ଚେନ୍ନାଇ: ଶ୍ରୀଲଙ୍କାରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଦିତ୍ୱାହ’ କ୍ରମାଗତ ଭାବରେ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଥିବାରୁ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ-କଲେଜ ବନ୍ଦ ଘୋଷଣା କରାଯିବା ସହ ରିଲିଫ୍ କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି। ସୁରକ୍ଷା ପଦକ୍ଷେପ ସ୍ବରୂପ ୫୪ଟି ବିମାନକୁ ବାତିଲ କରାଯାଇଛି। ବର୍ତ୍ତମାନ ଉପକୂଳ ଶ୍ରୀଲଙ୍କା ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଦେଇ ଗତି କରୁଥିବା ଏହି ବାତ୍ୟା କ୍ରମଶଃ ତୀବ୍ର ହେବାରେ ଲାଗିଛି, ଯେଉଁଥିପାଇଁ ଅନେକ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି। ତାମିଲନାଡ଼ୁ, ପୁଡ଼ୁଚେରୀ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ‘ଦିତ୍ୱାହ’ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି।
Software issue on Airbus A320: ଏ୩୨୦ ବିମାନରେ ସଫ୍ଟୱେର ସମସ୍ୟା: ୬ ହଜାର ବିମାନ ପ୍ରଭାବିତ
ତେଣେ ବାତ୍ୟା ଦିତ୍ୱାହ ଯୋଗୁଁ ଶ୍ରୀଲଙ୍କାରେ ଭୟାନକ କ୍ଷୟକ୍ଷତି ଘଟିଛି। ଏକ ସପ୍ତାହ ଧରି ପ୍ରବଳ ବର୍ଷାରେ ଅନେକ ଘର ନଷ୍ଟ ହେବା ସହ ୪୩,୯୯୫ ଜଣ ଲୋକଙ୍କୁ ରାଜ୍ୟ କଲ୍ୟାଣ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ଏବଂ ରିଲିଫ୍କାର୍ଯ୍ୟ ଚାଲିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଶ୍ରୀଲଙ୍କା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ଦିତ୍ୱାହ’ ଶନିବାର ସକାଳ ୮ଟା ୩୦ ସୁଦ୍ଧା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ୮ କିଲୋମିଟର ବେଗରେ ଗତି କରିଥିଲା। ଏହି ପ୍ରଣାଳୀ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ରବିବାର ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି। ଉପକୂଳରେ ପବନର ବେଗ ଆଜି ସନ୍ଧ୍ୟାରେ ଘଣ୍ଟା ପ୍ରତି ୫୦-୬୦ କିମି ଏବଂ ସର୍ବାଧିକ ବେଗ ଘଣ୍ଟା ପ୍ରତି ୭୦ କିମି ରହିଛି। ଶନିବାର ସକାଳରୁ ରବିବାର ସକାଳ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୭୦-୮୦ କିଲୋମିଟର (ସର୍ବାଧିକ ୯୦ କିଲୋମିଟର ପବନ) ହେବ ବୋଲି ଆଶା କରାଯାଉଛି। ଡିସେମ୍ବର ପହିଲା ସୁଦ୍ଧା ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ।
Russia : ବୈଠକ ପୂର୍ବରୁ ରୁଷ୍ର ବଡ଼ ପଦକ୍ଷେପ, ଭାରତରେ ସୈନ୍ୟ ଓ ସାମରିକ ମୁତୟନ ଲାଗି ପଦକ୍ଷେପ ନେଲା
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଏବଂପ୍ରବଳ ପବନର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦର କର୍ତ୍ତୃପକ୍ଷ ୫୪ଟି ବିମାନକୁ ବାତିଲ କରିଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନେକ ଜିଲ୍ଲାରେ ଅତି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପେରାମ୍ବାଲୁର, ତିରୁଭାରୁର, ନାଗପଟ୍ଟିନମ୍, ମାୟିଲାଡୁଥୁରାଇ, କୁଡାଲୋର, କାଲ୍ଲାକୁରିଚି, ପୁଡୁକୋଟ୍ଟାଇ, ପୁଡୁଚେରୀ ଓ କରାଇକାଲରେ ଆଜି ସ୍କୁଲ-କଲେଜ ବନ୍ଦ ରହିଛି। ପୁଡୁଚେରୀରେ ତଟବର୍ତ୍ତୀ ଅଂଚଳରୁ ଆଜି ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
ଇମର୍ଜେନ୍ସି ଘୋଷଣା କଲା ଶ୍ରୀଲଙ୍କା
ବାତ୍ୟା ‘ଦିତ୍ୱାହ’ ଶ୍ରୀଲଙ୍କାରେ ଧନଜୀବନର ସାଂଘାତିକ କ୍ଷତି ଘଟାଇଛି। ବାତ୍ୟା ଦିତ୍ୱାହ ପ୍ରଭାବରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଜାରି ରହିଛି ଏବଂ ବନ୍ୟା ସ୍ଥିତି ଉପୁଜିଛି। ବାତ୍ୟା ମୃତ୍ୟୁସଂଖ୍ୟା ୧୬୦କୁ ବୃଦ୍ଧି ପାଇଥିବାବେଳେ ୧୩୦ ଲୋକ ଏବେ ବି ନିଖୋଜ ଅଛନ୍ତି। ସ୍ଥିତି ବିଗୁଡ଼ୁଥିବାରୁ ଶ୍ରୀଲଙ୍କା ସରକାର ଆଜି ଷ୍ଟେଟ୍ ଅଫ୍ ଇମର୍ଜେନ୍ସି ଘୋଷଣା କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ୍ ଏବଂ ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି। ଭାରତର ଏନ୍ଡିଆରଏଫ୍ ଟିମ୍ ଶ୍ରୀଲଙ୍କା ପହଞ୍ଚିବା ପରେ ଉଦ୍ଧାର ଅଭିଯାନ ବ୍ୟାପକ ହୋଇଛି। ବାତ୍ୟା ଯୋଗୁ ପ୍ରଭାବିତ ଭାରତୀୟ ନାଗରିକଙ୍କୁ ସହଯୋଗ କରିବାପାଇଁ କଲମ୍ବୋ ସ୍ଥିତ ଭାରତୀୟ ହାଇ କମିସନ ଏକ ଇମର୍ଜେନ୍ସି ହେଲ୍ପ ଡେସ୍କ ମଧ୍ୟ ଖୋଲିଛନ୍ତି। ଦୂତାବାସ ପକ୍ଷରୁ ଆଜି ଏକ ବୈଠକରେ ସ୍ଥିତି ସମୀକ୍ଷା କରାଯିବା ସହ ବିଭିନ୍ନ ଅଂଚଳରେ ରହିଥିବା ଭାରତୀୟଙ୍କ ସ୍ଥିତି ସମୀକ୍ଷା କରାଯାଇଛି।
ଭାରତ ପଠାଇଲା ୨୧ ଟନ୍ ରିଲିଫ ସାମଗ୍ରୀ
ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଶ୍ରୀଲଙ୍କାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରଥମ ପଡ଼ୋଶୀ ଭାବେ ଭାରତ ସହାୟତାର ହାତ ବଢ଼ାଇଛି। ପର୍ଯ୍ୟାପ୍ତ ରିଲିଫ୍ ସାମଗ୍ରୀ ପଠାଇବା ସହ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ମୁତୟନ କରିଛି। ଭାରତୀୟ ବାୟୁସେନା (ଆଇଏଏଫ୍) କହିଛି ଯେ, ଏହା ୨୧ ଟନ୍ ରିଲିଫ୍ ସାମଗ୍ରୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍ଡିଆର୍ଏଫ୍)ର ୮୦ରୁ ଅଧିକ କର୍ମଚାରୀ ଓ ଆଠ ଟନ୍ ଉପକରଣ କଲମ୍ବୋରେ ଜରୁରିକାଳୀନ ଭିତ୍ତିରେ ପହଞ୍ଚାଇଛି। ଭାରତୀୟ ବାୟୁସେନା ପକ୍ଷରୁ ଏକ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ, ଶ୍ରୀଲଙ୍କାରେ ଘୂର୍ଣ୍ଣିବାତ୍ୟା ଦିତୱାହ ଦ୍ୱାରା ସୃଷ୍ଟି ହୋଇଥିବା କ୍ଷୟକ୍ଷତି ପରେ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିବା ପାଇଁ ଭାରତ ତୁରନ୍ତ ଅପରେସନ୍ ‘ସାଗର ବନ୍ଧୁ’ ଆରମ୍ଭ କରିଛି। ଭାରତୀୟ ବାୟୁସେନା କହିବା ଅନୁସାରେ, ଶୁକ୍ରବାର ରାତିରୁ ଶନିବାର ସକାଳ ଭିତରେ ହିଣ୍ଡନ୍ ଏୟାରବେସ୍ରୁ ଏକ ସି-୧୩୦ ଓ ଏକ ଆଇଏଲ୍-୭୬ ବିମାନ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ସାନିଟାରୀ ସାମଗ୍ରୀ ଓ ବାତ୍ୟା ଦ୍ୱାରା ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରିଲିଫ୍ ସାମଗ୍ରୀ ପରିବହନ କରିଥିଲା। ‘ପଡ଼ୋଶୀ ପ୍ରଥମ’ ଭାବନାକୁ ଦୋହରାଇ ଭାରତ ଏହି ଆବଶ୍ୟକତା ସମୟରେ ଶ୍ରୀଲଙ୍କା ସହିତ ଦୃଢ଼ ଭାବରେ ଛିଡା ହୋଇଛି। ଜରୁରୀ ରାସନ ପରିବହନ କରୁଥିବା ଏକ ସି-୧୩୦ ବିମାନ ରାତି ପ୍ରାୟ ୧ଟା ୩୦ ସମୟରେ ବନ୍ଦରନାୟକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା, ଯେଉଁଠାରେ ଏହାକୁ ଭାରତୀୟ ହାଇକମିସନ ଓ ଶ୍ରୀଲଙ୍କା ବାୟୁସେନାର ଅଧିକାରୀମାନେ ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/30/untitled-14-2025-11-30-05-43-35.jpg)