Advertisment

Dolagobinda: ଫଗୁ ଖେଳୁଛନ୍ତି ଦୋଳଗୋବିନ୍ଦ

Advertisment

ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଫଗୁ ଦଶମୀରୁ ପଞ୍ଚୁଦୋଳ ଭୋଗଖିଆ ଓ ଯାତ୍ରା ଆରମ୍ଭ ହୋଇଯାଏ। ବିଭିନ୍ନ ଗ୍ରାମର ଆରାଧ୍ୟ୍ୟ ଦେବତା ସୁସଜ୍ଜିତ ବିମାନରେ ବିଜେ ହୋଇ ଘରଘର ବୁଲି....

ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଫଗୁ ଦଶମୀରୁ ପଞ୍ଚୁଦୋଳ ଭୋଗଖିଆ ଓ ଯାତ୍ରା ଆରମ୍ଭ ହୋଇଯାଏ। ବିଭିନ୍ନ ଗ୍ରାମର ଆରାଧ୍ୟ୍ୟ ଦେବତା ସୁସଜ୍ଜିତ ବିମାନରେ ବିଜେ ହୋଇ ଘରଘର ବୁଲି....

Untitled-11

ବିମାନରେ ଚନ୍ଦ୍ରଶେଖର, ପାଲିଙ୍କିରେ ଗୋପୀନାଥ

ବାଲିପାଟଣା: ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଫଗୁ ଦଶମୀରୁ ପଞ୍ଚୁଦୋଳ ଭୋଗଖିଆ ଓ ଯାତ୍ରା ଆରମ୍ଭ ହୋଇଯାଏ। ବିଭିନ୍ନ ଗ୍ରାମର ଆରାଧ୍ୟ୍ୟ ଦେବତା ସୁସଜ୍ଜିତ ବିମାନରେ ବିଜେ ହୋଇ ଘରଘର ବୁଲି ଭୋଗ ଖାଆନ୍ତି। ଅନ୍ୟ ମନ୍ଦିରରେ କେବଳ ବିମାନରେ ଦେବତାମାନେ ବିଜେ ହୋଇ ଯାଉଥିବା ବେଳେ ସରାଟ ନୀଳକଣ୍ଠେଶ୍ୱରଙ୍କ ବିମାନ ଓ ପାଲିଙ୍କି ବିଧି ସମ୍ପୂର୍ଣ୍ଣ ନିଆରା। ସୁସଜ୍ଜିତ ବିମାନରେ ଶ୍ରୀଚନ୍ଦ୍ରଶେଖର ଦେବ ଓ ପାଲିଙ୍କିରେ ଗୋପୀନାଥ ଦେବ ବିଜେ ହୋଇ ଗାଁ ଭୋଗ ଖିଆ ଓ ମେଳଣକୁ ଯାଆନ୍ତି।ଚଳିତ ବର୍ଷ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଚାଚେରୀ ଭୋଗ ପାଇଁ ଆଜି ସଅଳ ଠାକୁର ଗାଁ ବୁଲିଥିଲେ। ଶ୍ରଦ୍ଧାଳୁମାନେ ଘର ଅଗଣାରେ ମୁରୁଜରେ ଚିତା ଆଙ୍କି ଧୂପ, ଦୀପ, ଉଖୁଡ଼ା, ଚଣା, ଖଜା, ସାକର ଓ ନାନା ପ୍ରକାର ଫଳନୈବେଦ୍ୟ ସହ ପଇଡ଼ ଭୋଗ ଅର୍ପଣ କରିଥିଲେ। ସରାଟ ନୀଳକଣ୍ଠେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଓ ପାଲିଙ୍କିରେ ଗୋପୀନାଥ ଦେବ ଗଡ଼ବନ୍ତପୁର, ଜାଗିରି, ସରାଟ ଶାସନ, ବଳଭଦ୍ରପୁର, ଚଣାହଟ୍ଟା ଓ ସରାଟରେ ଭୋଗଖାଇଥିଲେ। ବ୍ରାହ୍ମ ମୁହୂର୍ତ୍ତରେ ମନ୍ଦିର ପ୍ରାଙ୍ଗଣରେ ମେଣ୍ଢା କୁଡ଼ିଆ ପୋଡ଼ା ଯିବ ବୋଲି ପୂଜକ ମୃତ୍ୟୁଞ୍ଜୟ ଦୀକ୍ଷିତ, ମାନସ ପଣ୍ଡା, ରବିନାରାୟଣ ପଣ୍ଡା, କଲ୍ୟାଣ କୁମାର ପଣ୍ଡା, ଅରୁଣ ପଣ୍ଡା, ପ୍ରଦୀପ ପଣ୍ଡା ଓ ପ୍ରାଣକୃଷ୍ଣ ପଣ୍ଡା କହିଛନ୍ତି।

Dear Zindagi: କର୍କଟ ରୋଗ ସଚେନତା ନେଇ ‘ଡିଅର ଜିନ୍ଦେଗୀ’

କପିଳେଶ୍ବରରେ ଦୋଳପର୍ବ: ଠାକୁରଙ୍କ ଗଡ଼ଯାତ୍ରା

 କପିଳେଶ୍ବରରେ ଆଜି ଅନୁଷ୍ଠିତ ହୋଇଛି ଶ୍ରୀ କପିଳନାଥ ଓ ଦୋଳ ଗୋବିନ୍ଦଙ୍କ ଗଡ଼ଯାତ୍ରା।  ପ୍ରଥମେ ପ୍ରଭୁ କପିଳେଶ୍ବର ଦାଣ୍ଡସାହି, କଞ୍ଚସାହି, ସିଂହସାହି ବୁଲି ଦୋଳ ଭୋଗ ଖାଇଥିଲେ। ପରେ ସୁନ୍ଦରପଦା କପିଳପ୍ରସାଦ ଗ୍ରାମରେ ୪ଟି ସ୍ଥାନରେ ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା। ଏହା ପରେ  ପାଲାମଣ୍ଡପ ଓ ମୁସଲମାନସାହି ମଧ୍ୟ ଦେଇ ଗୋଖିବାବାଙ୍କ ପାଖକୁ ଯାତ୍ରା କରିଥିଲେ।   ପରେ ସୁନ୍ଦରପଦାର ନନ୍ଦସାହି ଓ ପରେ କପିଳେଶ୍ବର ତଳସାହି ଯାତ୍ରା କରି ଦୋଳ ଗୋବିନ୍ଦ ଓ କପିଳନାଥ ଭୋଗ ଖାଇ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ଏହି ଯାତ୍ରା ବେଳେ ମୁସଲମାନସାହିରେ ମୁସଲମାନ ସଂପ୍ରଦାୟର ଲୋକେ ଦୀପ ଜାଳି ଭାଇଚାରାର ବାର୍ତା ପ୍ରଦାନ କରିଥିଲେ। ଠାକୁର ବିଳମ୍ବିତ ରାତିରେ ଫେରିଥିଲେ। କପିଳେଶ୍ବର ମନ୍ଦିର ନିକଟରେ ମେଣ୍ଢାକୁଡ଼ିଆରେ ଅଗ୍ନି ସଂଯୋଗ ହୋଇଥିଲା । ତେବେ ଗ୍ରହଣ ଯୋଗୁ ପୂର୍ଣ୍ଣିମା ରାତି ୮ଟାରେ ସର୍ବମୋକ୍ଷ ପରେ ଠାକୁର ଦୋଳବେଦୀକୁ ଆସିବେ। ସେହିପରି ପୂର୍ଣ୍ଣିମା ରାତିରେ ଆକାଶ ରଙ୍ଗାୟତ ହେବ । ଏହି ଅବସରରେ ସେଠାରେ ରାତ୍ର ୧୧ଟାରୁ ଭୋର ପର୍ଯ୍ୟନ୍ତ ଗ୍ରାମର ୮ଟି ସାହି ମଧ୍ୟରେ ବିଭିନ୍ନ ବାଣ ପ୍ରତିଯୋଗିତା ହେବ ।

🔴 LIVE News Updates 2026 March 3: ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ; ମଧ୍ୟରାତ୍ରୀରେ ମୁହାଁମୁହିଁ ହେଲେ ପାକିସ୍ତାନ-ତାଲିବାନ

କପିଳନାଥ ପୀଠ ଉତ୍ସବମୁଖର, ଭୋଗ ଖାଇଲେ ରାଧାକୃଷ୍ଣ

 ବାଲିଅନ୍ତା ବ୍ଲକ୍‌ ଅଧୀନ ଝିଣ୍ଟିଶାସନ ଗ୍ରାମସ୍ଥିତ କପିଳନାଥ ଦେବଙ୍କ ପୀଠ ଉତ୍ସବମୁଖର ହୋଇଉଠିଛି। ଦଶମୀ ତିଥି ରାତିରେ ପ୍ରଭୁ ଚନ୍ଦ୍ରଶେଖର ଓ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ଉପବିସନ କରାଯାଇଥିଲା। ଶ୍ରୀଜିଉ ମନ୍ଦିର ବେଢ଼ାରେ ପଣ୍ଡା ଓ ସେବାୟତଙ୍କର ଚାଚେରୀ ଭୋଗ ଖାଇଥିଲେ। ପରେ ମକଦ୍ଦମସାହିରେ ଭୋଗ ଖାଇଥିଲେ। ତେରବାଟିଆ, ନଅବାଟିଆ, ଝିଣ୍ଟିଶାସନ, ମହାନ୍ତିସାହି, ପାଟେଣା, ପୁରୁଣା ଝିଣ୍ଟି, ଖଣ୍ଡାୟତସାହିରେ ଭୋଗ ଖାଇଥିଲେ। ପୂର୍ଣ୍ଣିମା ଦିନ ଦୋଳମଣ୍ଡପରେ ମେଣ୍ଢାକୁଡ଼ିଆ ପୋଡ଼ା ନୀତି ସଂପାଦନ ହେବା ସହିତ ହୋଲି ଦିନ ଜମାଣ ରାତିରେ ଠାକୁର ଆକର୍ଷଣୀୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବେ। ପରଦିନ ରାତି ୧୦ଟା ସମୟରେ ହରିହର ଭେଟ ପରମ୍ପରା ବିଧି ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe