Chakrasana yoga: ସୁସ୍ଥତା ପାଇଁ କରନ୍ତୁ ଚକ୍ରାସନ

ଏହି ଆସନ କରିବାଦ୍ବାରା ମେରୁଦଣ୍ଡ ନମନୀୟ ହୋଇଥାଏ। ପେଟ, ଜଂଘ, ଛାତି, ଗଳାଦିକୁ ସଂପ୍ରସାରଣ କରିଥାଏ ଏବଂ ତତ୍‌ଜନୀତ ସମସ୍ୟା ପାଇଁ ଲାଭଦାୟକ ଅଟେ। ଶ୍ବାସ ଓ ସ୍ନାୟୁ ବିଭାଗକୁ ସୁଦୃଢ଼ କରିବା ସହିତ ହାତ ଓ ଗୋଡ଼କୁ ସୁଦୃଢ଼ କରାଇଥାଏ। 

Chakrasana_Yoga-

Photograph: (google)

ଏହି ଆସନ କରିବାଦ୍ବାରା ମେରୁଦଣ୍ଡ ନମନୀୟ ହୋଇଥାଏ। ପେଟ, ଜଂଘ, ଛାତି, ଗଳାଦିକୁ ସଂପ୍ରସାରଣ କରିଥାଏ ଏବଂ ତତ୍‌ଜନୀତ ସମସ୍ୟା ପାଇଁ ଲାଭଦାୟକ ଅଟେ। ଶ୍ବାସ ଓ ସ୍ନାୟୁ ବିଭାଗକୁ ସୁଦୃଢ଼ କରିବା ସହିତ ହାତ ଓ ଗୋଡ଼କୁ ସୁଦୃଢ଼ କରାଇଥାଏ। 

ଏହାକୁ କରିବା ପାଇଁ ପ୍ରଥମେ:

  • ପିଠିମାଡ଼ି ଚିତ୍‌ହୋଇ ଶୋଇଯାଆନ୍ତୁ
  • ଦୁଇଗୋଡ଼ ଭାଙ୍ଗି ଗୋଇଠିକୁ ଅଣ୍ଟା ପାଖକୁ ଆଣନ୍ତୁ
  •  ଦୁଇପାଦ ଏବଂ ଦୁଇ ଆଣ୍ଠୁ ମଧ୍ୟରେ ସାମାନ୍ୟ ୩୦ ସେମି ଦୂରତା ରହିବ
  •  ଦୁଇ ପାପୁଲି କାନ୍ଧର ଉଭୟ ପାର୍ଶ୍ବରେ ଭୂମିସ୍ପର୍ଶ କରି ରହିବ। ହାତର ଅଙ୍ଗୁଳିଗୁଡ଼ିକ କାନ୍ଧ ଆଡ଼କୁ ସିଧା ରହିବ। କହୁଣୀ ସିଧା ଉପରକୁ ରହିବ।
  •  ଧୀରେ ଧୀରେ ଦୁଇପାପୁଲି ଓ ପାଦକୁ ଭୂମିରେ ଲଗାଇ ଶରୀରକୁ ଉପରକୁ ଉଠାନ୍ତୁ ଓ ମେରୁଦଣ୍ଡକୁ ବକ୍ର କରନ୍ତୁ। ମୁଣ୍ଡକୁ ତଳକୁ ଝୁଲେଇ ଦିଅନ୍ତୁ।
  •  ଦୁଇହାତକୁ ଗୋଇଠିର ନିକଟବର୍ତ୍ତୀ କରାନ୍ତୁ
  •  ଦୁଇ ବାହୁ ଏବଂ ଗୋଡ଼କୁ ଯେତେ ସମ୍ଭବ ସିଧା କରନ୍ତୁ ଏବଂ ଅଧିକ ଉପରକୁ ଶରୀରକୁ ଉଠାନ୍ତୁ।
  •  ଯେତେ ସମ୍ଭବ ଶରୀରକୁ ବକ୍ର କରି ଗୋଲାକାର କରନ୍ତୁ।
  •  ଏହାପରେ ପ୍ରାରମ୍ଭିକ ସ୍ଥିତିକୁ ଫେରିଆସନ୍ତୁ। ପ୍ରଥମେ କାନ୍ଧ ଏବଂ ମୁଣ୍ଡକୁ ତଳେ ଲଗାନ୍ତୁ ତା’ପରେ ଅଣ୍ଟା ଓ ପିଠି ଲଗାନ୍ତୁ। ପରିଶେଷରେ ଶବାସନରେ ବିଶ୍ରାମ ନିଅନ୍ତୁ।

ଆହୁରି ପଢ଼ନ୍ତୁ: ଶୀତ ଦିନରେ କିପରି ନେବେ ମେକଅପ୍‌, ଆସନ୍ତୁ ଜାଣିବା

ସତର୍କତା: 

ପେଟ ଘା’, କୌଣସି ପ୍ରକାରର ଶାରିରୀକ ଯନ୍ତ୍ରଣା, ଜ୍ବର, ମେରୁଦଣ୍ଡ ଗତ ସମସ୍ୟା, ଉଚ୍ଚରକ୍ତଚାପ, ହୃଦ୍‌ରୋଗ ଆଦି କୌଣସି ପ୍ରକାରର ସମସ୍ୟା ଥିଲେ ଏହା ବର୍ଜନୀୟ। ଏହା ସହିତ ଗର୍ଭାବସ୍ଥା‌େର ଏହାକୁ କରିବେ ନାହିଁ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କୁ କେଟଲୀ- ଚା’ କପ୍ ଧରାଇ ଦେଲା କଂଗ୍ରେସ, ନିନ୍ଦା କଲା ବିଜେପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe