Advertisment

Non-compliance: ମାନୁନାହାନ୍ତି ରଙ୍ଗ୍‌ରୁଟ୍‌ ନିୟମ ଜରିମାନା ଆଦାୟ କୋହଳ

Advertisment

ରାଜଧାନୀରେ ଅମାନିଆ ଗାଡ଼ିଚାଳକଙ୍କ ଯୋଗୁ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ସହରର ବଡ଼ବଡ଼ ଛକ ଓ ଅଣ୍ଡରପାସ୍‌ ନିକଟରେ ରଙ୍ଗରୁଟ୍‌ ଗାଡ଼ିଚାଳନା ବର୍ତ୍ତମାନ ସମୟରେ....

ରାଜଧାନୀରେ ଅମାନିଆ ଗାଡ଼ିଚାଳକଙ୍କ ଯୋଗୁ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ସହରର ବଡ଼ବଡ଼ ଛକ ଓ ଅଣ୍ଡରପାସ୍‌ ନିକଟରେ ରଙ୍ଗରୁଟ୍‌ ଗାଡ଼ିଚାଳନା ବର୍ତ୍ତମାନ ସମୟରେ....

Untitled-1

ଭୁବନେଶ୍ବର: ରାଜଧାନୀରେ ଅମାନିଆ ଗାଡ଼ିଚାଳକଙ୍କ ଯୋଗୁ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିବାରେ ଲାଗିଛି। ସହରର ବଡ଼ବଡ଼ ଛକ ଓ ଅଣ୍ଡରପାସ୍‌ ନିକଟରେ ରଙ୍ଗରୁଟ୍‌ ଗାଡ଼ିଚାଳନା ବର୍ତ୍ତମାନ ସମୟରେ ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି। ସିଧାସଳଖ ରାସ୍ତାରେ ସୁରୁଖୁରୁରେ ଯାଉଥିବା ସମୟରେ ବିପରୀତ ଦିଗରୁ ହଠାତ୍‌ ଗାଡ଼ି ମାଡ଼ିଆସି ଲୋକଙ୍କୁ ଅକଳରେ ପକାଉଛି। ବଡ଼ବଡ଼ ଛକ ନିକଟରେ ଟ୍ରାଫିକ୍‌ ପୁଲିସ ନିୟୋଜିତ ଥିଲେ ମଧ୍ୟ ଲୋକେ ଏହାକୁ ଖାତିର କରୁନାହାନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରାଜଧାନୀର ବିଭିନ୍ନ ଫ୍ଲାଏଓଭର୍‌ ତଳେ ଥିବା ଅଣ୍ଡରପାସ୍‌ ନିକଟରେ ଏହି ସମସ୍ୟା ଯୋଗୁ ରାସ୍ତା ସଙ୍କୁଚିତ ହୋଇ ଯାତାୟାତରେ ବାଧା ଉପଜୁଛି। କାଁ ଭାଁ ଟ୍ରାଫିକ୍‌ ପୁଲିସ ଓ ୱାର୍ଡେନ୍‌ ନିୟୋଜିତ ଥିଲେ ମଧ୍ୟ ସଂଘବଦ୍ଧ ରଙ୍ଗରୁଟ୍‌ ଗାଡ଼ି ଚାଳନା ଆଗରେ ସେମାନେ କାଗଜ ବାଘ ପାଲଟୁଛନ୍ତି।

Hirakud: ହୀରାକୁଦ ସ୍ଥିତି ସମୀକ୍ଷା କଲେ ଟ୍ରିବ୍ୟୁନାଲ୍‌: ନିରୀକ୍ଷଣ କଲେ ନଦୀବନ୍ଧ ଓ ପାୱାର୍‌ ହାଉସ୍‌


ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋଠାରୁ ଆରମ୍ଭ କରି ପଳାଶୁଣୀ ପର୍ଯ୍ୟନ୍ତ ଏନ୍‌ଏଚ୍‌-୧୬ର ସର୍ଭିସ୍‌ ରୋଡ୍‌ଗୁଡ଼ିକରେ ରଙ୍ଗରୁଟ୍‌ ଗାଡ଼ିଚାଳନା ଦେଖିବାକୁ ମିଳୁଛି। ସେହିଭଳି ଆଭ୍ୟନ୍ତରୀଣ ସହରରେ ରଘୁନାଥପୁର, ପଟିଆ, ଡମଣା, ଚନ୍ଦ୍ରଶେଖରପୁର, ଜୟଦେବବିହାର, ଜନପଥ, ରାଜମହଲ ଛକ, ମାଉସୀ ମା’ ଛକ, ପୁରୀ-କଟକ ରୋଡ୍‌ ଅଞ୍ଚଳରେ ଏହି ସମସ୍ୟା ଚିନ୍ତାଜନକ। ଡାଇଭର୍ସନ୍‌ ଓ ଅଣ୍ଡର୍‌ପାସ୍‌ ନିକଟରେ ହଠାତ୍‌ ଗାଡ଼ିଗୁଡ଼ିକ ବିପରୀତ ଦିଗରୁ ଚାଲି ଆସୁଛନ୍ତି। ପ୍ରତିବାଦ କଲେ ନାଲିଆଖି ଦେଖାଉଛନ୍ତି। ବିଭିନ୍ନ ସମୟରେ ଏଥିଲାଗି ଯୁକ୍ତିତର୍କ ଓ ହାତାହାତି ପର୍ଯ୍ୟନ୍ତ କଥା ଯାଉଛି। ସେହିଭଳି ଆଉକିଛି ଅଞ୍ଚଳରେ ରଙ୍ଗରୁଟ୍‌ ଗାଡ଼ିଚାଳନାଦେହସୁହା ହୋଇଗଲାଣି। ତେବେ ଏହାକୁ ବନ୍ଦ ହେବ କେମିତି ସେ ନେଇ ଟ୍ରାଫିକ୍‌ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ।

Anganwadi centre: ଅଙ୍ଗନବାଡ଼ି କେନ୍ଦ୍ର ଉପରେ ଗଛପଡ଼ି ୨ ଶିଶୁ ଆହତ


ରଙ୍ଗ୍‌ରୁଟ୍‌ ଗାଡ଼ିଚାଳନା ପାଇଁ ଟ୍ରାଫିକ୍‌ ବିଭାଗ ପକ୍ଷରୁ ଜରିମାନା ବ୍ୟବସ୍ଥା ହୋଇଛି। ପ୍ରଥମ ଥର ଆଇନ ଉଲ୍ଲଂଘନ କଲେ ୫ହଜାର ଟଙ୍କା ଓ ତା’ ପରେ ପ୍ରତିଥର ପାଇଁ ୧୦ହଜାର ଟଙ୍କା ଲେଖାଏଁ ଜରିମାନା ବ୍ୟବସ୍ଥା ହୋଇଛି। ଏତେ ବଡ଼ ପରିମାଣର ଜରିମାନା ସତ୍ତ୍ବେ ଯାଞ୍ଚ କୋହଳ ଯୋଗୁ ଅମାନିଆଙ୍କୁ ସାବାଡ଼ ହେଉନାହିଁ। ବଡ଼ବଡ଼ ଛକ ନିକଟରେ ଏଆଇ କ୍ୟାମେରା, ଟ୍ରାଫିକ୍‌ ଉଲ୍ଲଂଘନ ଚିହ୍ନଟ ବ୍ୟବସ୍ଥା(ଟିଭିଡିଏସ୍‌) ଓ ସ୍ବୟଂଚାଳିତ ନମ୍ବର ପ୍ଲେଟ୍‌ ଚିହ୍ନଟକାରୀ ବ୍ୟବସ୍ଥା(ଏଏନ୍‌ପିଆର୍‌) ରହିଛି। ଇ-ଚାଲାଣରେ କଟୁଥିବା ନେଇ ଟ୍ରାଫିକ୍‌ ବିଭାଗ ଡିଣ୍ଡିମ ପିଟୁଥିବା ବେଳେ ନିୟମ ଉଲ୍ଲଂଘନ ତା’ ବାଟରେ ଚାଲିଛି।  ସୂଚନାଯୋଗ୍ୟ ଯେ ୨୦୨୪ ମସିହାରେ ଓଡ଼ିଶାରେ ବିପରୀତ ଦିଗରେ ଗାଡ଼ିଚାଳନା ଲାଗି ୪୭୦ ଜଣଙ୍କର ଜୀବନ ଯାଇଥିଲା। ଏଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରାନଗଲେ ଅଧିକ ଧନଜୀବନ ନଷ୍ଟ ହେବାରୁ ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe