Supply of RDF: ସିମେଣ୍ଟ ଫ୍ୟାକ୍ଟ୍ରିକୁ ଆର୍‌ଡିଏଫ୍‌ ଯୋଗାଣ

Advertisment

ସୈନିକ ସ୍କୁଲ ନିକଟ ଗାଡ଼କଣ ଆବର୍ଜନା କେନ୍ଦ୍ର(ଟିଟିଏସ୍‌) ସହ ରାଜଧାନୀର ଅନ୍ୟାନ୍ୟ ସ୍ଥାନର ଆବର୍ଜନା, ଦୁର୍ଗନ୍ଧମୟ ଓ ରୋଗଯୁକ୍ତ ପରିବେଶ ସୃଷ୍ଟି କରିବାରୁ ଏହାକୁ ନେଇ ଆନ୍ଦୋଳନ ମୁଣ୍ଡ....

ସୈନିକ ସ୍କୁଲ ନିକଟ ଗାଡ଼କଣ ଆବର୍ଜନା କେନ୍ଦ୍ର(ଟିଟିଏସ୍‌) ସହ ରାଜଧାନୀର ଅନ୍ୟାନ୍ୟ ସ୍ଥାନର ଆବର୍ଜନା, ଦୁର୍ଗନ୍ଧମୟ ଓ ରୋଗଯୁକ୍ତ ପରିବେଶ ସୃଷ୍ଟି କରିବାରୁ ଏହାକୁ ନେଇ ଆନ୍ଦୋଳନ ମୁଣ୍ଡ....

Untitled-8

ଭୁବନେଶ୍ୱର: ସୈନିକ ସ୍କୁଲ ନିକଟ ଗାଡ଼କଣ ଆବର୍ଜନା କେନ୍ଦ୍ର(ଟିଟିଏସ୍‌) ସହ ରାଜଧାନୀର ଅନ୍ୟାନ୍ୟ ସ୍ଥାନର ଆବର୍ଜନା, ଦୁର୍ଗନ୍ଧମୟ ଓ ରୋଗଯୁକ୍ତ ପରିବେଶ ସୃଷ୍ଟି କରିବାରୁ ଏହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସେ ସମୟରେ ଆନ୍ଦୋଳନକାରୀଙ୍କୁ ଶାନ୍ତ କରିବାକୁ ଯାଇ ତତ୍କାଳ ଏହି ଆବର୍ଜନାକୁ ପ୍ରକ୍ରିୟାକରଣ କରାଇବା ପାଇଁ ୨୦୨୩ ମସିହାରେ ଏକ ସିମେଣ୍ଟ ସଂସ୍ଥା ସହ ବିଏମ୍‌ସି ଚୁକ୍ତି କରିଥିଲା। ଏଥିରେ ସଂପୃକ୍ତ ସିମେଣ୍ଟ କମ୍ପାନିକୁ ୭ ମାସରେ ପ୍ରାୟ ୭୦ହଜାର ଟନ୍‌ ଆର୍‌ଡିଏଫ୍‌(ରିଫ୍ୟୁଜ୍‌ଡ ଡିରାଇଭ୍‌ଡ ଫୁ‌ଏଲ୍‌) ଉଠାଇବାକୁ ଚୁକ୍ତି ହୋଇଥିଲା ଏବଂ ଏହାର ପରିବହନ ଖର୍ଚ୍ଚ ସଂପୃକ୍ତ ସିମେଣ୍ଟ କମ୍ପାନି ନେବ ବୋଲି ସ୍ଥିର ହୋଇଥିଲା। ୭ ମାସିଆ ଚୁକ୍ତି ଶେଷ ହେବା ପରେ ଆଉ ସଂପୃକ୍ତ କମ୍ପାନିକୁ ଟଙ୍କା ଦିଆଯିବନି। ବିଏମ୍‌ସି ପରିବହନର ନୂଆ ଟେଣ୍ଡର ଡାକି ବିନା ମୂଲ୍ୟରେ ସିମେଣ୍ଟ କମ୍ପାନିକୁ ଆର୍‌ଡିଏଫ୍‌ ଯୋଗାଇବ ବୋଲି ଚୁକ୍ତିରେ ଉଲ୍ଲେଖ କରିଥିଲା। କିନ୍ତୁ ୭ ମାସର ଅବଧି ଶେଷ ପରେ ବି ଟେଣ୍ଡର ଡକାଗଲାନି। ଚୁକ୍ତି ଖିଲାପ କରି ସଂପୃକ୍ତ ସିମେଣ୍ଟ କମ୍ପାନିକୁ ଆର୍‌ଡିଏଫ୍‌ ଯୋଗାଣ ଜାରି ରହିଲା। ଦେଢ଼ ବର୍ଷ ଧରି ଚୁକ୍ତି ଖିଲାପ କରି ଆର୍‌ଡିଏଫ୍‌ ଯୋଗାଣ ପରେ ଏବେ ବିଏମ୍‌ସି ଆର୍‌ଡିଏଫ୍‌ ପରିବହନର ଟେଣ୍ଡର ଡାକିଛି। ଯାହା ସନ୍ଦେହ ସୃଷ୍ଟି କରିଛି। ପ୍ରଶ୍ନ ଉଠିଛି, ଦେଢ଼ ବର୍ଷ ଧରି କିଏ ଓ କାହା ଗାଡ଼ିରେ ସିମେଣ୍ଟ କମ୍ପାନିକୁ ଆର୍‌ଡିଏଫ୍‌ ବୋହୁଥିଲା? ଏ ବାବଦରେ କେତେ ଟଙ୍କା ବିଏମ୍‌ସି ଖର୍ଚ୍ଚ କରିଛି? ଏହି ଟଙ୍କା କାହାକୁ ଦିଆଯାଇଛି? କୌଣସି ଅଧିକାରୀଙ୍କ ପାଖରେ ଏହାର ସ୍ପଷ୍ଟ ଉତ୍ତର ନାହିଁ।

Social media: ସାମାଜିକ ଗଣମାଧ୍ୟମ, କିନ୍ତୁ ମଣିଷ ପାଇଁ ନୁହେଁ!

 ୨୦୨୩ ମସିହାରେ ବିଏମ୍‌ସି ଅଞ୍ଚଳରୁ ଦୈନିକ ୯୦୦ ଟନ୍‌ ଆବର୍ଜନା ବାହାରୁଥିଲା, ଯେଉଁଥିରେ ଆର୍‌ଡିଏଫ୍‌ ପରିମାଣ ଥିଲା ୩୫୦ରୁ ୪୦୦ ଟନ୍‌। ଅନ୍ୟ ବର୍ଜ୍ୟର ପ୍ରକ୍ରିୟାକରଣ ସୁବିଧା ଥିଲେ ବି ଆର୍‌ଡିଏଫ୍‌ ପ୍ରକ୍ରିୟାକରଣ ସୁବିଧା ନ ଥିବାରୁ ଦିନକୁ ଦିନ ଏହି ଧରଣର ଆବର୍ଜନା ଗଦା ବଢ଼ି ବଢ଼ି ଚାଲିଲା। ତେଣୁ ବିଏମ୍‌ସି ୨୦୨୩ ଡିସେମ୍ବର ୧୩ରେ ଏକ ସିମେଣ୍ଟ କମ୍ପାନି ସହ ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଚୁକ୍ତି ଥିଲା ଯେ ସଂପୃକ୍ତ ସଂସ୍ଥା ୭ ମାସରେ ୭୦ହଜାର ଟନ୍‌ ଆର୍‌ଡିଏଫ୍‌ ରାଜଧାନୀରୁ ନିଜ ଫ୍ୟାକ୍ଟ୍ରିକୁ ନେବ ଏବଂ ଏହାର ଲୋଡିଂ ଓ ଅନ୍‌ଲୋଡିଂ ଖର୍ଚ୍ଚ ବାବଦରେ ବିଏମ୍‌ସି ସଂପୃକ୍ତ ସଂସ୍ଥାକୁ ୬.୫୦ କୋଟି ଟଙ୍କା ଦେବ। ପ୍ରତିଦିନ ହାରାହାରି ୩୫୦ରୁ ୪୦୦ ଟନ୍‌ ହିସାବରେ ପ୍ରତି ମାସରେ ୧୦ହଜାର ଟନ୍‌ ଆର୍‌ଡିଏଫ୍‌ ଉଠିବ ଓ ମାସିକ ୧ କୋଟି ଟଙ୍କା ହିସାବରେ ୬ ମାସକୁ ୬ କୋଟି ଟଙ୍କା, ସପ୍ତମ ମାସରେ ୧୦ହଜାର ଟନ୍‌ ପାଇଁ ୫୦ଲକ୍ଷ ଟଙ୍କା ଦିଆଯିବ। ୭ ମାସ ଚୁକ୍ତି ଶେଷ ପରେ ବିଏମ୍‌ସି ନୂଆ ଟେଣ୍ଡର ଡାକି ଚୟନକୃତ ଠିକାସଂସ୍ଥା ଜରିଆରେ ଆର୍‌ଡିଏଫ୍‌ ସଂପୃକ୍ତ ସଂସ୍ଥାକୁ ଯୋଗାଇଦେବ। ଏ ବାବଦରେ ସଂପୃକ୍ତ ସିମେଣ୍ଟ କମ୍ପାନିଙ୍କୁ ଟଙ୍କାଟିଏ ଦିଆଯିବନି।

Gananataya: ‘ଗଣନାଟ୍ୟ’ ଖୋଜୁଛି ସରକାରୀ ସ୍ବୀକୃତି


 ୨୦୨୩ ଡିସେମ୍ବର ୧୩ରେ ହୋଇଥିବା ଚୁକ୍ତି ୨୦୨୪ ଜୁନ୍‌ରୁ ଶେଷ ହୋଇଗଲାଣି। କିନ୍ତୁ ଅଦ୍ୟାବଧି ବିଏମ୍‌ସି କୌଣସି ଟେଣ୍ଡର ଡାକିନଥିଲା। ହଠାତ୍‌ ମାସକ ତଳେ ଆର୍‌ଡିଏଫ୍‌ ପାଇଁ ଟେଣ୍ଡର ଡାକିବା ସନ୍ଦେହ ବଢ଼ାଇଛି। ବିଏମ୍‌ସି ଅତିରିକ୍ତ କମିସନର୍‌ କୈଳାସ ଚନ୍ଦ୍ର ଦାସ କହିଛନ୍ତି, ୭ ମାସର ଚୁକ୍ତି ଶେଷ ପରେ ଏହାକୁ ସଂପ୍ରସାରଣ କରାଯାଇଥିଲା ଓ ସେହି ଆଧାରରେ ଆର୍‌ଡିଏଫ୍‌ ଯୋଗାଣ ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe