୟନ୍ତ୍ରଣ ସମନ୍ବୟ ଏବଂ ଉତ୍କର୍ଷ, ସ୍ବାୟତ୍ତତା ଏବଂ ସ୍ବଚ୍ଛ ମାନ୍ୟତାକୁ ପ୍ରୋତ୍ସାହିତ କରିବାପାଇଁ ‘ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ’ ପ୍ରତିଷ୍ଠା କରିବାକୁ ଚାହୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ବିଲ୍ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ସ୍ୱାଧୀନ ସ୍ବୟଂଶାସିତ ପ୍ରତିଷ୍ଠାନ ହେବାରେ ସାହାଯ୍ୟ କରିବାକୁ ଚାହୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଏହି ବିଲ୍କୁ ଜେପିସି (ଯୁଗ୍ମ ସଂସଦୀୟ କମିଟି)କୁ ପଠାଇବାପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି।
Priyanka: ପ୍ରିୟଙ୍କାଙ୍କୁ ଭେଟିଲେ ପିକେ
VB-G Ram Ji: ‘ଭିବି-ଜି ରାମ ଜି’ରେ ବର୍ଷକୁ ୧୨୫ ଦିନର କାମ: ଠକେଇ ଚିହ୍ନଟ କରିବ ଏଆଇ
ତେବେ ବିରୋଧୀ ସାଂସଦମାନେ ଏହି ବିଲ୍ ଆଗତକୁ ବିରୋଧ କରି କହିଛନ୍ତି ଯେ ସେମାନଙ୍କ ନିକଟରେ ବିଲ୍ ପଢ଼ିବାପାଇଁ ପର୍ଯ୍ୟାପ୍ତ ସମୟ ନାହିଁ ଏବଂ ଏହା ରାଜ୍ୟ ସରକାରଙ୍କ କ୍ଷମତାକୁ ଦୁର୍ବଳ କରିଦେବ ବୋଲି ବିରୋଧୀ ସାଂସଦମାନେ କହିଛନ୍ତି। ସରକାର ଆଜି ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ୨୦୨୫ ସମେତ ମୋଟ୍ ୩ଟି ବିଲ୍ ଲୋକସଭାରେ ଆଗତ କରିଛନ୍ତି। ବେସାମରିକ ଆଣବିକ ଶକ୍ତି କ୍ଷେତ୍ରକୁ ଘରୋଇ ଉଦ୍ୟୋଗୀ ମାନଙ୍କ ପାଇଁ ଖୋଲିବାକୁ ସରକାର ଆଜି ଲୋକସଭାରେ ଶାନ୍ତି ( ସଷ୍ଟେନେବଲ ହାରନେସିଙ୍ଗ ଆଣ୍ଡ ଆଡଭାନ୍ସମେଣ୍ଟ ଅଫ୍ ନ୍ୟୁକ୍ଲିୟର ଏନର୍ଜି ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ) ବିଲ୍ ଆଗତ କରିଛନ୍ତି। ସେହିପରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜି ଲୋକସଭାରେ ରିପିଲିଂ ଆଣ୍ଡ ଆମେଣ୍ଡିଂ ବିଲ୍ , ୨୦୨୫ ଆଗତ କରିଛନ୍ତି। ୭୧ଟି ପୁରୁଣା ଆଇନକୁ ଉଚ୍ଛେଦ କରିବାପାଇଁ ଏଥିରେ ପ୍ରସ୍ତାବ ରହିଛି। ଶୀତ ଅଧିବେଶନର ଆଜି ଏକାଦଶ ଦିବସରେ ଲୋକସଭାରେ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/16/untitled-7-2025-12-16-07-00-07.jpg)