ଭୁବନେଶ୍ୱର: ରାଜଧାନୀବାସୀଙ୍କ ସହ ଏଠାକୁ ଆସୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ସାରା ରାଜଧାନୀରେ ଲାଗିଥିଲା ‘ଏଟିଏମ୍ଡବ୍ଲୁ’(ଏନି ଟାଇମ୍ ୱାଟର୍) ଓ ବିଶୁଦ୍ଧ ପାନୀୟ ଜଳ ଏଟିଏମ୍। ଦେଶର ଦ୍ବିତୀୟ ସହର ଭାବେ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ‘ଗ୍ରିନ୍ ସିଟି’ ଅଭିଯାନକ୍ରମରେ ସୌରଶକ୍ତିର ଉପଯୋଗ ପୂର୍ବକ ରାଜଧାନୀରେ ଏହି ସବୁ ବ୍ୟବସ୍ଥା କରିଥିଲା। ସବୁ ସୌରଶକ୍ତିଚାଳିତ ଥିଲା। ଏଥିରୁ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଉଭୟ କାର୍ଡ ଓ କଏନ୍ ବ୍ୟବସ୍ଥା କରାଯାଇଥିଲା। ପ୍ରତି ପ୍ରକଳ୍ପ ପିଛା ୧୨ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ହିସାବ କଲେ, ସାରା ରାଜଧାନୀରେ ଏଭଳି ଶହେରୁ ଅଧିକ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ଏବଂ ୧୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଏହି ବ୍ୟବସ୍ଥା ୬ ମାସରେ ଅଚଳ ହୋଇଗଲା।
A motorcycle : ଢୋଲ ବାଦ୍ୟରେ ଗଡ଼ିଲା ‘ମଟରସାଇକେଲ’
Tanya Patnaik: ତନୟା ପଟ୍ଟନାୟକ ପାଇବେ ‘ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ’
ସେପଟେ ୬ ବର୍ଷ ହେଲାଣି ଏସବୁ ଅଚଳ ପଡ଼ିଥିବାବେଳେ ଏଥିରେ ଲାଗିଥିବା ଦାମୀ ଯନ୍ତ୍ରାଂଶ ସବୁ ନଷ୍ଟ ହେଉଛି। ତଥାପି ଏହାର ମରାମତି ପାଇଁ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି। ସେପଟେ ସଜଡ଼ା ଯାଉ ନଥିବାରୁ ଅନେକ ସ୍ଥାନରେ ଏହା ସ୍ବୟଂଚାଳିତ ବଦଳରେ ମାନୁଆଲ୍ ହୋଇଗଲାଣି। ବିଶୁଦ୍ଧ ଜଳ ବଦଳରେ ଗୋଳିଆ ପାଣି ବାହାରୁଛି। ୨୦୧୯-୨୦ ଆର୍ଥିକ ବର୍ଷରେ ‘ଗ୍ରିନ୍ ସିଟି’ ମିସନ୍ରେ ରାଜଧାନୀର ବିଭିନ୍ନ ସ୍ଥାନରେ ୱାଟର୍ ଏଟିଏମ୍ ଓ ଏଟିଡବ୍ଲୁ ବସାଇଥିଲା ବିଏମ୍ସି। କେଉଁଠି ଘରୋଇ ସଂସ୍ଥାଙ୍କ ସିଏସ୍ଆର୍ ପାଣ୍ଠି ଖର୍ଚ୍ଚ କରାଯାଇଥିଲା ତ କେଉଁଠି ନିଜସ୍ବ ପାଣ୍ଠି। ୱାଟର୍ ଏଟିଏମ୍ ପିରାମଲ୍ କମ୍ପାନି ସହଯୋଗରେ ବସାଯାଇଥିଲା। ସତ୍ୟନଗର ଶ୍ମଶାନ ସମ୍ମୁଖ, ଗାନ୍ଧୀ ମାର୍କେଟ୍, ରାଜମହଲ ଛକ, ଓଲ୍ଡ ଟାଉନ୍ ବିନ୍ଦୁସାଗର, ରସୁଲଗଡ଼ ଛକ, ଶିଶୁଭବନ ଛକ, ବିଏମ୍ସି ଦକ୍ଷିଣ-ପୂର୍ବ ଜୋନାଲ୍ କାର୍ଯ୍ୟାଳୟ ଭଳି ରାଜଧାନୀର ୪୦ଟି ପ୍ରମୁଖ ଛକ ଓ କାର୍ଯ୍ୟାଳୟରେ ଏହା ବସାଯାଇଥିଲା। ପ୍ରତି ପ୍ରକଳ୍ପ ପିଛା ୧୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୪୦ଟି ମେସିନ୍ ବାବଦକୁ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସବୁଠି ଦାମୀ ସୋଲାର ପ୍ୟାନେଲ୍ ଲଗାଯାଇଥିଲା। ଏଟିଡବ୍ଲୁ କିନ୍ତୁ ବିଏମ୍ସି ନିଜସ୍ବ ଖର୍ଚ୍ଚରେ ବସାଇଥିଲା ଓ ବାଣୀବିହାର ଛକ, କଳ୍ପନା ଛକ, ୟୁନିଟ୍-୨ ବଜାର, ୟୁନିଟ୍-୪ ବଜାର ଆଦି ସ୍ଥାନରେ ବସାଯାଇଥିଲା। ଏହା ବିଶୁଦ୍ଧ ପାନୀୟ ଜଳ ଏଟିଏମ୍ଠାରୁ ଦାମୀ ଥିଲା ଏବଂ ଜଳଧାରଣ କ୍ଷମତା ଅଧିକ ଥିଲା। ଏଥିରେ ବଡ଼ ସୋଲାର ପ୍ୟାନେଲ୍, ପାଣି ଥଣ୍ଡା ପାଇଁ ଦାମୀ ଏସି ସଂଯୋଗ କରାଯାଇଥିଲା। ପ୍ରକଳ୍ପ ପିଛା ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସବୁ ଏବେ ଅଚଳ ପଡ଼ିଛି ଓ ଦୋକାନୀମାନେ ଏହାକୁ ନିଜ ଦଖଲକୁ ନେଇଗଲେଣି। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଡିଜିଟାଲ୍ ଥିଲା ଏବଂ ଏଥିପାଇଁ ୱାଟର୍ କାର୍ଡ ବି ଇସ୍ୟୁ କରାଯାଇଥିଲା। କାର୍ଡ ନ ଥିଲେ କଏନ୍ ଗଳାଇ ପିଇବା ପାଣି ପାଇ ପାରୁଥିଲେ ଲୋକେ। ବିଏମ୍ସି ଦ୍ବାରା ପ୍ରଚଳିତ କାର୍ଡ ଅବା କଏନ୍ ଗଳାଇ ଲୋକେ ପାଣି ନେବାର ବ୍ୟବସ୍ଥା ଥିଲା। ପାଣି ଲିଟର ୩୦ ପଇସା ରଖାଯାଇଥିଲା। ସବୁ ଏବେ ଅଚଳ ପଡ଼ିଛି। ସରକାରୀ ଅବ୍ୟବସ୍ଥାର ଏହି ବିକଳ ଚିତ୍ର ରାଜଧାନୀର ବିକାଶ ସହ ଗ୍ରିନ୍ ସିଟି ଅଭିଯାନକୁ ଉପହାସ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/20/untitled-17-2025-12-20-09-01-59.jpg)