ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ପ୍ରାକୃତିକ ନାଳ ଗଙ୍ଗୁଆର ପୁନରୁଦ୍ଧାର ସହ ବିଶୋଧନ ଚିନ୍ତା ଆରମ୍ଭ ହୋଇଛି। ଭୁବନେଶ୍ବର ଅଞ୍ଚଳରେ ପ୍ରବାହିତ ଗଙ୍ଗୁଆ ଜଳର ପ୍ରଦୂଷଣ ମାତ୍ରା ସର୍ବେକ୍ଷଣ ସହ ନାନୋ ବୈଷୟିକ ପଦ୍ଧତିରେ ଏହି ଜଳର ବିଶୋଧନ ଓ ଏହାକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଜୈବିକ ଉପାୟରେ ବାୟୁ ପ୍ରଚଳନ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଇଲଟ୍ପ୍ରକଳ୍ପ ଭାବେ ରିସର୍ଚ୍ଚ ଆଣ୍ଡ୍ଡେଭ୍ଲପମେଣ୍ଟ ପ୍ରକଳ୍ପ ଜରିଆରେ ଏହି କାମ କରିବାକୁ ଯାଉଛି। ଗଙ୍ଗୁଆ ବିଶୋଧନ ପାଇଁ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ପରାମର୍ଶକ୍ରମେ ଉଭୟ ଭୁବନେଶ୍ବର ମହାନଗର ନିଗମ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ପ୍ରକଳ୍ପ କାମ କରିବେ। ଏଥିପାଇଁ ଟେଣ୍ଡର ଆହ୍ବାନ ପୂର୍ବରୁ ବୈଷୟିକ ଜ୍ଞାନ ପ୍ରଦାନକାରୀ ସଂସ୍ଥା ଖୋଜା ଆରମ୍ଭ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଥିପାଇଁ ଗତ ୧୨ ତାରିଖରେ ବିଜ୍ଞପ୍ତି(ଏକ୍ସପ୍ରେସନ୍ଅଫ୍ଇଣ୍ଟରେଷ୍ଟ) ଆହ୍ବାନ କରିଛି। ଆଗ୍ରହୀ ବୈଷୟିକ ଜ୍ଞାନପ୍ରଦାନକାରୀ ସଂସ୍ଥାଙ୍କୁ ଜାନୁଆରି ୧୫ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି।
ATW: ଏଟିଡବ୍ଲ୍ୟୁ ଓ ୱାଟର ଏଟିଏମ୍, ଅଛି, ପାଣି ବାହାରୁନି
ଏହା ପୂର୍ବରୁ ଗଙ୍ଗୁଆ ଜଳକୁ ବିଶୋଧନ କରି ଦୟାକୁ ଛାଡ଼ିବାକୁ ଏକ ମେଗା ସ୍ବେରେଜ୍ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଦୟା ଓ ଗଙ୍ଗୁଆ ସଂଯୋଗ ସ୍ଥଳରେ କରିବାକୁ ସରକାର ଯୋଜନା କରିଛନ୍ତି। ୱାଟ୍କୋ ଏହି ପ୍ରକଳ୍ପ କରିବ। ଏହି ମେଗା ସ୍ବେରେଜ୍ଟ୍ରିଟ୍ମେଣ୍ଟ୍ପ୍ଲାଣ୍ଟ ପାଇଁ ୱାଟ୍କୋ ୧୩୧.୬୬ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରିଛି। କିନ୍ତୁ ଗଙ୍ଗୁଆ ଜଳକୁ ସଂକ୍ରମଣମୁକ୍ତ କରିବା ଓ ଏହାର ଜଳର ମାନ ଉନ୍ନତ କରିବା କଥା ବହୁଦିନରୁ ଦାବି ହୋଇ ଆସୁଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡ ଏ ଦିଗରେ ପ୍ରାରମ୍ଭିକ ପଦକ୍ଷେପ ଆରମ୍ଭ କରିଛି।
ଗଙ୍ଗୁଆ ଆଗରୁ ଛୋଟ ନଈ ଥିଲା। ଭଲ ଜଳ ବି ପ୍ରବାହିତ ହେଉଥିଲା ଏବଂ ତାହା ବ୍ୟବହାର ଉପଯୋଗୀ ଥିଲା। କିନ୍ତୁ ରାଜଧାନୀର କାୟା ବୃଦ୍ଧି ସହ ଗଙ୍ଗୁଆ ନିଜର ପୂର୍ବ ସତ୍ତା ହରାଇଛି। ରାଜଧାନୀର ସବୁ ବର୍ଜ୍ୟଜଳ ଗଙ୍ଗୁଆରେ ମିଶୁଛି। ଏହା ନଈରୁ ନାଳ ହୋଇଗଲାଣି। ଗଙ୍ଗୁଆ ନାଳର ଲମ୍ବ ୩୫.୭ କିଲୋମିଟର, ଓସାର ପ୍ରାୟ ୩୦ ମିଟର ଓ ଗଭୀରତା ପ୍ରାୟ ୨.୬୨ ମିଟର। ଜଳ ଗ୍ରହଣ ଅଞ୍ଚଳ ୭୫.୬ ବର୍ଗ କିଲୋମିଟର। ଏହା ଗାଡ଼କଣରୁ ବାହାରି ବିଏମ୍ସି ଦେଇ ପିପିଲି କଣ୍ଟିଠାରେ ଦୟା ନଦୀରେ ମିଶିଛି। ବିଏମ୍ସିରୁ ଦୈନିକ ୧୦୭ ଏମ୍ଏଲ୍ଡି(୧୦୭୦ ଲକ୍ଷ ଲିଟର) ବର୍ଜ୍ୟଜଳ ବାହାରୁଛି। ଯେଉଁଥିରୁ ଘରୋଇ ବର୍ଜ୍ୟଜଳ ୪୬ ଏମ୍ଏଲ୍ଡି, ଶିଳ୍ପ ବର୍ଜ୍ୟଜଳ ୨୯ ଏମ୍ଏଲ୍ଡି ଓ ମିଶ୍ରିତ ବର୍ଜ୍ୟଜଳ ୩୦.୩୫ ଏମ୍ଏଲ୍ଡି। ଅଧିକାଂଶ ବର୍ଜ୍ୟଜଳ ଗଙ୍ଗୁଆ ଦେଇ ନିଷ୍କାସିତ ହେଉଛି। ଗଙ୍ଗୁଆ କେବଳ ଦୟାକୁ ୬୫୨ କ୍ୟୁସେକ୍ବର୍ଜ୍ୟଜଳ ଛାଡ଼ୁଛି। ବହୁଦିନରୁ ଏହାକୁ ବିଶୋଧନ ପାଇଁ ଦାବି ହୋଇଆସୁଛି। ବିଶେଷ କରି ଦୟାନଦୀକୁ ଏହା ପ୍ରଦୂଷିତ କରୁଥିବା ଓ ଏଥିରୁ ଦୟାକୂଳିଆ ଗ୍ରାମବାସୀ ରୋଗାକ୍ରାନ୍ତ ହେଉଥିବାରୁ ବିଶୋଧନ କରି ଗଙ୍ଗୁଆ ଜଳକୁ ଦୟାକୁ ଛାଡ଼ିବାକୁ ଅନେକ ଥର ଆନ୍ଦୋଳନ ମୁଣ୍ଡ ଟେକିଛି।
ବହୁଦିନ ପରେ ଦାବି ପୂରଣ ଆଶା ଦେଖାଦେଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନାନୋ ବୈଷୟିକ ପଦ୍ଧତିରେ ଜଳକୁ ପ୍ରଦୂଷଣମୁକ୍ତ ସହ ବାୟୁ ପ୍ରଚଳନ ପ୍ରକ୍ରିୟା ଯୋଜନା କରିଛି। ସେହିଭଳି ଏନ୍ଜାଇମ୍ତଥା ଜୈବିକ ଏଜେଣ୍ଟ ଆଧାରିତ ବିଶୋଧନ ଓ ଓଜୋନାଇଜେସନ୍ ପ୍ରକ୍ରିୟାରେ ଜଳକୁ ସଂକ୍ରମଣମୁକ୍ତ କରିବାକୁ ଯୋଜନା କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ବିଭିନ୍ନ ବିଭାଗର ଅଭିଜ୍ଞ ଯନ୍ତ୍ରୀମାନଙ୍କୁ ନେଇ ଗଙ୍ଗୁଆ ସମନ୍ବୟ କମିଟି ନାଁରେ ୧୦ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଯେଉଁଥିରେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ବିଡିଏ, ବିଏମ୍ସି, ଜଳନିଗମ, ସ୍ବେରେଜ୍ବୋର୍ଡ, ବନ ବିଭାଗ, ପର୍ଯ୍ୟଟନ ବିଭାଗ, ଶକ୍ତି ବିଭାଗ ନୋଡାଲ୍ ଅଧିକାରୀ, କଟକ ଡ୍ରେନେଜ୍ ମୁଖ୍ୟଯନ୍ତ୍ରୀ ସଦସ୍ୟ ରହିଛନ୍ତି। ଡ୍ରେନେଜ୍ସର୍କଲ୍ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଆବାହକ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/20/untitled-18-2025-12-20-09-08-34.jpg)