Pollution certificate: ଦହଗଞ୍ଜ କରୁଛି ପ୍ରଦୂଷଣ ପ୍ରମାଣପତ୍ର

Advertisment

ଆସନ୍ତା ଜାନୁଆରି ୧ ତାରିଖରୁ ରାଜ୍ୟରେ ଗାଡ଼ି ଚେକିଂ ଜୋରଦାର ହେବା ନେଇ ପରିବହନ କମିସନର ଘୋଷଣା କରିଥିଲେ। ପରେ ଏହାକୁ ଫେବ୍ରୁଆରି ପହିଲାରୁ କଡ଼ାକଡ଼ି କରାଯିବ ବୋଲି ଘୋଷଣା କରାଯାଇଛି।

ଆସନ୍ତା ଜାନୁଆରି ୧ ତାରିଖରୁ ରାଜ୍ୟରେ ଗାଡ଼ି ଚେକିଂ ଜୋରଦାର ହେବା ନେଇ ପରିବହନ କମିସନର ଘୋଷଣା କରିଥିଲେ। ପରେ ଏହାକୁ ଫେବ୍ରୁଆରି ପହିଲାରୁ କଡ଼ାକଡ଼ି କରାଯିବ ବୋଲି ଘୋଷଣା କରାଯାଇଛି।

Untitled-17

ଭୁବନେଶ୍ବର: ଆସନ୍ତା ଜାନୁଆରି ୧ ତାରିଖରୁ ରାଜ୍ୟରେ ଗାଡ଼ି ଚେକିଂ ଜୋରଦାର ହେବା ନେଇ ପରିବହନ କମିସନର ଘୋଷଣା କରିଥିଲେ। ପରେ ଏହାକୁ ଫେବ୍ରୁଆରି ପହିଲାରୁ କଡ଼ାକଡ଼ି କରାଯିବ ବୋଲି ଘୋଷଣା କରାଯାଇଛି। ଏହାସହିତ ପ୍ରଦୂଷଣ ଯାଞ୍ଚ୍‌ ସାର୍ଟିଫିକେଟ୍‌ ନଥିଲେ ତେଲ ନମିଳିବା ନେଇ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର୍‌ଗୁଡ଼ିକରେ ଭିଡ଼ ଜମିଛି। ଗାଡ଼ିର ପ୍ରଦୂଷଣ ଚେକିଂ ପାଇଁ ଗଲେ ପୂର୍ବରୁ ବକେୟା ଜରିମାନା ଥିଲେ, ପ୍ରଦୂଷଣ ଯାଞ୍ଚ ହୋଇ ପାରୁନାହିଁ  କିମ୍ବା ପ୍ରମାଣପତ୍ର ମିଳୁନାହିଁ। ଏଣୁ ଲୋକମାନେ ଜରିମାନା ଦାଖଲ ପାଇଁ ‌କୋର୍ଟ, ଟ୍ରାଫିକ୍ ଥାନା ଓ ଆର୍‌ଟିଓ ଦଉଡ଼ି ଦଉଛି ନୟାନ୍ତ ହେଲେଣି। ପ୍ରଦୂଷଣ ସେଣ୍ଟର ସୀମିତ ସଂଖ୍ୟକ ଥିବାରୁ ପ୍ରମାଣପତ୍ର ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ୁଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଏହି ଅବଧିକୁ ଏକ ମାସ ବୃଦ୍ଧି କରି ଫେବ୍ରୁଆରି ୧କୁ କରିଥିଲେ ସୁଦ୍ଧା ଲାଇନ୍‌ କମିବାରେ ନା ଧରୁ ନାହିଁ।

ଜଙ୍ଗଲ ବିଭାଗରେ ଚାଲିଛି କ’ଣ: ପକ୍ଷୀ ଗଣନାକୁ ନେଇ ଭିନ୍ନ ମତ

 
ସୂଚନା ଅନୁସାରେ ଭୁବନେଶ୍ବରରେ ପ୍ରାୟ ୨୦ ଲକ୍ଷ ଗାଡ଼ି ପଞ୍ଜୀକୃତ ହୋଇଛି। କିନ୍ତୁ ପ୍ରଦୂଷଣ ଯାଞ୍ଚ ପାଇଁ ମାତ୍ର ୪୩ଟି ସେଣ୍ଟର ରହିଛି। ଭୁବନେଶ୍ବର ଆର୍‌ଟିଓ ୨ ରେ ୩୭ଟି ଓ ଭୁବନେଶ୍ବର ଆର୍‌ଟିଓ ୧ରେ ମାତ୍ର ୬ଟି ପଲ୍ୟୁସନ୍ ସେଣ୍ଟର ରହିଛି। ଗାଡ଼ିର ପୂର୍ବରୁ ଭିସିଆର୍‌ କଟିଥିଲେ ଓ ଜରିମାନା ଥିଲେ ପ୍ରଦୂଷଣ ସେଣ୍ଟର ଫେରାଇ ଦେଉଛି।  ପ୍ରଦୂଷଣ ସେଣ୍ଟରଗୁଡ଼ିକ  ଜରିମାନା ଦାଖଲ ପରେ ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ମିଳିବ ବୋଲି କହି ଫେରାଇ ଦେଉଛନ୍ତି। ତେଣୁ ଜରିମାନା ଦେବାକୁ  ଲୋକମାନେ ହଇରାଣ ହେଉଛନ୍ତି। କେବଳ ସେତିକି ନୁହେଁ, ଅଧିକାଂଶ ଅନ୍‌ଲାଇନ୍‌ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକ ରାସ୍ତାକଡ଼ରେ ଥିବାରୁ, ଲୋକେ ସେମାନଙ୍କ ଯାନବାହନ ଧରି ଅତି ବିପଜ୍ଜନକ ଭାବେ ଧାଡ଼ିରେ ଠିଆ ହେଉଛନ୍ତି।

Yunus: ତାରିିକ୍‌ ରହମାନଙ୍କ ପ୍ରତ୍ୟାବର୍ତ୍ତନ, ୟୁନୁସ୍‌ଙ୍କ ଖେଳ ଖତମ୍!


ଏନେଇ ପରିବହନ ଓ ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଲୋକମାନଙ୍କ ମଧ୍ୟରେ ବହୁୂ ବିଭ୍ରାନ୍ତି ରହିଛି। ତେଣୁ ହଇରାଣ ହେଉଛନ୍ତି। ଭୁବନେଶ୍ବର ଆର୍‌ଟିଓ ୱେବସାଇଟ୍‌ରେ କେତୋଟି ପ୍ରଦୂଷଣ ସେଣ୍ଟର ରହିଛି କେଉଁଠାରେ ରହିଛି ତା’ର ସଂପୂର୍ଣ୍ଣ ବିବରଣୀ ରହିଛି। ୯୦ ଦିନ ମଧ୍ୟରେ ାରିମାନା ପାଇଁ ଚାଲାଣ କଟିଥିଲେ,  ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ମିଳିପାରିବ। ପୂର୍ବରୁ ଥିବା ଜରିମାନା ପାଇଁ  ଓଟିଏସ୍‌ ଯୋଜନା ଏବେ କାର୍ଯ୍ୟକାରୀ ହୋଇଥିବାରୁ,  ଅନ୍‌ଲାଇନ୍‌ ମାଧ୍ୟମରେ ଜରିମାନା ପ୍ରଦାନ ପାରିବେ। ଲୋକମାନଙ୍କୁ ଆଉ ଧାଡ଼ିରେ ଛିଡ଼ା ହୋଇ ଜରିମାନା କାଟିବାକୁ ପଡ଼ିବ ନାହିଁ। ଏହାସହିତ ପଲ୍ୟୁସନ୍ ପାଇଁ ଜରିମାନା କଟିଥିଲେ ୭ ଦିନ ମଧ୍ୟରେ ଗାଡ଼ି ଯାଞ୍ଚ କରାଇ  ପ୍ରଦୂଷଣ ପ୍ରମାଣପତ୍ର ସଂଗ୍ରହ କଲେ,  ଏହି ଜରିମାନା  ମଧ୍ୟ ପଡ଼ିବ ନାହିଁ। ତେଣୁ ‌ସାଧାରଣ ଲୋକମାନେ ସଚେତନ ହେବ ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe