Garbage: ଆବର୍ଜନା ଜାଳି ଦେଉଛନ୍ତି

ରାଜଧାନୀ ଭୁବନେଶ୍ବର ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଦେଶରେ ୯ମ ସ୍ଥାନ ଅକ୍ତିଆର କଲା। ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ବି ଚତୁର୍ଥ ସ୍ଥାନକୁ ଆସିଲା। ଉଭୟ ଭୁବନେଶ୍ବର ମହାନଗର ନିଗମ...

Untitled-13

ଭୁବନେଶ୍ବର: ରାଜଧାନୀଭୁବନେଶ୍ବର ସ୍ବଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଦେଶରେ ୯ମ ସ୍ଥାନ ଅକ୍ତିଆର କଲା। ସ୍ବଚ୍ଛ ବାୟୁ ସର୍ବେକ୍ଷଣରେ ବି ଚତୁର୍ଥ ସ୍ଥାନକୁ ଆସିଲା। ଉଭୟ ଭୁବନେଶ୍ବର ମହାନଗର ନିଗମ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସଫେଇ ସଂସ୍ଥାଙ୍କୁ ଏହି ସଫଳତାର ଶ୍ରେୟ ଗଲା। କିନ୍ତୁ ଏହି ମାନ୍ୟତା ପାଇବା ପରେ କୁଣ୍ଢେମୋଟ୍‌ ହୋଇଯାଇଥିବା ବିଏମ୍‌ସି ଉଭୟ ପରିମଳ ଓ ସ୍ବଚ୍ଛ ବାୟୁ କ୍ଷେତ୍ରରେ ଢିଲା ମାରିବା ଆରମ୍ଭ କରିଛି। ଯାହାର ଚିତ୍ର କିଛି ମାସର ସଫେଇରୁ ଜଳ ଜଳ ଦିଶୁଛି। ଘରକୁ ଘର ବୁଲି ଅଳିଆ ସଂଗ୍ରହ, ରାସ୍ତାଘାଟ ଅଳିଆ ସଫା କାମ ତ ଠିକ୍‌ରେ ହେଉନି, ସେପଟେ ଯେଉଁ ଠିକାସଂସ୍ଥାମାନେ ଏହି ଅଳିଆ ଉଠାଇବା ଦାୟିତ୍ବରେ ରହିଛନ୍ତି, ସେମାନେ ନିଜ ଦୋଷ, ଦୁର୍ବଳତା ଲୁଚାଇବା ପାଇଁ ଆବର୍ଜନାକୁ ଜାଳି ଦେଉଛନ୍ତି। ଯାହା ବାୟୁ ପ୍ରଦୂଷଣ ମାତ୍ରାକୁ ବଢ଼ାଇ ଦେଲାଣି। ରାଜଧାନୀ ଭୁବନେଶ୍ବରରେ ଲଗାତାର କିଛିଦିନ ଧରି ବାୟୁ ପ୍ରଦୂଷଣଉପରମୁହାଁ ରହିବା ଏହାର ପ୍ରମୁଖ କାରଣ ବୋଲି ଅଭିଯୋଗ ଉଠିଛି।

Train: ଅପେକ୍ଷାରେ ଯାତ୍ରୀ, ଆସୁନି ଟ୍ରେନ୍‌

ଘରକୁ ଘର ବୁଲି ଅଳିଆ ସଂଗ୍ରହ ପାଇଁ ବିଏମ୍‌ସି ୬୭ଟି ୱାର୍ଡକୁ ୩ ଠିକାସଂସ୍ଥାଙ୍କୁ ବାଣ୍ଟିଛି। ଏଥିପାଇଁ ବିଏମ୍‌ସି ୪୩୫ଟି ଗାଡ଼ି ଯେଗାଇ ଦେଇଛି।  ଠିକାସଂସ୍ଥା ୪୩୫ଜଣ ଚାଳକ ଓ ୪୩୫ଜଣ ହେଲ୍‌ପର୍ ନିୟୋଜିତ କରୁଛନ୍ତି, ଯାହା ଖର୍ଚ୍ଚ ବି ବିଏମ୍‌ସି ଦେଉଛି। ଠିକାସଂସ୍ଥାମାନେ କେବଳ ଲୋକବଳ ଲଗାଇ ଠିକ୍‌ସମୟରେ ଅଳିଆ ସଂଗ୍ରହ ପରିଚାଳନା ଦାୟିତ୍ବ ମୁଣ୍ଡାଇଛନ୍ତି ଓ ଏ ବାବଦକୁ ଟଙ୍କା ବି ପାଉଛନ୍ତି। କିନ୍ତୁ ଘରକୁ ଘର ବୁଲି ଅଳିଆ ସଂଗ୍ରହ ଗାଡ଼ି ଦୈନିକ ଓ ସମୟରେ ପହଞ୍ଚୁ ନଥିବାରୁ ଲୋକେ ରାସ୍ତାଘାଟରେ ଅଳିଆ ଫିଙ୍ଗୁଛନ୍ତି। ଯାହା ସହରର ସ୍ବଚ୍ଛତାକୁ ବିଗାଡ଼ୁଛି। ସେପଟେ ଯେଉଁମାନେ ରାସ୍ତାଘାଟ ଅଳିଆ ସଫା ଦାୟିତ୍ବ ନେଉଛନ୍ତି, ସେମାନେ ଏହି ଅଳିଆକୁ ରାସ୍ତାକଡ଼ରେ ପୋଡ଼ି ଦେଉଛନ୍ତି। ଏଭଳି କରିବା ଉପରେ ସଂପୂର୍ଣ୍ଣ ବାରଣ ରହିଛି ଓ ସଂପୃକ୍ତ ଠିକାସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଜରିମାନା କରିବାର ନିୟମ ରହିଛି। କିନ୍ତୁ ବିଏମ୍‌ସି ଏ ଦିଗରେ ନିରବତା ଅବଲମ୍ବନ କରୁଛି।

The night: ସଞ୍ଜନଇଁଲେ ନିଶାଡ଼ିଙ୍କ ଆସର

ପ୍ରତିବଦଳରେ ଠିକାସଂସ୍ଥାଙ୍କୁ ଦରଦ ଦେଖାଉଛି। ଫଳସ୍ବରୂପ ଠିକାସଂସ୍ଥାଙ୍କ ଔଦ୍ଧତ୍ୟ ଦିନକୁ ଦିନ ବଢ଼ିଚାଲିଛି। ଏମ୍‌ସ ରାସ୍ତା, ପଳାଶୁଣୀରୁ ଲିଙ୍ଗିପୁର ରାସ୍ତା, ଶୈଳଶ୍ରୀବିହାର ଆଦି ପ୍ରମୁଖ ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ। ଠକିବାକୁ ଯାଇ ପାହାଡ଼ ଉଚ୍ଚ ଅଳିଆ ଗଦା କରି ଠିକାସଂସ୍ଥାମାନେ ଏଥିରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହୋଇଛି। ଏହା ସହରର ସ୍ବଚ୍ଛତାକୁ ତ ବିଗାଡ଼ୁଛି, ଏହାସହ ବାୟୁ ପ୍ରଦୂଷଣ ବି ବଢ଼ାଉଛି। ଯେହେତୁ ଏହି ଆବର୍ଜନାରେ ଜରି, ଥର୍ମୋକୁଲ୍, ପ୍ଲାଷ୍ଟିକ୍ ବୋତଲଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଷାକ୍ତ ଆବର୍ଜନା ରହିଛି। ଏହା ଜଳିବା ପରେ ବାୟୁକୁ ବିଷାକ୍ତ କରୁଛି। ସକାଳେ ଓ ସଂଧ୍ୟାରେ ରାସ୍ତାଘାଟ ଆଉ ଦିଶୁନି। ଏବେଠୁ ଯଦି ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ଆଗକୁ ଦିଲ୍ଲୀ ଭଳି ସ୍ଥିତି ସୃଷ୍ଟି ହେବାକୁ ବେଶିଦିନ ଲାଗିବନି ବୋଲି ରାଜଧାନୀବାସୀ ମତ ଦେଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe