ଚନ୍ଦ୍ରଶେଖରପୁର: ରାଜଧାନୀରେ ରୀତିମତ ଡକାୟତି କରୁଥିବା ଏକ କୁଖ୍ୟାତ ଦଳର ୪ଜଣ ଗତକାଲି ରାତିରେ ପୁଲିସ ପଞ୍ଝାରେ ପଡ଼ିଛନ୍ତି। ପଟିଆ ଷ୍ଟେସନ୍ରୋଡ୍ରେ ଥିବା ବରଡ଼େଇ ମନ୍ଦିର ନିକଟରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ବାନ୍ଧିଥିବା ଏହି ୪ ଅଭିଯୁକ୍ତ ହେଲେ ଚନ୍ଦକା ଥାନା ଦାରୁଠେଙ୍ଗର ବୁଦ୍ଧଦେବ ବାରିକ(୨୦), ମଞ୍ଚେଶ୍ବର ଥାନା ଇଞ୍ଜଣାରେ ରହୁଥିବା ଲକି ସୋରେନ୍(୧୯), ଶିଖରଚଣ୍ଡୀନଗରର ସାଗର ବିଷୋୟୀ(୨୬) ଓ ମହାବୀରବସ୍ତିର କରୁଣାକର ଦିଗଲ(୨୪)। ପୁଲିସ ସେମାନଙ୍କଠାରୁ ୨ଟି ଖଣ୍ଡା, ଗୋଟିଏ ଦକ୍ଷିଣୀ କଟୁରି, ଲଙ୍କାଗୁଣ୍ଡ ଓ ମଦ ଜବତ କରିଛି। ପୁଲିସ ଚଢ଼ଉ ବେଳେ ଏହି ଗ୍ୟାଙ୍ଗ୍ର ସେକ୍ ଜାଇଦୁଲ୍ ଓ ସେକ୍ ତୌଫିକ୍ ଅନ୍ଧାର ସୁଯୋଗରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। କୌଣସି ଏକ ବଡ଼ଧରଣର ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ଏହି ଗ୍ୟାଙ୍ଗ୍ ଧରାପଡ଼ିଛି ବୋଲି ପୁଲିସ ସୂଚନା ଦେଇଛି। ଖସିଯାଇଥିବା ଦୁଇ ଦୁର୍ବୃତ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
A crooked couple: ଠିକାଦାରଙ୍କୁ ସାଢ଼େ ୬୩ଲକ୍ଷର ଚୂନ ଗୁଜରାଟରୁ ବନ୍ଧାହେଲେ ଧୂର୍ତ୍ତ ଦମ୍ପତି
Student tortured: ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା, ବନ୍ଧାହେଲେ ରସିକିଆ ଡ୍ରାମା ସାର୍
ଗତ କିଛି ଦିନ ଏହି ଗ୍ୟାଙ୍ଗ୍ ରାଜଧାନୀରେ ମାତିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଗତକାଲି ରାତି ପ୍ରାୟ ୩ଟା ବେଳେ ଏମାନେ ପଟିଆ ଷ୍ଟେସନ୍ରୋଡ୍ରେ ଥିବା ବରଡ଼େଇ ମନ୍ଦିର ନିକଟରେ ଏକ ନିଛାଟିଆ ଜାଗାରେ ଏକାଠି ହୋଇଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ତୁରନ୍ତ ଏକ ଟିମ୍ ଗଠନ କରିଥିଲେ। ଆଇଆଇସି ଶ୍ରୀ ମହାରଣାଙ୍କ ନେତୃତ୍ବରେ ଏହି ଟିମ୍ ସତର୍କତାର ସହ ଉକ୍ତ ସ୍ଥାନକୁ ଛୁଟିଥିଲା। ସେତେବେଳକୁ ଦୁର୍ବୃତ୍ତମାନେ ମଦ ପିଇ ଡକାୟତି ଯୋଜନାରେ ବ୍ୟସ୍ତ ଥିଲେ। ପୁଲିସ ଟିମ୍ ସେଠାରେ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ଚଢ଼ଉ ଦେଖି ଦୁର୍ବୃତ୍ତମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ସେକ୍ ଜାଇଦୁଲ୍ ଓ ସେକ୍ ତୌଫିକ୍ ବାଇକ୍ ଯୋଗେ ଖସିପଳାଇବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା। ଏହି ଡକାୟତ ଦଳ ଟ୍ରେନ୍ ଯାତ୍ରୀଙ୍କୁ ଲୁଟୁଥିବା ବେଳେ ସୁଯୋଗ ଦେଖି ବ୍ୟବସାୟିକ ପ୍ରତିଷ୍ଠାନରେ ପଶି ଲୁଟ୍ପାଟ୍ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/untitled-10-2025-12-05-04-57-53.jpg)