No parking: ପାର୍କିଂ ନାହିଁ ଚାଲିଛି ବେପାର

ସହରାଞ୍ଚଳରେ କେହି ବିନା ପାର୍କିଂସ୍ଥଳରେ ଘର ନିର୍ମାଣ କରିପାରିବେନି। ପ୍ଲାନ୍‌ ଅନୁମୋଦନ ବେଳେ ଏ ନିୟମ କଡ଼ାକଡ଼ି ଅନୁପାଳନର ନିର୍ଦ୍ଦେଶ ରହିଛି। ପ୍ଲାନ୍‌ ଅନୁମୋଦନ ବେଳେ...

Untitled-25

ଭୁବନେଶ୍ୱର: ସହରାଞ୍ଚଳରେ କେହି ବିନା ପାର୍କିଂସ୍ଥଳରେ ଘର ନିର୍ମାଣ କରିପାରିବେନି। ପ୍ଲାନ୍‌ ଅନୁମୋଦନ ବେଳେ ଏ ନିୟମ କଡ଼ାକଡ଼ି ଅନୁପାଳନର ନିର୍ଦ୍ଦେଶ ରହିଛି। ପ୍ଲାନ୍‌ ଅନୁମୋଦନ ବେଳେ ପାର୍କିଂ ପାଇଁ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାନ ସଂରକ୍ଷଣର ବି ନିୟମ ରହିଛି। କିନ୍ତୁ ପ୍ଲାନ୍‌ ତା ବାଟରେ, ନିୟମ ଅନ୍ୟ ବାଟରେ। ପରିଣାମ ସ୍ବରୂପ ଆଜି ରାଜଧାନୀରେ ପାର୍କିଂ ସ୍ଥିତି ଜଟିଳ ରୂପ ନେଇଛି। କୌଣସି ସପିଂ ମଲ୍ ଅବା ବ୍ୟବସାୟିକ ପ୍ରତିଷ୍ଠାନକୁ ଗଲେ ଲୋକେ ରାସ୍ତା ଉପରେ ଗାଡ଼ି ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି। ବ୍ୟକ୍ତିଗତ ଘର କ୍ଷେତ୍ରରେ ବି ସମାନ ସ୍ଥିତି। ସାହି ଗଳିକନ୍ଦିରେ ଏତେ ସଂଖ୍ୟାରେ ଗାଡ଼ି ପାର୍କିଂ ହେଉଛି ଯେ ଚାରିଚକିଆ ତ ଦୂରର କଥା ଦୁଇଚକିଆ ବି ଯିବା କାଠିକର ପାଠ।
ଏଭଳି ସ୍ଥିତିରେ ଭୁବନେଶ୍ବର-କଟକ ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ ରାଜଧାନୀ ଭୁବନେଶ୍ବରର ପ୍ରମୁଖ ୨୧ଟି ରାସ୍ତାରେ ପାର୍କିଂରେ କଟକଣା ଲଗାଇବା ନିର୍ଦ୍ଦେଶ ଚିନ୍ତା ବଢ଼ାଇଛି। ବ୍ୟବସାୟିକ ପ୍ରତିଷ୍ଠାନମାନେ ପାର୍କିଂସ୍ଥଳ ନରଖି ନିୟମ ଭାଙ୍ଗୁଛନ୍ତି। ଏଥିସହ ଲୋକଙ୍କୁ ରାସ୍ତା ଉପରେ ଗାଡ଼ି ପାର୍କିଂ କରିବାକୁ ବାଧ୍ୟ କରୁଛନ୍ତି। ଏଣୁ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟମାନେ ରାସ୍ତାରେ ଗାଡ଼ି ପାର୍କିଂ କରିବାକୁ ଲୋକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା। କିନ୍ତୁ ସେମାନଙ୍କୁ ସୁରକ୍ଷା ଦେଇ ପୁଲିସ କମିସନର ଶ୍ରୀ ସିଂହ ସାଧାରଣ ଲୋକଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ପାର୍କିଂ ଅଛି କି ନାହିଁ, ଯାଞ୍ଚ ଦାୟିତ୍ବ ବିଡିଏ  ଓ ବିଏମ୍‌ସିର। କିନ୍ତୁ ପାର୍କିଂ ବ୍ୟବସ୍ଥା ନକରି ବ୍ୟବସାୟ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଦେହରେ କେହି ବି ହାତ ମାରୁନାହାନ୍ତି।

Chandrasekharpur: ଚନ୍ଦ୍ରଶେଖରପୁର, ପଟିଆ ଅଞ୍ଚଳ ଡେଙ୍ଗୁ ହଟ୍‌ସ୍ପଟ୍‌

ଓଡିଏ ନିୟମ କହୁଛି ସପିଂ ମଲ୍, ମଲ୍ଟିପ୍ଲେକ୍ସ, ସିନେମା ହଲ୍, କଲ୍ୟାଣମଣ୍ଡପ, ବଙ୍କେଟ୍ ହଲ୍, କ୍ଲବ, କନ୍‌ଭେନ୍‌ସନ୍‌ ହଲ୍, ଅଡିଟୋରିୟମ ବ୍ୟବସ୍ଥା ଥିବା ସ୍ଥାନରେ ପାର୍କିଂ ପାଇଁ ୫୦ ପ୍ରତିଶତ ଜାଗା ଛଡ଼ାଯିବ। ପାର୍କିଂ ଏକ ବଡ଼ ସମସ୍ୟା ହୋଇଥିବାରୁ, କୋଠାର ପ୍ଲାନ୍‌ ଅନୁମୋଦନ ବେଳେ ଉନ୍ନୟନ କର୍ତ୍ତୃପକ୍ଷ ଏ ଦିଗରେ କୋହଳ ମନୋଭାବ ପୋଷଣ କରିଛନ୍ତି। ଘର ନିର୍ମାଣ ବାବଦରେ ଫ୍ଲୋର୍ ଏରିଆ ରେସିଓ(ଏଫ୍ଏଆର୍) ଅନୁସାରେ ଟଙ୍କା ନେବା ବେଳେ ପାର୍କିଂ ପାଇଁ ସଂରକ୍ଷିତ ଅଞ୍ଚଳକୁ ଦେୟମୁକ୍ତ ରଖାଯାଇଛି। ପାର୍କିଂସ୍ଥଳବାବଦରେ କୌଣସି ଫି ନିଆଯାଏନି। ଏହାସତ୍ତ୍ବେ ରାଜଧାନୀ ଛାତି ଉପରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ବିନା ପାର୍କିଂସ୍ଥଳରେ ଠିଆ ହୋଇଛି। ଯାହା ଟ୍ରାଫିକ୍ ସମସ୍ୟାକୁ ଜଟିଳ କରୁଛି।

Brown sugar: ୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ

ପାର୍କିଂ ବ୍ୟବସ୍ଥା ନଥିବା ସଂସ୍ଥାକୁ ନୋଟିସ୍‌ କରିବୁ: ବିଏମ୍‌ସି କମିସନର୍ 

କମିସନରେଟ୍‌ ପୁଲିସର ଆଦେଶ ସାଧାରଣ ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି କରାଯାଇଛି। କିନ୍ତୁ ଏହାର ପୁନଃବିଚାର ଆବଶ୍ୟକ। ଏ ଉପରେ କମିସନରେଟ୍ ପୁଲିସ ସହ ଆଲୋଚନା ଜାରି ରଖିଛୁ। କେଉଁ କେଉଁ ଜାଗାରେ ଓ କେଉଁ ସମୟରେ ପାର୍କିଂ କୋହଳ କରିହେବ, ସେ ବାବଦରେ ଆମେ ଆଲୋଚନା କରୁଛୁ। ଦୁଇ ସପ୍ତାହ ଧରି ଏହା ଉପରେ ବୈଠକ ଚାଲିବ। ଯେଉଁ ଅଞ୍ଚଳରେ ପାର୍କିଂ ନିଷେଧ କରାଯାଇଛି, ସେ ଜାଗାଗୁଡ଼ିକୁ ଭୁବନେଶ୍ବର ମହାନଗର ନିଗମ ଓ ଟ୍ରାଫିକ୍ ପୁଲିସର ଯୁଗ୍ମ ଦଳ ଜୋନ୍‌ୱାରୀ ଯାଇ ସ୍ଥିତି ପରଖିବେ। ସେହି ଅନୁସାରେ କେଉଁ ଜାଗାରେ ଓ କେଉଁ ସମୟରେ କୋହଳ କରିହେବ, ପୁଲିସ କମିସନର୍ ନିଷ୍ପତ୍ତି ନେବେ ବୋଲି ଆଶା ରଖିଛୁ। ତଥାପି ଯେଉଁମାନେ ପ୍ଲାନ୍‌‌କୁ ଉଲ୍ଲଂଘନ କରି ପାର୍କିଂସ୍ଥଳ ରଖିନାହାନ୍ତି, ସେମାନଙ୍କ ବିରୋଧରେ ଆମେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବୁ। ସେମାନଙ୍କୁ ନୋଟିସ୍ କରିବୁ। ଟ୍ରାଫିକ୍ ଆଦେଶ ଥାଉ କି ନ ଥାଉ, ଯେଉଁମାନେ ନିୟମକୁ ଉଲ୍ଲଂଘନ କରିଛନ୍ତି, ସେମାନେ ନିଶ୍ଚିତ ଦଣ୍ଡିତ ହେବେ। ଆବଶ୍ୟକ ପଡ଼ିଲେ, ଆମେ ସଂପୃକ୍ତ କୋଠାକୁ ଭାଙ୍ଗିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe