Advertisment

2 members: ଲୁଟେରା ଗ୍ୟାଙ୍ଗ୍‌ର ୨ ଗିରଫ

Advertisment

ଗତକାଲି ୟୁନିଟ୍‌-୮ ଅଞ୍ଚଳରେ ଘଟିଥିବା ଏକ ମୋବାଇଲ୍‌ ଛିନ୍‌ତାଇ ମାମଲାରେ ଖଣ୍ଡଗିରି ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ  ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର...

ଗତକାଲି ୟୁନିଟ୍‌-୮ ଅଞ୍ଚଳରେ ଘଟିଥିବା ଏକ ମୋବାଇଲ୍‌ ଛିନ୍‌ତାଇ ମାମଲାରେ ଖଣ୍ଡଗିରି ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ  ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର...

Untitled-14

ଖଣ୍ଡଗିରି: ଗତକାଲି ୟୁନିଟ୍‌-୮ଅଞ୍ଚଳରେ ଘଟିଥିବା ଏକ ମୋବାଇଲ୍‌ ଛିନ୍‌ତାଇ ମାମଲାରେ ଖଣ୍ଡଗିରି ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ  ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ବାଦଲ ପରିଡ଼ା(୨୬) ଓ ନୟାଗଡ଼ ଜିଲ୍ଲା ତୁଳସୀପୁର ଅଞ୍ଚଳର କିଶୋର ଲେଙ୍କା(୪୦)। ଏଥିସହ ସେମାନଙ୍କୁ ସହଯୋଗ କରିବା ଅଭିଯୋଗରେ ଜଣେ ନାବାଳକଙ୍କୁ ଧରି ଜେଜେବିରେ ହାଜର କରାଯାଇଛି। ସେମାନଙ୍କ ପାଖରୁ ୭ଟି ଚୋରା ମୋବାଇଲ୍‌ ଫୋନ୍‌ ଓ ଲୁଟ୍‌ ସମୟରେ ବ୍ୟବହାର କରୁଥିବା ଗୋଟିଏ ଆପାଚି ବାଇକ୍‌ ଜବତ କରାଯାଇଛି।

Music evening: ସଙ୍ଗୀତ ସନ୍ଧ୍ୟା ‘ସମର୍ପଣ’ ଉଦ୍‌ଯାପିତ, ଝୁମାଇଲା ମୀରା ଭଜନ ଓ ସୁଫି ସଙ୍ଗୀତ

Mayurbhanj: ମୟୂରଭଞ୍ଜରେ ବସନ୍ତ ଋତୁ ଉଭାନ: ଫେବ୍ରୁଆରିରେ ତାପମାତ୍ରା ୩୬.୪ ଡିଗ୍ରି, ୧୫ ବର୍ଷରେ ବଢ଼ିଲାଣି ୦.୮ ଡିଗ୍ରି


ଗତକାଲି ୟୁନିଟ୍‌-୮ ଅଞ୍ଚଳର ଜଣେ ମହିଳା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଯାଉଥିବା ବେଳେ ଦୁଇଜଣ ଯୁବକ ଏକ ଆପାଚିରେ ଆସି ତାଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲେ। ଏ ସମ୍ପର୍କରେ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ତଦନ୍ତ କରିବା ସହିତ ସିସି କ୍ୟାମେରା ଫୁଟେଜ୍‌ ଆଧାରରେ ବାଦଲକୁ ଠାବ କରିଥିଲା। ତାକୁ ୟୁନିଟ୍‌-୬ ଅଞ୍ଚଳରୁ ଗିରଫ କରି ପଚରାଉଚରା କରିଥିଲା। ଜଣେ ନାବାଳକ ସହିତ ମିଶି ସେ ଏହି ଛିନ୍‌ତାଇ କରିଥିବା ଜଣାପଡ଼ିଥିଲା। ପୁଲିସ ସଂପୃକ୍ତ ନାବାଳକଙ୍କୁ ମଧ୍ୟ ପଚରାଉଚରା କରିଥିଲା। ଏହି ଚୋରି ମୋବାଇଲ୍‌କୁ ସେମାନେ ବଡ଼ଗଡ଼ ଅଞ୍ଚଳରେ ରହୁଥିବା କିଶୋରକୁ ବିକ୍ରି କରିଥିବା ସ୍ବୀକାର କରିଥିଲେ। ପୁଲିସ କିଶୋରକୁ ପଚରାଉଚରା କରିବା ସହିତ ତା’ ପାଖରୁ ୭ଟି ଚୋରା ମୋବାଇଲ୍‌ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe