Photograph: (google)
କଜଳ ତିଆରି ଏକ ପାରମ୍ପରିକ କଳା। ଆଗରୁ ଜେଜେମା, ଆଈମାନେ ନବଜାତକ ପାଇଁ ଅତି ଯତ୍ନରେ ଘରେ ଏହାକୁ ତିଆରି କରୁଥିଲେ। ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥାଏ। ତେବେ ବଜାର ତିଆରି କଜଳ ଲଗାଇବାରେ ଆମେ ଅଭ୍ୟସ୍ତ ହୋଇ ଏହାକୁ ଧୀରେ ଧୀରେ ପାସୋରି ଗଲୁଣି। ଆସନ୍ତୁ ଏଥର ଟିକେ ସମୟ ଦେଇ ଘରେ ଥିବା ସାମଗ୍ରୀରେ କଜଳ ତିଆରି କରି ବ୍ୟବହାର କରିବା।
ଆହୁରି ପଢ଼ନ୍ତୁ: ୧୫ ବର୍ଷ ପରେ ଅଷ୍ଟ୍ରେଲିଆରେ ବକ୍ସିଂ ଡେ ଟେଷ୍ଟ ଜିତିଲା ଇଂଲଣ୍ଡ
ଏଥିପାଇଁ ପ୍ରଥମେ କିଛି ଷ୍ଟେରିଲାଇଜ୍ଡ ତୁଳାକୁ ନେଇ ତାକୁ ହାତରେ ଭିଣି ପତଳା ସିଟ୍ଟିଏ ତିଆରି କରିବା। ପାଖାପାଖି ୪/୬ ଆଙ୍ଗୁଳି ଅନ୍ଦାଜରେ ତିଆରି କରି ପାପୁଲିରେ ରଖି ତା’ଉପରେ କିଛି ଜୁଆଣି ନେଇ ସିଧା ରଖି ତୁଳାକୁ ଦୁଇ ହାତରେ ବଳି ଗୋଟିଏ ଲମ୍ବା ବତିର ଆକାର ଦେବା। ଏପରି ଦୁଇଟି ବତି ତିଆରି କରିବା। ଏଥର ଗୋଟିଏ ସଫା ମାଟି ବା ପିତ୍ତଳ ଦୀପ ଆଣି ସେଥିରେ ଖାଣ୍ଟି ସୋରିଷ ତେଲ ବା ଯଦି ଚାହାନ୍ତି ଘର ତିଆରି ଗୁଆଘିଅରେ ଭର୍ତ୍ତି କରିବା।
ଆହୁରି ପଢ଼ନ୍ତୁ: ମନୋଜ କୁମାର ବେହେରାଙ୍କ ଅନୁଦିତ ଗଳ୍ପ ‘ସ୍ୱପ୍ନରେ ଈଶ୍ୱରଙ୍କ ଦର୍ଶନ’
ଏଥର ପ୍ରଥମେ ପ୍ରସ୍ତୁତ କରିଥିବା ବତି ଦୁଇଟିକୁ ଏମିତି ରଖିବା ଯାହା ଫଳରେ ଚାରିଟି ଧାର ଦୀପର ଚାରିପଟକୁ ରହିବ। ଏଥର ଚାରିଟି ଆଲ୍ମଣ୍ଡ ନେଇ ତେଲ/ଘିଅରେ ବୁଡ଼େଇ ଦିଅନ୍ତୁ। ଦରକାର ପଡ଼ିଲେ ତେଲ ବା ଘିଅ ଭର୍ତ୍ତି କରନ୍ତୁ। ଏଥର ଦୀପଟିକୁ ଗୋଟିଏ ପାତ୍ର ଉପରେ ରଖନ୍ତୁ। ସେଇ ସମାନ ଉଚ୍ଚତାରେ ୩/୪ଟି ଗ୍ଲାସ୍ ବା ଯେକୌଣସି ପାତ୍ର ରଖନ୍ତୁ। ଏଥର ଦୀପଟିର ୪ଟି ବତିକୁ ଜଳାନ୍ତୁ ଏବଂ ଗୋଟିଏ ସଫା ଷ୍ଟିଲ୍/ପିତ୍ତଳ ଥାଳିରେ ଦୀପଟିକୁ ଢାଙ୍କି ଦିଅନ୍ତୁ। ଶିଖାର ନିଆଁ ଥାଳିରେ ବାଜି ଏଥିରେ କଜଳ ସଂଗ୍ରହ ହେବ। ପାଖାପାଖି ଅଧଘଣ୍ଟା ବା ଘଣ୍ଟାଏ ଭିତରେ ଦୀପର ତେଲ ସରି ଥାଳିରେ ଶୁଖିଲା କଜଳତକ ସଂଗ୍ରହ ହୋଇଥିବ। ଏହାକୁ ଗୋଟିଏ ସଫା କାଗଜରେ କୋରି ଦିଅନ୍ତୁ। ତା’ପରେ ଏକତ୍ର କରି ଛୋଟ କାଚ ବୋତଲରେ ପୂରେଇ ସେଥିରେ ଗୋଟେ ଭିଟାମିନ୍-ଇ କ୍ୟାପ୍ସୁଲ୍ ଓ ଗାଈଘିଅ ଆବଶ୍ୟକ ପରିମାଣରେ ମିଶେଇ ଭଲକରି ଘାଣ୍ଟି କାଜଲ୍ ପ୍ରସ୍ତୁତ କରନ୍ତୁ। ଏହା ଆଖିକୁ ଥଣ୍ଡା ରଖିବା ସହ ୱାଟର୍ପ୍ରୁଫ୍ ମଧ୍ୟ ହୋଇଥାଏ।
ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆରଏସଏସକୁ ପ୍ରଶଂସା କଲେ ଦିଗବିଜୟ ସିଂ
Follow Us