Advertisment

Jail warder's : ଜେଲ୍‌ ୱାର୍ଡ଼ରଙ୍କ ଝୁଲନ୍ତା ମୃତଦେହ ଜବତ

Advertisment

ସନ୍ଦେହଜନକ ଅବସ୍ଥାରେ ବର୍ତ୍ତମାନ ନୟାଗଡ଼ ଜେଲ୍‌ ୱାର୍ଡ଼ର ଥିବା ଝାରପଡ଼ା ଜେଲ୍‌ର ପୂର୍ବତନ ୱାର୍ଡ଼ର୍‌ଙ୍କ ମୃତଦେହ କ୍ବାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଲକ୍ଷ୍ମୀସାଗର ଥାନା ପୁଲିସ....

ସନ୍ଦେହଜନକ ଅବସ୍ଥାରେ ବର୍ତ୍ତମାନ ନୟାଗଡ଼ ଜେଲ୍‌ ୱାର୍ଡ଼ର ଥିବା ଝାରପଡ଼ା ଜେଲ୍‌ର ପୂର୍ବତନ ୱାର୍ଡ଼ର୍‌ଙ୍କ ମୃତଦେହ କ୍ବାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଲକ୍ଷ୍ମୀସାଗର ଥାନା ପୁଲିସ....

Untitled-7

ଭୁବନେଶ୍ବର: ସନ୍ଦେହଜନକ ଅବସ୍ଥାରେ ବର୍ତ୍ତମାନ ନୟାଗଡ଼ ଜେଲ୍‌ ୱାର୍ଡ଼ର ଥିବା ଝାରପଡ଼ା ଜେଲ୍‌ର ପୂର୍ବତନ ୱାର୍ଡ଼ର୍‌ଙ୍କ ମୃତଦେହ କ୍ବାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଲକ୍ଷ୍ମୀସାଗର ଥାନା ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପଠାଇଛି। ମୃତ ୱାର୍ଡ଼ର ହେଲେ ଗଜପତି ଜିଲ୍ଲା ଜି-ଉଦୟଗିରି ଅଞ୍ଚଳର ସାରଥୀ ପ୍ରଧାନ(୪୦)। ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ଅନ୍ୟପଟେ ସାରଥୀଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗକୁ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି।

Bhagwatipur: ଭଗବତୀପୁର ଖାଁ ଖାଁ


ସୂଚନା ମୁତାବକ, ସାରଥୀଙ୍କର ପାଖାପାଖି ୨ବର୍ଷ ହେବ ନୟାଗଡ଼ ଜେଲ୍‌କୁ ବଦଳି ହୋଇଥିଲା। ସେ ସେଠାରେ ଯୋଗଦେଇଥିବା ବେଳେ  ତାଙ୍କ ପତ୍ନୀ, ପୁଅ ଓ ଦେଢ଼ ବର୍ଷର ଝିଅ ଝାରପଡ଼ା ଜେଲ୍‌ କ୍ୟାମ୍ପସ୍‌ରେ ଥିବା ସରକାରୀ କ୍ବାର୍ଟର୍ସରେ ରହୁଥିଲେ। ଛୁଟି ସମୟରେ ଝାରପଡ଼ା ଆସୁଥିଲେ। ହୋଲି ଛୁଟିରେ ସେ ସୋମବାର ଝାରପଡ଼ା କ୍ବାର୍ଟର୍ସକୁ ଆସିଥିଲେ। କୌଣସି କାରଣକୁ ନେଇ ଗୁରୁବାର ରାତିରେ ପତ୍ନୀଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଶୁକ୍ରବାର ସକାଳେ ପତ୍ନୀ ଉଠିବା ବେଳକୁ ସ୍ବାମୀ ଝୁଲୁଥିବା ଦେଖି ପାଟିକରି ପଡ଼ୋଶୀଙ୍କୁ ଡାକିଥିଲେ। ପଡ଼ୋଶୀ ତୁରନ୍ତ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ସାରଥୀଙ୍କ ଭଣଜା ସୁଧୀର ପ୍ରଧାନ ଓ ତାଙ୍କ ପରିବାରଲୋକ ପହଞ୍ଚିବା ପରେ ସାରଥୀ ଆତ୍ମହତ୍ୟା କରିଥିବା ସହଜରେ ବିଶ୍ବାସ କରିପାରି ନଥିଲେ। ପୂର୍ବରୁ ମାମୁ ଓ ମାଇଁଙ୍କ ଭିତରେ ପାରିବାରିକ ବିବାଦ ଲାଗିରହିଥିବା ସୁଧୀର କହିଛନ୍ତି। ଏମିତିକି କିଛିଦିନ ତଳେ ଘର ତିଆରି ପାଇଁ ମାମୁ ୯ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କା ଘରେ ରଖିଥିବା ବେଳେ ନମିଳିବାରୁ ମାମୁ ଓ ମାଇଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯେଉଁଥି ପାଇଁ ମାମୁଙ୍କ ଜୀବନ ପ୍ରତି ବିପଦ ଥିବା ବାରମ୍ବାର କହୁଥିଲେ। ତେଣୁ ତାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଝୁଲାଇ ଦିଆଯାଇଥିବା ସେ କହିଛନ୍ତି। ଏ ନେଇ ସେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି।

ପୁରୁଣା ସଜାଡ଼ିଲେନି, ନୂଆ ବି ଅଚଳ: ଖରାରେ ପାଣି ପାଇ ଦହଗଞ୍ଜ ହେବେ, ଗ୍ରିନ୍‌ ସିଟି ଯୋଜନା ବାଟବଣା

 ‘ପତ୍ନୀ ମାରିଦେବାକୁ ଚାହୁଁଛି’ପୂର୍ବରୁ ସାରଥୀ ନିଜ ୱାର୍ଡ଼ର୍‌ ଗ୍ରୁପ୍‌ରେ ଏକ ମେସେଜ୍‌ ପୋଷ୍ଟ କରି ତାଙ୍କ ପତ୍ନୀ ଖାଦ୍ୟରେ ବିଷଦେଇ ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଲେଖିଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିବାରୁ ୱାର୍ଡ଼ର ସଂଘ ମଧ୍ୟ ଲକ୍ଷ୍ମୀସାଗର ଥାନାକୁ ଯାଇ ମେସେଜ୍‌ର ସ୍କ୍ରିନ୍‌ସଟ୍‌ ପୁଲିସକୁ ଦେଇଛନ୍ତି। ହେଲେ ପତ୍ନୀ କହିଁକି ମାରିବାକୁ ଚାହୁଁଥିଲେ, ମୃତ୍ୟୁ ପଛରେ ପତ୍ନୀଙ୍କ ହାତ ଅଛି ନା ନାହିଁ, ପୁଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe