Bastu Tips for Late Marriage: ବିବାହ ବିଳମ୍ବ ହେଉଛି କି? ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ....

Advertisment

ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ ପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ ବିବାହ ଅନାବଶ୍ୟକ ଭାବରେ ବିଳମ୍ବ ହୁଏ।

ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ ପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ ବିବାହ ଅନାବଶ୍ୟକ ଭାବରେ ବିଳମ୍ବ ହୁଏ।

Untitled-18 copy

Photograph: (google)

ହିନ୍ଦୁ ଧର୍ମର ମୁଖ୍ୟ ୧୬ଟି ସଂସ୍କାର ମଧ୍ୟରୁ ବିବାହ ହେଉଛି ଅନ୍ୟତମ। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବରେ ବିବେଚନା କରାଯାଏ। ଏହି ବିବାହ ସମାରୋହ ପାଇଁ ଅନେକ ରୀତିନୀତି ପାଳନ କରାଯାଏ। ବେଳେବେଳେ ବିବାହ ଅନାବଶ୍ୟକ ଭାବରେ ବିଳମ୍ବ ହୁଏ। ସେହି ସମୟରେ, ବେଳେବେଳେ ଏହା ଘଟେ ଯେ ସବୁକିଛି ସ୍ଥିର ହେବା ପରେ ମଧ୍ୟ ଫଳପ୍ରଦ ହୁଏ ନାହିଁ। ବିବାହରେ ବିଳମ୍ବ କିମ୍ବା ବାଧା ପଛରେ ଅନେକ କାରଣ ଅଛି। ବାସ୍ତୁରେ ବିବାହ ଦୋଷ ଦୂର କରିବାକୁ ବିଶେଷ ପଦକ୍ଷେପ ନିଆଯାଇଥାଏ ବୋଳି କହନ୍ତି ବାସ୍ତୁବିତ୍‌ ମନୋଜ ଲେଙ୍କା।

ଆହୁରି ପଢ଼ନ୍ତୁ: ଉଦ୍‌ଘାଟନରେ ସୀମିତ ମଣ୍ଡି, ଉଠୁନାହିଁ ମୁଠାଏ ଧାନ!

ଜାତକ ଚକ୍ର କିମ୍ବା ବାସ୍ତୁରେ ତ୍ରୁଟି ରହିଲେ ଅସୁବିଧା ହୁଏ। ଜାତକରେ ମଙ୍ଗଳ ଦୋଷ ରହିଲେ ବା କାଳସର୍ପ ଦୋଷ ରହିଲେ ବିବାହରରେ ବିଳମ୍ବ ହୋଇଥାଏ। ପୁଅ ହେଉ ବା ଝିଅ ହେଉ ଲଗ୍ନ‌ର ଦ୍ବିତୀୟରେ, ସପ୍ତମରେ, ଅଷ୍ଟମରେ ଦ୍ବାଦଶରେ ମଙ୍ଗଳ ରହିଥିଲେ ମଙ୍ଗଳ ‌ଦୋଷ ‌ରହିଥାଏ ବୋଲି କୁହାଯାଏ। କିନ୍ତୁ କେନ୍ଦ୍ର ସ୍ଥାନରେ ଶନି ରହିଥିଲେ ମଙ୍ଗଳ ଦୋଷ ଖଣ୍ଡନ ହୋଇଥାଏ।
ଯଦି ଏହି ମଙ୍ଗଳ ଦୋଷ ସପ୍ତମ କିମ୍ବା ଅଷ୍ଟମ ସ୍ଥାନରେ ଥାଏ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ ଦ୍ବାଦଶ ସ୍ଥାନ ଅପେକ୍ଷା। ମଙ୍ଗଳ ଦୋଷ କାରଣରୁ ପୂର୍ବକାଳ ଶାସ୍ତ୍ରକୁ ଯଦି ନଜରରେ ନେବା ତେବେ ବିବାହରେ ବିଳମ୍ବ ହୋଇଥାଏ ବୋଲି କୁହାଯାଏ। ପ୍ରକୃତ ଶାସ୍ତ୍ରାନୁଯାୟୀ, ଯଦି ଜାତକରେ ମଙ୍ଗଳ ଦୋଷ ରହିଥାଏ ତେବେ ଏହାର ଠିକ୍‌ ଔପଚାର କରାଯାଇପାରିଲେ ଏହି ଦୋଷ କଟିଥାଏ। ଗୃହରେ ମଧ୍ୟ କିଛି ଦୋଷ ରହିଛି ଯାହାଦ୍ବାରା ବିବାହରରେ ବିଳମ୍ବ ହୋଇଥାଏ। ଐଶାନ୍ୟ କୋଣରେ, ଉତ୍ତରରେ, ପୂର୍ବରେ ଶିଢ଼ି ରହିଥିଲେ ବିବାହ ବିଳମ୍ବ ହୋଇଥାଏ।
ତେଣୁ ବିଳମ୍ବିତ ବିବାହର ଦୋଷକୁ କାଟିବା ପାଇଁ ଆମକୁ କିଛି ଦିଗପ୍ରତି ଧ୍ୟାନ ଦେବା ଆବଶ୍ୟକ ଏବଂ ଏହାର ଠିକ୍‌ ଉପାର କରିପାରତିଲେ ଯାଇ ଏଥିରୁ ମୁକ୍ତି ମିଳିବ।

ଆହୁରି ପଢ଼ନ୍ତୁ: ଭଗବାନ ପ୍ରାର୍ଥନା ଶୁଣିଛନ୍ତି କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ଦେଇଛନ୍ତି

ଉପଚାର ଗୁଡ଼ିକ ହେଲା:

  • ସାହାଡ଼ା ସୁନ୍ଦରୀ ପୂଜା ସହିତ ମା’ ପାର୍ବତୀଙ୍କୁ ସୁହାଗ ପଦାର୍ଥ (ଶାଢ଼ୀ, ଚୁଡ଼ି, ସିନ୍ଦୂର, ଅଳତା, କୁଙ୍କୁମ) ଯେଉଁ ତିଥିରେ ମହାଦେବଙ୍କ ସହିତ ପାର୍ବତୀ ଥିବେ ସେହି ତିଥିରେ ଏହି ପୂଜା କରାଗଲେ ଶୁଭ ଫଳ ମିଳିଥାଏ ଏବଂ ବିବାହ ସହଜରେ ହୋଇଯାଇଥାଏ।
  • ବାସ୍ତୁ ନିୟମରେ ପୁତ୍ର କିମ୍ବା କନ୍ୟାର ଐଶାନ୍ୟ କୋଣରେ ଏକ ବଡ଼ ଫଟୋ ଉତ୍ତର ଭାଗରେ ଦକ୍ଷିଣ ମୁଖ କରି ଯଦି ଲଗାଯାଏ ତେବେ ବିଳମ୍ବ ବିବାହଟି ଧୀରେ ଧୀରେ ଶୀଘ୍ରତର ହୋଇ ବାହାଘର ଠିକ୍‌ ହୋଇଯାଏ।
  • ପ୍ରତି ଗୁରୁବାର କନ୍ୟା ସ୍ନାନ ଜଳରେ କଞ୍ଚା ହଳଦୀ ବଟାକୁ ପକାଇ ଗାଧୋଇବା ପରେ କଦଳୀ ଗଛ ମୂଳରେ ହଳଦୀ ପାଣି ପ୍ରଦାନ କଲେ ବିବାହ ଶିଘ୍ର ହୋଇଥାଏ।
  • ଅଶ୍ବତଥ୍‌ ଗଛ ମୂଳରେ ବିଧୀବିଧାନ ଅନୁସାରେ ପ୍ରତି ଶନିବାର ପୂଜା କରିଲେ ବିଳମ୍ବିତ ବିବାହ ଦୋଷ ଦୂର ହୋଇଥାଏ।
  • ବରଗଛରେ ସାତଘେରା ସୂତା ବୁଲାଇବା ସହିତ ଗୁଡ଼, କଦଳୀ ଏବଂ କେଶର ମିଶ୍ରିତ ଜଳକୁ ପୂର୍ବ ମୁଖ ହୋଇ ଜଳ ଢାଳିବାଦ୍ବାରା ଦୋଷ ଦୂର ହୋଇଥାଏ
  • ନଅ ଗୁରୁବାର ବା ନଅ ସୋମବାର ବା ଭଲ ତିଥିରେ ୫ ଗ୍ରାମ୍‌ ରାଶି, କେଶର, ମହୁ, ଗୁଡ଼, କ୍ଷୀର ମିଶ୍ରୀତ ଦ୍ରବ୍ୟକୁ ନିଜ ନାମ ଗୋତ୍ରରେ ପୂଜା କରିବାଦ୍ବାରା ବିବାହ ଜଲଦୀ ହୋଇଥାଏ।
  • ଯଦି କୌଣସି ମହିଳା ବିବାହ ହେଉନାହିଁ, ତେବେ ବିବାହ ପାଇଁ ଏକ ବିବାହ କରିବାକୁ ଥିବା କନ୍ୟା ହାତରୁ ମେହେନ୍ଦୀ ଲଗାନ୍ତୁ। ଏହା ଶୀଘ୍ର ବିବାହ ପାଇଁ ବାଟ ଖୋଲିଥାଏ।

ଆହୁରି ପଢ଼ନ୍ତୁ: ଉପଖଣ୍ଡ ଚିକିତ୍ସାଳୟରେ ବିରଳ ସଫଳ ଅସ୍ତ୍ରୋପଚାର: ଆଣ୍ଠୁରୁ ବାହାରିଲା ସାଇକେଲ ବ୍ରେକ୍ ଖଣ୍ଡ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe