Fake police : ନକଲି ପୁଲିସ ସ୍କ୍ବାଡ୍‌ର ତୁମୁଳକାଣ୍ଡ

Advertisment

 ଗତକାଲି ବାରଙ୍ଗ-ପିତାପଲ୍ଲୀ ରାସ୍ତାରେ କଣ୍ଟାବାଡ଼ ନିକଟରେ ଏକ ନକଲି ପୁଲିସ ସ୍କ୍ବାଡ୍‌ର ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା। ପୁଲିସ ପୋଷାକରେ ଥିବା କଣ୍ଟାବାଡ଼ ଅଞ୍ଚଳର ଏକ ଅସାମାଜିକ....

 ଗତକାଲି ବାରଙ୍ଗ-ପିତାପଲ୍ଲୀ ରାସ୍ତାରେ କଣ୍ଟାବାଡ଼ ନିକଟରେ ଏକ ନକଲି ପୁଲିସ ସ୍କ୍ବାଡ୍‌ର ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା। ପୁଲିସ ପୋଷାକରେ ଥିବା କଣ୍ଟାବାଡ଼ ଅଞ୍ଚଳର ଏକ ଅସାମାଜିକ....

Untitled-31

ଭୁବନେଶ୍ବର: ଗତକାଲି ବାରଙ୍ଗ-ପିତାପଲ୍ଲୀ ରାସ୍ତାରେ କଣ୍ଟାବାଡ଼ ନିକଟରେ ଏକ ନକଲି ପୁଲିସ ସ୍କ୍ବାଡ୍‌ର ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା। ପୁଲିସ ପୋଷାକରେ ଥିବା କଣ୍ଟାବାଡ଼ ଅଞ୍ଚଳର ଏକ ଅସାମାଜିକ ଗ୍ୟାଙ୍ଗ୍‌ ବଟି ଆଦାୟ କରୁଥିବା ବେଳେ ଚନ୍ଦକା ଥାନା ପୁଲିସ ସହ ସଂଘର୍ଷ ଘଟିଥିଲା। ଏଥିରେ ଚନ୍ଦକା ଥାନାର ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଦୁର୍ବୃତ୍ତମାନେ ଚନ୍ଦକା ଥାନାର ପୁଲିସ ଟିମ୍‌କୁ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଏକ ଘରେ ବନ୍ଦୀ କରିଦେଇଥିଲେ। ଠିକଣା ସମୟରେ ଚନ୍ଦକା ଥାନା ପୁଲିସ ସଦଳବଳେ ପହଞ୍ଚି ଦୁର୍ବୃତ୍ତମାନଙ୍କ ଘରେ ଚଢ଼ଉ କରି ବନ୍ଦୀ ପୁଲିସ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ। ଏଥିସହିତ ଆକ୍ରମଣକାରୀଙ୍କ ମଧ୍ୟରୁ ୪ ମହିଳାଙ୍କ ସମେତ ୭ଜଣଙ୍କୁ କାବୁ କରିଥିଲା। ସେମାନେ ହେଲେ କଣ୍ଟାବାଡ଼ ଅଞ୍ଚଳର ସେକ୍‌ ମକ୍‌ସୁଦ୍‌ ଆଲାମ (୩୨), ଜଲିଲ୍‌ ଖାଁ(୪୫), ଉମରଅଲ୍ଲୀ ଖାଁ(୬୨), ତାଜ୍‌ମା ବେଗମ୍‌(୪୦), ଆପ୍‌ସନା ବିବି(୩୫), ସେହେନାଜ୍‌ ବିବି(୫୦) ଓ ପୁରୀ ପିପିଲି ଅଞ୍ଚଳର ମାରିଆମ୍‌ ବିବି(୪୫)। ସେମାନଙ୍କ ନିକଟରୁ ଗୋଟିଏ କାର୍‌, ୮ଟି ବାଇକ୍‌ ଓ ବିପୁଳ ମାରଣାସ୍ତ୍ର ଜବତ କରାଯାଇଛି। ଘଟଣାଟି ଆଜି ଚନ୍ଦକା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

No boxing ring: ବକ୍ସିଂ ରିଂ ନାହିଁ, ହୋଇପାରିଲାନି ଖେଳାଳି ଚୟନ

Four robbers: ପୁଲିସ ପଞ୍ଝାରେ ୪ ଡକାୟତ

ପୁଲିସ ସୂଚନା ମୁତାବକ ସୋମବାର ରାତି ପାଖାପାଖି ୧୧ଟା ସମୟରେ କଣ୍ଟାବାଡ଼ ରାସ୍ତାରେ ଏକ ପୁଲିସ ସ୍କ୍ବାଡ୍‌ ଗାଡ଼ିମଟର ଓ ଲୋକଙ୍କୁ ଅଟକାଇ ବଟି ଆଦାୟ କରୁଥିବା ନେଇ ଚନ୍ଦକା ଥାନାରେ ଅଭିଯୋଗ ହେଲା। ଥାନା ପକ୍ଷରୁ କୌଣସି ଟିମ୍‌ କଣ୍ଟାବାଡ଼ ଅଞ୍ଚଳରେ ନିୟୋଜିତ ନଥିବାରୁ ବଟି ଆଦାୟ କରୁଥିବା ନକଲି ପୁଲିସ ଗ୍ୟାଙ୍ଗ୍‌କୁ ଧରିବା ପାଇଁ ଥାନା ଅଧିକାରୀ, ଏସ୍‌ଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କୁ ନେଇ ଗଠିତ ଏକ ଟିମ୍‌କୁ ଘଟଣାସ୍ଥଳକୁ ପଠାଇଥିଲେ। ସାଦା ପୋଷାକରେ ଥିବା ଏହି ଟିମ୍‌ କଣ୍ଟାବାଡ଼ରେ ପହଞ୍ଚିବା ବେଳେ ପୁଲିସ ପୋଷାକରେ ଥିବା ମକ୍‌ସୁଦ ଓ ଜଲିଲ୍‌ ବିଭିନ୍ନ ଗାଡ଼ିକୁ ଅଟକାଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ନିକଟରେ ଆଉ ୭/୮ ଯୁବକ ଜଗିରହିଥାଆନ୍ତି। ଦୁର୍ବୃତ୍ତମାନେ ସାଦା ପୋଷାକରେ ଥିବା ଚନ୍ଦକା ଥାନା ପୁଲିସ ଟିମ୍‌କୁ ଚିହ୍ନି ନପାରି ଅଟକାଇଥିଲେ ଏବଂ ବଟି ମାଗିଥିଲେ। କିନ୍ତୁ ଏତିକିବେଳେ କେହି ଜଣେ ଏସ୍‌ଆଇ ପ୍ରଧାନଙ୍କୁ ଚିହ୍ନିପାରି ପାଟି କରିଥିଲା। ତେଣୁ ଦୁର୍ବୃତ୍ତମାନେ ସେଠାରୁ ଦୌଡ଼ିବାକୁ ଲାଗିଲେ। ପୁଲିସ ଭ୍ୟାନ୍‌ ସେମାନଙ୍କୁ ପିଛା କଲା। କିଛି ବାଟ ପରେ ଦୁର୍ବୃତ୍ତମାନେ ଏକ ଘର ଭିତରକୁ ପଶିଯାଇଥିଲେ। ପିଛା କରୁଥିବା ପୁଲିସ ଟିମ୍‌ ମଧ୍ୟ ଗେଟ୍‌ ଡେଇଁ ସେହି ଘରର ଅଗଣାକୁ ପଶିଯାଇଥିଲା। ଏଥର ଆରମ୍ଭ ହୋଇଥିଲା ସଂଘର୍ଷ। ପୁଲିସ ଟିମ୍‌ ଗାଡ଼ିରୁ ଓହ୍ଲାଉ ନ ଓହ୍ଲାଉଣୁ ଦୁର୍ବୃତ୍ତମାନେ ଘରର ମୁଖ୍ୟ ଗେଟ୍‌ ବନ୍ଦ କରିଦେଲେ, ଯେମିତି ପୁଲିସ ଗାଡ଼ି ବାହାରିପାରିବ ନାହିଁ। ହଠାତ୍‌ ୮/୧୦ ମହିଳା ଓ ୧୫ରୁ ଅଧିକ ପୁରୁଷ ପୁଲିସ ଗାଡ଼ିକୁ ଘେରିଯାଇଥିଲେ। ସମସ୍ତଙ୍କ ହାତରେ ଖଣ୍ଡା, ଭୁଜାଲି, ଛୁରି ଓ ରଡ୍‌ ଆଦି ମାରଣାସ୍ତ୍ର ଥିଲା। ଚକ୍ରବ୍ୟୁହରେ ଫସିଲା ଭଳି ପୁଲିସ ଟିମ୍‌ ଏଭଳି ଅତର୍କିତ ଆକ୍ରମଣରେ ଭୟଭୀତ ହୋଇପଡ଼ିଥିଲା। ଥାନାକୁ ଫୋନ୍‌ କଲେ, ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଏହାପରେ ସେମାନେ ପୁଲିସ ଟିମ୍‌କୁ ଏକ ଘରେ ବନ୍ଦୀ କରି ମାଡ଼ ମାରିଥିଲେ। କିଛି ଦୁର୍ବୃତ୍ତ ପୁଲିସ ଭ୍ୟାନ୍‌କୁ ପଥର ମାଡ଼କରି ଭାଙ୍ଗି ପକାଇଥିଲେ। ବନ୍ଦୀ ହୋଇଯାଇଥିବା ପୁଲିସ ଟିମ୍‌ର ଜଣେ କର୍ମଚାରୀ କୌଶଳକ୍ରମେ କଣ୍ଟ୍ରୋଲ୍‌ରୁମ୍‌କୁ ଖବର ଦେଇଥିଲେ। ତୁରନ୍ତ ଚନ୍ଦକା ଥାନା ଆଇଆଇସି ୨ପ୍ଲାଟୁନ୍‌ ଫୋର୍ସ ସେଠାରେ ପହଞ୍ଚି ଚଢ଼ଉ କରିଥିଲେ। ତଥାପି ଦୁର୍ବୃତ୍ତମାନେ ଏତେ ପରିମାଣର ପୁଲିସ ବଳକୁ ଆକ୍ରମଣ କରିବାକୁ ପଛାଇ ନଥିଲେ। ଅନ୍ଧାରର ସୁଯୋଗ ନେଇ ପୁଲିସ ବଳକୁ ଢେଲାମାଡ଼ କରିଥିଲେ। କିନ୍ତୁ ପୁଲିସ ଆକ୍ରମଣ ଦେଖି ଛତ୍ରଭଙ୍ଗ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe