Trump's conditions rejected: ଇରାନ-ଆମେରିକା ଆଲୋଚନ ହେଉଛି ବିଫଳ, ଟ୍ରମ୍ପଙ୍କ ସର୍ତ୍ତକୁ ପ୍ରତ୍ୟାଖ୍ୟାନ, ଇସ୍ରାଏଲ କଲା ବଡ଼ ଦାବି

Advertisment

ଇରାନ କହିଛି, ତେହେରାନର ପରମାଣୁ କାର୍ଯ୍ୟକ୍ରମ ବିବାଦର ସମାଧାନ ପାଇଁ ଆମେରିକା ସହିତ ପ୍ରମୁଖ ପଥଦର୍ଶକ ନୀତି ଉପରେ ଏକ ଚୁକ୍ତିରେ ଆମେ ପହଞ୍ଚିଛୁ।

ଇରାନ କହିଛି, ତେହେରାନର ପରମାଣୁ କାର୍ଯ୍ୟକ୍ରମ ବିବାଦର ସମାଧାନ ପାଇଁ ଆମେରିକା ସହିତ ପ୍ରମୁଖ ପଥଦର୍ଶକ ନୀତି ଉପରେ ଏକ ଚୁକ୍ତିରେ ଆମେ ପହଞ୍ଚିଛୁ।

GettyImages-2260543530

Photograph: (google)

ୱାସିଂଟନ/ତେହେରାନ:ଇରାନ କହିଛି, ତେହେରାନର ପରମାଣୁ କାର୍ଯ୍ୟକ୍ରମ ବିବାଦର ସମାଧାନ ପାଇଁ ଆମେରିକା ସହିତ ପ୍ରମୁଖ ପଥଦର୍ଶକ ନୀତି ଉପରେ ଏକ ଚୁକ୍ତିରେ ଆମେ ପହଞ୍ଚିଛୁ। କିନ୍ତୁ ଯୁଦ୍ଧର ଆଶଙ୍କା ଏବେ ବି ରହିଛି। ଜଣେ ଇସ୍ରାଏଲୀ ଅଧିକାରୀ ଦାବି କରିଛନ୍ତି ଯେ, ଆମେରିକା ଇସ୍ରାଏଲକୁ ଜଣାଇ ଦେଇଛି ଆଲୋଚନାର କୌଣସି ଲାଭ ନାହିଁ।

ଆହୁରି ପଢ଼ନ୍ତୁ: ମୁସଲମାନ୍ କୁକୁରଠାରୁ ମଧ୍ୟ ହୀନ: ଟ୍ରମ୍ପଙ୍କ ସାଂସଦଙ୍କ ବିବାଦୀୟ ପୋଷ୍ଟ ନେଇ ସୋସିଆଲ ମିଡିଆରେ ଝଡ଼

ଜେନେଭାରେ ପରୋକ୍ଷ ଆଲୋଚନା ପରେ ଆମେରିକା କହିଛି, ଅଗ୍ରଗତି ହୋଇଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ଏବେ ବି ବହୁ କାମ କରିବାକୁ ବାକି ଅଛି। ଏହି ସମୟରେ, ଆମେରିକା ମଧ୍ୟପ୍ରାଚ୍ୟରେ ନିଜର ସାମରିକ ଉପସ୍ଥିତିକୁ ଆହୁରି ବୃଦ୍ଧି କରିଛି।
ମଧ୍ୟସ୍ଥି ସାଜିଥିବା ଓମାନର ବୈଦେଶିକ ମନ୍ତ୍ରୀ ବଦର ଆଲବୁସାଇଦି କହିଛନ୍ତି, ସାଧାରଣ ଲକ୍ଷ୍ୟ ଓ ପ୍ରମୁଖ ବୈଷୟିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବାରେ ଭଲ ଅଗ୍ରଗତି ସହିତ ଆଲୋଚନା ଶେଷ ହୋଇଛି।ତେବେ ଜଣେ ଇସ୍ରାଏଲୀ ଅଧିକାରୀଙ୍କ ସାମ୍ପ୍ରତିକ ଦାବି ଆଲୋଚନା ବିଫଳ ହେବାର ସମ୍ଭାବନାକୁ ବୃଦ୍ଧି କରିଛି।

ଇସ୍ରାଏଲ ଅଧିକାରୀଙ୍କ ବଡ଼ ଦାବି

ଅଧିକାରୀ ଜଣକ ଦାବି କରିଛନ୍ତି ଯେ, ଆମେରିକା ପକ୍ଷରୁ ଇସ୍ରାଏଲକୁ ଜଣାଇ ଦିଆଯାଇଛି, ଇରାନ ସହିତ ଆଲୋଚନା ଅର୍ଥହୀନ ଏବଂ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ। ଇରାନ ଓ ଆମେରିକା ମଧ୍ୟରେ ଜେନେଭାରେ ଯାହା ଘଟିଥିଲା ​​ତାହା କେବଳ ସେମାନଙ୍କ ସର୍ତ୍ତାବଳୀ ସହିତ କାଗଜ ଆଦାନପ୍ରଦାନ ଥିଲା କୌଣସର ଠୋସ୍ ଅଗ୍ରଗତି ହୋଇନଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।

ଅଧିକାରୀ ଜଣକ ଏହା ମଧ୍ୟ କହିଛନ୍ତି ଯେ, ଆମେରିକାର କୌଣସି କଥା ଶୁଣିବାକୁ ଇରାନ ପ୍ରସ୍ତୁତ ନୁହେଁ। ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କ ସର୍ତ୍ତ ଗ୍ରହଣ କରିବାକୁ ମନା କରିଦେଇଛି।

ଇରାନ-ଆମେରିକା ଉତ୍ତେଜନା

ଗତ ମାସରେ ହୋଇଥିବା ପ୍ରତିବାଦ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ବାରମ୍ବାର ଧମକ ଦେଇଛନ୍ତି। ଆମେରିକା ଇରାନକୁ ନିଜର ପରମାଣୁ କାର୍ଯ୍ୟକ୍ରମ ପରିତ୍ୟାଗ କରିବାକୁ ନଚେତ୍ ଭୟଙ୍କର ପରିଣାମ ଭୋଗିବାକୁ ବାରମ୍ବାର ଚେତାବନୀ ଦେଇଛି। ଆଲୋଚନା ପାଇଁ ଇରାନ ଅନେକ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି। ଇରାନ କହିଛି, ଆମେରିକାର କଟକଣା ପ୍ରତ୍ୟାହାର ହେଲେ ହିଁ ଆମେ ପରମାଣୁ କାର୍ଯ୍ୟକ୍ରମକୁ ସୀମିତ କରିବୁ।

ଆହୁରି ପଢ଼ନ୍ତୁ: କୋଇଡ଼ା ପରେ ବଣାଇଁରେ ମାତିଲେଣି ଅଫିମ ଚାଷୀ, ଫେରାର୍ ଅଭିଯୁକ୍ତର ଟେର୍ ପାଉନି ପୁଲିସ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe