ପୁରୁଣା ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ରଥରୋଡ଼୍‌ରେ ରହିଛି ପୂଜାପଣ୍ଡାସାହି। ପୁରୁଣା ଭୁବନେଶ୍ବରର ସବୁଠୁ ଛୋଟସାହି ଏହି ପୂଜାପଣ୍ଡାସାହିର ରାସ୍ତା ଖୁବ୍‌ସଂକୀର୍ଣ୍ଣ। ପୂର୍ବରୁ ଏଠାରେ ୧୦ ପୂଜାପଣ୍ଡା ପରିବାର, ୪ ମହାରଣା ପରିବାର, ୩ ଦାଶ ବ୍ରାହ୍ମଣ ପରିବାର ରହୁଥିଲେ। ଏବେ ପୂଜାପଣ୍ଡାସାହିରେ ପ୍ରାୟ ୨୫ ପରିବାର ରହୁଛନ୍ତି। ତେବେ ସେଥିରୁ ମାତ୍ର ୫ଟି ପୂଜାପଣ୍ଡା ପରିବାର ଏବେ ସାହିରେ ବାସ କରୁଛନ୍ତି। ଯିବା ଆସିବା, ଗାଡ଼ି ରଖିବା ସମସ୍ୟା ଯୋଗୁ ଅନ୍ୟ ପୂଜାପଣ୍ଡା ପରିବାରମାନେ ଅନ୍ୟତ୍ର ଘରଡିହ କିଣି ଘର କରି ରହୁଛନ୍ତି। ପୂଜାପଣ୍ଡା ସେବାୟତମାନେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ  ଧାର୍ଯ୍ୟ ନୀତିରେ ପ୍ରତିଦିନ ପିଢ଼ାରେ ବସାଇ ସଂସ୍କାର କରିବା ସହ ପ୍ରସାଦ ସମର୍ପଣ କରିଥାନ୍ତି। ସକାଳେ ପଞ୍ଚ ଉପଚାରରେ ଗୋପାଳବଲ୍ଲଭ, ଭୋଗମଣ୍ଡପ ଓ ବୀରକିଶୋର ବଲ୍ଲଭ ନୀତି କରିଥାନ୍ତି। ସକାଳ ଧୂପ ଷୋଡ଼ଶ ଉପଚାରରେ ଓ ଦ୍ବିପ୍ରହର ଧୂପରେ ଦଶ ଉପଚାର ପୂଜା କରିବା ସହ ଦ୍ବିପ୍ରହରରେ ପଞ୍ଚ ଉପଚାର ପୂଜା କରିଥାନ୍ତି। ସେହିପରି ସନ୍ଧ୍ୟାରେ ଷୋଡ଼ଶ ଉପଚାରରେ ସନ୍ଧ୍ୟା ଧୂପ କରିବା ସହ ଶେଷରେ ପହୁଡ଼ ପୂର୍ବରୁ ବଡ଼ସିଂହାର ପଞ୍ଚ ଉପଚାର ପୂଜା କରନ୍ତି। ଏହି ସେବାୟତ ରୁକୁଣା ରଥଯାତ୍ରାରେ ଛେରାପହଁରା କରିଥାନ୍ତି। ଏଥିସହ ଠାକୁରେ ରଥରେ ଥିବା ସମୟରେ ସବୁ ନୀତି କରନ୍ତି। ଏବେ ଏହି ସାହିରେ ୫ ପୂଜାପଣ୍ଡା ପରିବାର ବ୍ୟତୀତ ଜଣେ ଦାଶ ବ୍ରାହ୍ମଣଙ୍କ ପରିବାର, ୨ଟି ମହାରଣା ପରିବାର, ଓ ଅନ୍ୟ କିଛି ପରିବାର ଭଡ଼ାରେ ଆସି ରହୁଛନ୍ତି।

Advertisment

Kamalesh Kumari: ସାହସ ଓ ବୀରତ୍ବର ପ୍ରତୀକ: କମଳେଶ କୁମାରୀ

ପ୍ରତି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ମା’ଙ୍କ ପୂଜାର୍ଚ୍ଚନା ହୁଏ

ଏବେ ସାହିର ମୂଳବାସିନ୍ଦାଙ୍କ ସହ ଆଖପାଖର  ଲୋକେ ମାଙ୍ଗଳିକ କାର୍ଯ୍ୟରେ  ଦିଅଁମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଆସନ୍ତି। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯାଏ । ଶୀତଳ ଷଷ୍ଠୀରେ ଦେବଦମ୍ପତିଙ୍କ ପ୍ରତ୍ୟାବର୍ତ୍ତନ ବେଳେ ଏଠାରେ ଭେଟ ଆଳତି ଓ ଭୋଗ ଲାଗି କରାଯାଏ। ସେହିପରି ପାର୍ବଣ ଷୋଳପୂଜାରେ ୧୬ଦିନ ଧରି ମା’ଙ୍କ ଷୋଡ଼ଶ ଉପଚାର ପୂଜା କରାଯାଏ। ୧୬ଦିନ ଧରି ଚଣ୍ଡୀପାଠ ଓ ପୂଜା କରାଯାଏ। 

Talkies: ‘ଜଗନ୍ନାଥ’ ଓ ‘ଅହଲ୍ୟା’ ଟକିଜ୍‌ ଆଜି ଭଗ୍ନସ୍ତୂପ

Talkies: ‘ଜଗନ୍ନାଥ’ ଓ ‘ଅହଲ୍ୟା’ ଟକିଜ୍‌ ଆଜି ଭଗ୍ନସ୍ତୂପ

ରାଜେଶ ପୂଜାପଣ୍ଡା (ସେବାୟତ)  

ମା’ ରାମାୟଣୀ ଗ୍ରାମଦେବତୀ

ଏହି ସାହିରେ ରହିଛି ଏକାମ୍ରକ୍ଷେତ୍ରର ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମାୟଣୀ ଯାହା ସାହିର ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି। ଏହି ଦେବୀ ପ୍ରାୟ ଚତୁର୍ଦ୍ଦଶ ଶତାବ୍ଦୀ ପୂର୍ବରୁ ଗଛମୂଳେ ପୂଜା ପାଉଥିଲେ। ପରେ ପରେ ମନ୍ଦିର  ନିର୍ମାଣ ହୋଇଥିଲା। ମା'ଙ୍କ ମନ୍ଦିର ନିକଟରେ ଦୁର୍ଗାଙ୍କ ମୂର୍ତ୍ତି ପୂଜା ହେଉଥିଲା। ସେଠାରେ ଏକ ସୋମନାଥ ମନ୍ଦିର ମଧ୍ୟ ଥିଲା। ତେବେ ଏହା ଭଗ୍ନ ଅବସ୍ଥାରେ ଥିଲା। ପ୍ରାୟ ୮୦ବର୍ଷ ତଳେ ସ୍ବର୍ଗତ ଲିଙ୍ଗରାଜ ମହାରଣା ଏହି ଶିବମନ୍ଦିରକୁ ମରାମତି କରିବା ସହ  ମା’ଦୁର୍ଗାଙ୍କୁ ପାର୍ଶ୍ବଦେବୀ ଭାବେ ସ୍ଥପନା କରିଥିଲେ।  
ପ୍ରସନ୍ନ ପୂଜାପଣ୍ଡା, ସଭାପତି ପୂଜାପଣ୍ଡା ନିଯୋଗ

ଚନ୍ଦନଯାତ୍ରା ଶେଷ ଦିନ ମହାପ୍ରଭୁ ନିଯୋଗ ନିକଟକୁ ଆସନ୍ତି

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରାର ଶେଷ ଦିନ ହଳଦୀ ପାଣି ଦିବସରେ ସାହିମୁହଁରେ ଥିବା ନିଯୋଗ ନିକଟକୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆସନ୍ତି। ସେଠାରେ ଭେଟ ଆଳତି ଓ ଭୋଗ ଲାଗି କରାଯାଏ । ସେହିପରି ରୁକୁଣା ରଥଯାତ୍ରା ବେଳେ ବାହୁଡ଼ାରେ ରଥ ଫେରିଲା ବେଳେ ପଣା ଭୋଗ କରାଯାଏ। ପୂଜାପଣ୍ଡା ନିଯୋଗ ପକ୍ଷରୁ ସାହିର ଚନ୍ଦନ ଭୋଜି କରାଯାଏ। ଏଥିରେ ସବୁ ମୁରବି ଓ ସାହିଲୋକ ଏକାଠି ହୁଅନ୍ତି।  ଦଶହରାରେ ସବୁ ସାହି ଲୋକ ଏକାଠି ହୋଇ ହରପାର୍ବତୀ ପୂଜା କରନ୍ତି।  ଗଣେଶ ପୂଜା ମଧ୍ୟ କରାଯାଏ।

ଲିଙ୍ଗରାଜ ପୂଜାପଣ୍ଡା (ସେବାୟତ)