Barmunda: ଆବର୍ଜନାରେ ଭର୍ତ୍ତି ବରମୁଣ୍ଡା ବସ୍‌ ଡିପୋ

Advertisment

ରାଜ୍ୟର ସବୁଠୁ ବଡ଼ ବସ୍‌ଷ୍ଟାଣ୍ଡ ହେଉଛି ବରମୁଣ୍ଡାସ୍ଥିତ ବିଏସ୍‌ଏବିଟି। ତେବେ ଏହି ନୂଆ ଟର୍ମିନାଲ୍‌ରୁ ବିଭିନ୍ନ ଗନ୍ତବ୍ୟସ୍ଥଳୀକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିଭିନ୍ନ ରୁଟ୍‌ର ବସ୍‌ଗୁଡ଼ିକ ଏହା...

ରାଜ୍ୟର ସବୁଠୁ ବଡ଼ ବସ୍‌ଷ୍ଟାଣ୍ଡ ହେଉଛି ବରମୁଣ୍ଡାସ୍ଥିତ ବିଏସ୍‌ଏବିଟି। ତେବେ ଏହି ନୂଆ ଟର୍ମିନାଲ୍‌ରୁ ବିଭିନ୍ନ ଗନ୍ତବ୍ୟସ୍ଥଳୀକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିଭିନ୍ନ ରୁଟ୍‌ର ବସ୍‌ଗୁଡ଼ିକ ଏହା...

Untitled-5

ଭୁବନେଶ୍ବର: ରାଜ୍ୟର ସବୁଠୁ ବଡ଼ ବସ୍‌ଷ୍ଟାଣ୍ଡ ହେଉଛି ବରମୁଣ୍ଡାସ୍ଥିତ ବିଏସ୍‌ଏବିଟି। ତେବେ ଏହି ନୂଆ ଟର୍ମିନାଲ୍‌ରୁ ବିଭିନ୍ନ ଗନ୍ତବ୍ୟସ୍ଥଳୀକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିଭିନ୍ନ ରୁଟ୍‌ର ବସ୍‌ଗୁଡ଼ିକ ଏହା ନିକଟରେ ଥିବା ବସ୍‌ ଡିପୋ ବା ରହଣୀସ୍ଥଳରେ ରହିଥାନ୍ତି। ଦିନ ରାତି ଏଠାରେ ବହୁସଂଖ୍ୟାରେ ବସ୍‌ ରହିବା ସହିତ ବସ୍‌ କର୍ମଚାରୀ ଓ ଯାତ୍ରୀଙ୍କର ଚଳପ୍ରଚଳ ଥାଏ। କିନ୍ତୁ ଏଠାର ଅପରିଷ୍କାର, ଅପରିଛନ୍ନ ଏହି ବସ୍‌ଷ୍ଟାଣ୍ଡର ରୂପରେଖକୁ ବିକୃତ କରିଦେଲାଣି। କୁଢ଼ କୁଢ଼ ଆବର୍ଜନା ପରିବେଶକୁ ପ୍ରଦୂଷିତ କରିଦେଲାଣି। ରାସ୍ତାକଡ଼ ଏତେ ଅପରିଷ୍କାର ଯେ ଯାତ୍ରୀମାନେ ନାକ ଟେକୁଛନ୍ତି। ତଥାପି ନା ବସ୍‌ଷ୍ଟାଣ୍ଡ୍‌ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁଛି, ନା ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର। ସେପଟେ ଯେହେତୁ ନିୟମିତ ସଫାସୁତରା କରାଯାଉନି, ଲୋକେ ଅଳିଆ ଦେଖି ଆହୁରି ଏଠାରେ ଅଳିଆ ଫିଙ୍ଗୁଛନ୍ତି।

Sayan: ଜୀବନର ବୈଚିତ୍ର୍ୟ ଦର୍ଶାଇଛି ‘ସାୟନ: ଏ ଚାରଣ୍ ଷ୍ଟୋରି’

Anti-environmental: ‘ପରିବେଶ ବିରୋଧୀ ସଂକଳ୍ପପତ୍ର, କମ୍ପାନି ପାଇଁ ସରକାରଙ୍କ ପ୍ରେମପତ୍ର’

 ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟ ଅଞ୍ଚଳ ୫୦ ନମ୍ବର ୱାର୍ଡରେ ଆସୁଛି। ଏଣୁ ଯେଉଁ ସଂସ୍ଥା ଏହାର ସଫେଇ ଦାୟିତ୍ବ ନେଇଛନ୍ତି, ସେମାନେ ନିୟମିତ ରାସ୍ତାଘାଟ ସଫା କରିବା କଥା ଓ ଅଳିଆ ଉଠାଇବା କଥା। କିନ୍ତୁ ନିୟମିତ ସଫା କରୁ ନଥିବାରୁ ରାସ୍ତାକଡ଼ ଆବର୍ଜନାରେ ଭରିଗଲାଣି। ଏକାଧିକ ସ୍ଥାନରେ ଅଳିଆ କୁଢ଼ କୁଢ଼ ଗଦା ହୋଇଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି, ପାଞ୍ଚ ଛଅ ଦିନ ହେଲା ଅଳିଆ ଗାଡ଼ି ଏହି ବସ୍‌ଷ୍ଟାଣ୍ଡ ଆଖପାଖ ଅଞ୍ଚଳ ସଫା କରିବାକୁ ଆସୁନି। ପୂର୍ବରୁ ନିୟମିତ ସିଆର୍‌ପି ପାର୍ଶ୍ବରୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଦେଇ ଖଣ୍ଡଗିରି ପର୍ଯ୍ୟନ୍ତ ଏକ ସଂସ୍ଥା ଜାତୀୟ ରାଜପଥକୁ ସଫା କରୁଛି। କିନ୍ତୁ ପାଞ୍ଚ ଛଅ ଦିନ ହେବ ଏହି ଗାଡ଼ି ଓ ସଫେଇ କର୍ମଚାରୀମାନେ ଆସୁ ନଥିବାରୁ ଏଭଳି ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe