No boxing ring: ବକ୍ସିଂ ରିଂ ନାହିଁ, ହୋଇପାରିଲାନି ଖେଳାଳି ଚୟନ

Advertisment

ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ କଲେଜର ଆଶାୟୀ ବକ୍ସିଂ ଖେଳାଳିଙ୍କ ଜାତୀୟସ୍ତରରେ ଖେଳିବାର ଆଶା ଧୂଳିସାତ୍ ହୋଇଯାଇଛି।

ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ କଲେଜର ଆଶାୟୀ ବକ୍ସିଂ ଖେଳାଳିଙ୍କ ଜାତୀୟସ୍ତରରେ ଖେଳିବାର ଆଶା ଧୂଳିସାତ୍ ହୋଇଯାଇଛି।

Untitled-30

ଭୁବନେଶ୍ବର: ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ କଲେଜର ଆଶାୟୀ ବକ୍ସିଂ ଖେଳାଳିଙ୍କ ଜାତୀୟସ୍ତରରେ ଖେଳିବାର ଆଶା ଧୂଳିସାତ୍ ହୋଇଯାଇଛି। ଏଆଇୟୁ(ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍) ବାର୍ଷିକ କ୍ରୀଡ଼ା କ୍ୟାଲେଣ୍ଡର ଅନୁସାରେ ଯୋଗ୍ୟ ଖେଳାଳିଙ୍କ ନାମ ଓ ଅନ୍ୟାନ୍ୟ ବିବରଣୀ ଦେବାର ତାରିଖ ଗଡ଼ି ଯାଇଥିଲେ ବି ଭିତ୍ତିଭୂମି ( ବକ୍ସିଂ ରିଂ) ନଥିବାରୁ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ପୋର୍ଟସ କାଉନ୍‌ସିଲ୍‌ ପକ୍ଷରୁ ବକ୍ସିଂ ପ୍ରତିଯୋଗିତା କରାଯାଇନି କି ଖେଳାଳି ଚୟନ ହୋଇନି। ଯାହା ପ୍ରାୟ ୧୫୦ ମହାବିଦ୍ୟାଳୟରେ ବକ୍ସିଂ ଖେଳ ପ୍ରତି ଆଗ୍ରହ ରଖିଥିବା ଛାତ୍ରଛାତ୍ରୀଙ୍କୁ ନିରାଶ କରିଛି। ସେପଟେ ଉତ୍କଳ ବିଶ୍ବବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତା ଆୟୋଜନ ନ କରିବା ବିରୋଧରେ ଉଚ୍ଚଶିକ୍ଷା ସଚିବଙ୍କୁ ଆଶାୟୀ ଛାତ୍ରମାନେ ଲିଖିତ ଅଭିଯୋଗ କରିଥିଲେ ଓ ଏହାର ତଦନ୍ତ ପାଇଁ ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟକୁ ପଠାଇଛି।

Accident : ଦୁର୍ଘଟଣା ଭାଙ୍ଗିଦେଲା ସ୍ବପ୍ନ, ସଜେଇ ଦେଉଥିବା ହାତ ଆଜି ଅସଜଡ଼ା


ପ୍ରତିବର୍ଷ ଏଆଇୟୁ ଇଣ୍ଟର୍ ୟୁନିଭର୍ସିଟି ସ୍ପୋର୍ଟସ ବୋର୍ଡ ଜରିଆରେ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ବାର୍ଷିକ କ୍ୟାଲେଣ୍ଡର ଓ ସଂପୃକ୍ତ ବିଶ୍ବବିଦ୍ୟାଳୟ ସ୍ପୋର୍ଟସ କାଉନ୍‌ସିଲ୍‌ ଅନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରି ପ୍ରକାଶ କରିଥାନ୍ତି। ଏଆଇୟୁ କ୍ୟାଲେଣ୍ଡରରେ ବକ୍ସିଂ(ପୁରୁଷ ଓ ମହିଳା) ପ୍ରତିଯୋଗିତା ପାଇଁ ଯୋଗ୍ୟ ଖେଳାଳିଙ୍କ ସବିଶେଷ ତାଲିକା ଦେବା ଶେଷ ତାରିଖ ଡିସେମ୍ବର ୧ ତାରିଖ ଥିଲା। ଏହି ସର୍ବଭାରତୀୟ ମହିଳା ବକ୍ସିଂ ପ୍ରତିଯୋଗିତା ଚଳିତବର୍ଷ ଡିସେମ୍ବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ହରିୟାଣାର କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ ଓ ପୁରୁଷ ବକ୍ସିଂ ୨୦୨୬ ମାର୍ଚ୍ଚ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଫଗୱାରାର ଲଭ୍‌ଲି ପ୍ରଫେସନାଲ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏ ଭିତରେ ଦେଶର ଅନ୍ୟ ବିଶ୍ବବିଦ୍ୟାଳୟଠାରୁ ଅନୁରୋଧପତ୍ର ପାଇ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ବକ୍ସିଂ ପ୍ରତିଯୋଗିତା ଆୟୋଜନ କରୁଥିବା ହରିୟାଣା କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟ ୨୦୨୬ ଫେବ୍ରୁଆରି ୨୩କୁ ଯୋଗ୍ୟ ପ୍ରତିଯୋଗୀଙ୍କ ନାମ ସହ ଅନ୍ୟାନ୍ୟ ବିବରଣୀ ଦେବା ତାରିଖ ଘୁଞ୍ଚାଇଛି। ଏଣୁ ଉତ୍କଳ ବିଶ୍ବବିଦ୍ୟାଳୟ ଏହା ଅଧୀନ ବିଦ୍ୟାଳୟକୁ ନେଇ ପୁରୁଷ ବକ୍ସିଂ ପ୍ରତିଯୋଗିତା କରି ବଛା ବଛା ପ୍ରତିଯୋଗୀଙ୍କୁ ପଠାଇବାର ଶେଷ ସୁଯୋଗ ରହିଛି। କିନ୍ତୁ ମହିଳା ବକ୍ସିଂ ପ୍ରତିଯୋଗିତା ତାରିଖ ଅପରିବର୍ତ୍ତିତ ରହିଛି। ଏହାର ସମୟ ଗଡ଼ି ଯାଇଥିଲେ ବି ମହିଳା ବକ୍ସିଂ ଅନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ଆୟୋଜନ ହୋଇନି କି ପ୍ରତିଯୋଗୀଙ୍କ ଚୂଡ଼ାନ୍ତ ନାମ ଦିଆଯାଇନି। ଏଣୁ ମହିଳା ବକ୍ସରମାନେ ଏଥର ଅନ୍ତଃବିଶ୍ବବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି।

Accident : ଦୁର୍ଘଟଣା ଭାଙ୍ଗିଦେଲା ସ୍ବପ୍ନ, ସଜେଇ ଦେଉଥିବା ହାତ ଆଜି ଅସଜଡ଼ା


ଉତ୍କଳ ବିଶ୍ବବିଦ୍ୟାଳୟ ସ୍ପୋର୍ଟସ କାଉନ୍‌ସିଲ୍ ନିର୍ଦ୍ଦେଶକ ଡ. ବିଜୟ କୁମାର ସୁନ୍ଦରାୟ କହିଛନ୍ତି, ଆମ ପାଖରେ ବକ୍ସିଂ ପ୍ରତିଯୋଗିତା ପାଇଁ ଭିତ୍ତିଭୂମି ନଥିବାରୁ ଅନ୍ୟ କଲେଜ ଅବା ଅନୁଷ୍ଠାନ ଉପରେ ନିର୍ଭର କରୁଛୁ। ବହୁଦିନ ଧରି ବକ୍ସିଂ ପ୍ରତିଯୋଗିତା ବନ୍ଦ ଥିଲା। ଦାୟିତ୍ବ ନେବା ପରେ ଗତବର୍ଷ ବକ୍ସିଂ ପ୍ରତିଯୋଗିତା ଉତ୍କଳ କରାଟେ ସ୍କୁଲଠାରେ ଆୟୋଜନ ହୋଇଥିଲା। ତଥାପି ଅନେକ ବର୍ଗରେ ଜଣେ ଲେଖାଏଁ ଖେଳାଳି ଅଂଶଗ୍ରହଣ କରିଥିଲେ। ଯେହେତୁ ବିନା ପ୍ରତିଯୋଗିତାରେ ଏହି ଖେଳାଳି ଚୟନ ହୋଇଥିଲେ, ସେମାନେ ପ୍ରତିଯୋଗିତାକୁ ଯାଇଥିଲେ ବି ଅଂଶଗ୍ରହଣ କଲେନି। ବିଭିନ୍ନ ସଂଘ ବିବାଦ ଅଡ଼ୁଆ ସ୍ଥିତି ସୃଷ୍ଟି କରିଥିଲା। ତଥାପି ଚଳିତବର୍ଷ ବକ୍ସିଂ ପ୍ରତିଯୋଗିତା ଆୟୋଜନ ପାଇଁ ଯୋଜନା ହୋଇଥିଲା। ପୁରୀ ଜିଲ୍ଲା ପ୍ରତାପପୁରୁଷୋତ୍ତମପୁରସ୍ଥିତ ଗୋପୀନାଥ ଦେବ ଡିଗ୍ରି କଲେଜରେ ପ୍ରତିଯୋଗିତା ଆୟୋଜନ ହୋଇଥା’ନ୍ତା। କିନ୍ତୁ ଅନୁଧ୍ୟାନ ବେଳେ ସେଠାରେ ବକ୍ସିଂ ଖେଳ ପାଇଁ ଭିତ୍ତିଭୂମି ନଥିବାରୁ ଶେଷ ମୁହୂର୍ତ୍ତରେ ବାତିଲ୍ କରିବାକୁ ବାଧ୍ୟ ହୋଇଥିଲୁ। ସେପଟେ ଉତ୍କଳ କରାଟେ ସ୍କୁଲ ବକ୍ସିଂ ରିଙ୍ଗ୍ ଖେଳିବା ସ୍ଥିତିରେ ନାହିଁ। କ୍ରୀଡ଼ାରେ ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦେବାରେ ସଦିଚ୍ଛା ଥିଲେ ବି ଭିତ୍ତିଭୂମି ପ୍ରମୁଖ ସମସ୍ୟା ହୋଇଛି। କାଉନ୍‌ସିଲ୍ ସଦସ୍ୟ ତଥା କୋଚ୍ ଡ. ପ୍ରବୀର କୁମାର ମହାନ୍ତି କହିଛନ୍ତି, ବକ୍ସିଂ ପ୍ରତିଯୋଗିତା ପାଇଁ ବକ୍ସିଂ ରିଂ ଦରକାର, ଯାହା ଆମର ନାହିଁ। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରି। ଯେହେତୁ ଅନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ଅଦ୍ୟାବଧି ହୋଇପାରିନି, ଚଳିତବର୍ଷ ବକ୍ସିଂ ଖେଳାଳି ଜାତୀୟସ୍ତରରେ ଖେଳି ପାରିବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe