Selfless service: ‘ନିଃସ୍ୱାର୍ଥପର ସେବା ହିଁ ପ୍ରକୃତ ସେବା’

Advertisment

ନିଃସ୍ୱାର୍ଥପର ସେବା ହିଁ ପ୍ରକୃତ ସେବା। ଏହା ହିଁ ଈଶ୍ୱରପ୍ରାପ୍ତି ମାଧ୍ୟମ। ଜନସାଧାରଣ ନିଜ ମନରେ ସେବା ମନୋଭବ ଆଣିଲେ ମହାପ୍ରଭୁଙ୍କ ପ୍ରକୃତ ଆରାଧନା କରିପାରିବା ବୋଲି ଜଗା କାଳିଆ....

ନିଃସ୍ୱାର୍ଥପର ସେବା ହିଁ ପ୍ରକୃତ ସେବା। ଏହା ହିଁ ଈଶ୍ୱରପ୍ରାପ୍ତି ମାଧ୍ୟମ। ଜନସାଧାରଣ ନିଜ ମନରେ ସେବା ମନୋଭବ ଆଣିଲେ ମହାପ୍ରଭୁଙ୍କ ପ୍ରକୃତ ଆରାଧନା କରିପାରିବା ବୋଲି ଜଗା କାଳିଆ....

Untitled-11

ଭୁବନେଶ୍ୱର: ନିଃସ୍ୱାର୍ଥପର ସେବା ହିଁ ପ୍ରକୃତ ସେବା। ଏହା ହିଁ ଈଶ୍ୱରପ୍ରାପ୍ତି ମାଧ୍ୟମ। ଜନସାଧାରଣ ନିଜ ମନରେ ସେବା ମନୋଭବ ଆଣିଲେ ମହାପ୍ରଭୁଙ୍କ ପ୍ରକୃତ ଆରାଧନା କରିପାରିବା ବୋଲି ଜଗା କାଳିଆ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ କହିଛନ୍ତି।

Chandaka: ଚନ୍ଦକା ବାଘ ଶୂନ୍ୟ

 
ଜଗା କାଳିଆ ଚାରିଟେବୁଲ ଟ୍ରଷ୍ଟ ଓ ରାଇଜସ୍ମାର୍ଟ ସଲ୍ୟୁସନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ମିଳିତ ଆନୁକୁଲ୍ୟରେ ଜୟଦେବଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ସମାଜସେବା ଓ ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ଅନୁଷ୍ଠାନର ଅବଦାନକୁ ପ୍ରଶଂସା କରିଥିଲେ। ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୋଗଦେଇ ସଂସ୍ଥାର ଉନ୍ନତି କାମନା କରିଥିଲେ।  ଏଥିରେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଆଧ୍ୟାତ୍ମିକ ଆଲୋଚନାରେ ଆଲୋଚକ ଭାବେ ବାବା ସଚ୍ଚିଦାନନ୍ଦ ଦାସ, ବାବା ସତ୍ୟାନନ୍ଦ ଦାସ, ନରେଶ ଚନ୍ଦ୍ର ଦାଶ, ଭାସ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଗୋଛିକାର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ଶିକ୍ଷାବିତ୍‌ ଦାମୋଦର ଆଚାର୍ଯ୍ୟ, କରୁଣାକର ପ୍ରଧାନ, ସ୍ୱସ୍ତିକ ସତପାଠୀ, ପରବ୍ରହ୍ମ ତ୍ରିପାଠୀ ଯୋଗ ଦେଇ ଆଲୋଚନା କରିଥିଲେ।

School children: ବିଧାନସଭା ଚାଲିଥିବା ବେଳେ ସ୍କୁଲ୍‌ ପିଲା ବାରଣ୍ଡାରେ ବୁଲି ଦେଖୁଥିଲେ

ଏହି ଅବସରରେ କୁତ୍ରିମ ବୁଦ୍ଧିମତା, ସାଇବର ସୁରକ୍ଷା ଶୀର୍ଷକ କନକ୍ଲେଭରେ ସାଂସଦ ଶ୍ରୀ ବେହେରାଙ୍କ ସମେତ ସ୍ରିଜିତ ଦାସ, ନୀଳାଦ୍ରି ମହାନ୍ତି ଯୋଗଦେଇ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିସହିତ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଜଗାକାଳିଆ’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପଳିତ, ଅନିନ୍ଦିତା ଦାସ, ମହାପ୍ରସାଦ କର, ଚନ୍ଦନା ରାଉଳ ଓ ରୂପଶ୍ରୀ ମହାପାତ୍ର ଭକ୍ତି ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।  ‘ଟିମ୍‌ ଲାଇଟ୍‌’ର ୧୨ଜଣ ମହିଳାମାନେ ମହାପ୍ରଭୁଙ୍କ ନିତ୍ୟ ପୂଜାବିଧି ତଥା ବେଶରେ ଲାଗୁଥିବା ଉପକରଣର ପ୍ରଦର୍ଶନ କରିଥିଲେ। ଏହାର ପରିଚାଳନାରେ ସହଯୋଗ କରିଥିଲେ ସଂଯୁକ୍ତା ପଣ୍ଡା। କାର୍ଯ୍ୟକ୍ରମକୁ ରବୀନ୍ଦ୍ର କୁମାର ସାମଲ ଓ ଯୁଗ୍ମ ସମ୍ପାଦକ ପରିଚାଳନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ପରବ୍ରହ୍ମ ତ୍ରିପାଠୀ। ଅଧ୍ୟକ୍ଷ ଉମାକାନ୍ତ ଜେନା ଓ ସମ୍ପାଦକ ଜୟନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe