Advertisment

Us Defense: ଇରାନକୁ ଧମକ ଦେଲେ ଆମେରିକା ପ୍ରତିରକ୍ଷା ସଚିବ

Advertisment

ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ପ୍ରତିରକ୍ଷା ବିଭାଗ ଏକ କଡ଼ା ବିବୃତି ଜାରି କରିଛି। ଆମେରିକାର ଯୁଦ୍ଧ ସଚିବଙ୍କ ଏହି ବିବୃତ ସ୍ପଷ୍ଟ କରୁଛି ଯେ,ଇରାନ ଯୁଦ୍ଧରେ ଆମେରିକାପଛକୁ ହଟିବ ନାହିଁ।

ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ପ୍ରତିରକ୍ଷା ବିଭାଗ ଏକ କଡ଼ା ବିବୃତି ଜାରି କରିଛି। ଆମେରିକାର ଯୁଦ୍ଧ ସଚିବଙ୍କ ଏହି ବିବୃତ ସ୍ପଷ୍ଟ କରୁଛି ଯେ,ଇରାନ ଯୁଦ୍ଧରେ ଆମେରିକାପଛକୁ ହଟିବ ନାହିଁ।

Us Defense

Us Defense

ୱାସିଂଟନ: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ପ୍ରତିରକ୍ଷା ବିଭାଗ ଏକ କଡ଼ା ବିବୃତି ଜାରି କରିଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଯଦି ଆମେରିକୀୟ ନାଗରିକ କିମ୍ବା ସୈନିକଙ୍କୁ ବିଶ୍ୱର କୌଣସି ସ୍ଥାନରେ ଧମକ ଦିଆଯାଏ , ତେବେ ଆମେରିକା ବିନା ଦ୍ୱିଧାରେ ପ୍ରତିଶୋଧ ନେବ।ହେଗସେଥ୍ ସ୍ପଷ୍ଟ ଭାବରେ କହିଛନ୍ତି, ଆମେରିକା ନିଜର ନାଗରିକଙ୍କ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ କରିବ ନାହିଁ ଏବଂ ଯେକେହି ଆମେରିକାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବୁ। 

 ପ୍ରତିରକ୍ଷା ସଚିବଙ୍କ କଡା ଚେତାବନୀ 

ଆମେରିକାର ଯୁଦ୍ଧ ସଚିବଙ୍କ ଏହି ବିବୃତ ସ୍ପଷ୍ଟ କରୁଛି ଯେ,ଇରାନଯୁଦ୍ଧରେ ଆମେରିକା ପଛକୁ ହଟିବ ନାହିଁ। ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ସମୟରେ ଏହି ବିବୃତି ଆସିଛି। ପେଣ୍ଟାଗନରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ହେଗସେଥ କହିଛନ୍ତି, ଆମେରିକୀୟ ନାଗରିକ କିମ୍ବା ସୈନ୍ୟଙ୍କ ଉପରେ ଯେକୌଣସି ଆକ୍ରମଣ ସମ୍ପୂର୍ଣ୍ଣ ଭାବରେ ଗ୍ରହଣୀୟ ନୁହେଁ। ସେ ଜୋର ଦେଇ କହିଛନ୍ତି ଆମେରିକାର ନୀତି ସ୍ପଷ୍ଟ। ଯେଉଁମାନେ ଆମେରିକୀୟ ସ୍ୱାର୍ଥ ଉପରେ ଆକ୍ରମଣ କରିବେ ସେମାନଙ୍କ ବିରୋଧରେ କଠୋର ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢନ୍ତୁ - Delhi Metro Train: ପିଙ୍କ୍ ଲାଇନ୍‌ର ରିଙ୍ଗ୍ ନେଟୱାର୍କ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

 କଠୋର କରିଛି ଆମେରିକୀୟ ପ୍ରଶାସନ

କୁଏତରେ ଏକ ଡ୍ରୋନ୍ଆକ୍ରମଣରେ ଛଅ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ, ଆମେରିକୀୟ ପ୍ରଶାସନ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛି। ହେଗସେଥ ଏହି ବିବୃତି ମାଧ୍ୟମରେ ଆମେରିକାର ଶୂନ ସହନଶୀଳ ନୀତିକୁ ଦୋହରାଇଛନ୍ତି। ସେ କହିଛନ୍ତି, ଇରାନ ଏବଂ ଏହାର ସହଯୋଗୀ ଗୋଷ୍ଠୀଗୁଡ଼ିକୁ ଏକ ସ୍ପଷ୍ଟ ବାର୍ତ୍ତା ପଠାଯାଉଛି ଯେ, ଆମେରିକୀୟ ନାଗରିକ ଏବଂ ସୈନିକଙ୍କ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ।

ଆହୁରି ପଢନ୍ତୁ - We are not rivals: ଆମେ ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ଅଂଶୀଦାର: ଭାରତ ସହ ସମ୍ପର୍କ ନେଇ ବଦଳିଲା ଚୀନ୍‌ର ସ୍ୱର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe