The 'Patha Utsav': ପୁଣି ଫେରିଲା ‘ପଥ ଉତ୍ସବ’

Advertisment

ବର୍ଷକର ବିରତି ପରେ ପୁଣି ଫେରିଛି ଭୁବନେଶ୍ବର ‘ପଥ ଉତ୍ସବ’। ନୂଆବର୍ଷ ୨୦୨୬ ଆରମ୍ଭରୁ ଅର୍ଥାତ୍ ଜାନୁଆରି ୪ ତାରିଖ ରବିବାରରୁ ‘ପଥ ଉତ୍ସବ’ର ଶୁଭାରମ୍ଭ ହେବ। ପ୍ରଥମ ‘ପଥ....

ବର୍ଷକର ବିରତି ପରେ ପୁଣି ଫେରିଛି ଭୁବନେଶ୍ବର ‘ପଥ ଉତ୍ସବ’। ନୂଆବର୍ଷ ୨୦୨୬ ଆରମ୍ଭରୁ ଅର୍ଥାତ୍ ଜାନୁଆରି ୪ ତାରିଖ ରବିବାରରୁ ‘ପଥ ଉତ୍ସବ’ର ଶୁଭାରମ୍ଭ ହେବ। ପ୍ରଥମ ‘ପଥ....

Untitled-3

ଭୁବନେଶ୍ବର: ବର୍ଷକର ବିରତି ପରେ ପୁଣି ଫେରିଛି ଭୁବନେଶ୍ବର ‘ପଥ ଉତ୍ସବ’। ନୂଆବର୍ଷ ୨୦୨୬ ଆରମ୍ଭରୁ ଅର୍ଥାତ୍ ଜାନୁଆରି ୪ ତାରିଖ ରବିବାରରୁ ‘ପଥ ଉତ୍ସବ’ର ଶୁଭାରମ୍ଭ ହେବ। ପ୍ରଥମ ‘ପଥ ଉତ୍ସବ’ ସ୍ମାର୍ଟ ଜନପଥର ମାଷ୍ଟକ୍ୟାଣ୍ଟିନ୍‌ଠାରେ ସକାଳ ୬ଟା ୩୦ ମିନିଟ୍‌ରେ ଆୟୋଜିତ ହେବ। ଏଣୁ ଏଥର ‘ପଥ ଉତ୍ସବ’କୁ ନିଆରା ଢଙ୍ଗରେ ଆୟୋଜନ କରି ନୂଆବର୍ଷକୁ ନୂଆ ରଙ୍ଗରେ ପରଷିବାକୁ ବ୍ୟାପକ ପ୍ରସ୍ତୁତି କରିଛି ଭୁବନେଶ୍ବର ମହାନଗର ନିଗମ। ଏହା ପୂର୍ବରୁ ଆଜି ବିଏମ୍‌ସି ମୁଖ୍ୟାଳୟଠାରେ ମେୟର ସୁଲୋଚନା ଦାସ, କମିସନର୍ ଚଞ୍ଚଳ ରାଣା, ଅତିରିକ୍ତ କମିସନର୍ ରତ୍ନାକର ସାହୁ, ଅତିରିକ୍ତ କମିସନର୍ କୈଳାସ ଦାସ ପ୍ରମୁଖ ପତାକା ଦେଖାଇ ‘ପଥ ଉତ୍ସବ’ ପ୍ରଚାର ଗାଡ଼ିର ଶୁଭାରମ୍ଭ କରିଛନ୍ତି। ଅପରପକ୍ଷେ ନିୟମିତ ଏଭଳି ‘ପଥ ଉତ୍ସବ’ ବିଭିନ୍ନ ଅଞ୍ଚଳରେ ଆୟୋଜନ କରିବାକୁ ଯୋଜନା କରାଯାଇଛି।

Police: ପୁଲିସ ନଜରରେ ରହିବ ସାଲିଆସାହି


 ଏଥର ‘ପଥ ଉତ୍ସବ’ରେ ମନୋରଂଜନ କରିବେ ଜଣାଶୁଣା କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସମେତ ଅନ୍ୟ କଳାକାର। ଏହା ସାଙ୍ଗକୁ ଫ୍ୟାସନ୍ ସୋ’, ଜୁମ୍ବା, ଫେସ୍ ପେଣ୍ଟିଂ, ପାରମ୍ପରିକ ଖେଳ, ଚିତ୍ରକଳା, ରଙ୍ଗୋଲି, ସ୍କେଟିଂ, ମେହେନ୍ଦି, ଲୋକନୃତ୍ୟ, ବ୍ୟଙ୍ଗଚିତ୍ର, ଯୋଗ, କରାଟେ, ସ୍କେଚ୍, ଡିଜେ ବ୍ରାସ୍ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭିଡ଼ ଭିତରୁ ଟ୍ୟାଲେଣ୍ଟଙ୍କୁ ଖୋଜିବାକୁ ‘ଭୁବନେଶ୍ବର ଗଟ୍ ଟ୍ୟାଲେଣ୍ଟ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କୁନି କୁନି ପିଲାଙ୍କ ପାଇଁ ସ୍ବତନ୍ତ୍ର କିଡ୍‌ସ ଜୋନ୍ କରାଯାଇଛି। ନାଚ, ଗୀତ, ଖେଳକୁଦ ଭିତରେ ଖାଦ୍ୟର ପସରା ବି ଖୋଲାଯାଉଛି। ଭଳିକି ଭଳି ଦେଶୀ ବିଦେଶୀ ଖାଦ୍ୟକୁ ନେଇ ‘ଖାଦ୍ୟ ଉତ୍ସବ’ର ବି ଆୟୋଜନ କରାଯାଇଛି।

Police: ପୁଲିସ ନଜରରେ ରହିବ ସାଲିଆସାହି

 
ମେୟର ଶ୍ରୀମତୀ ଦାସ କହିଛନ୍ତି, ନୂଆବର୍ଷରେ ନୂଆ ରୂପ ନେଇ ବହୁ ପ୍ରତୀକ୍ଷିତ ପଥୋତ୍ସବ ପୁଣିଥରେ ଫେରିବ। ଚଳିତବର୍ଷ ତିନିଟି ଜୋନ୍‌ରେ ଏହା ଆୟୋଜନ ହେବ। ଜାନୁଆରି ୪ ତାରିଖ ସ୍ମାର୍ଟ ଜନପଥରେ ପ୍ରଥମ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ମାଷ୍ଟରକ୍ୟାଣ୍ଟିନ୍‌ରୁ ରାମମନ୍ଦିର ଛକ ମଧ୍ୟରେ ପାଳିତ ହେବ। ସେହିପରି ଜାନୁଆରି ୧୮ ତାରିଖ ରବିବାର ଜାଗମରା( ନୀଳକଣ୍ଠେଶ୍ବର ମନ୍ଦିର ଛକରୁ ପବିତ୍ର ଗେଷ୍ଟ ହାଉସ୍) ଓ ଫେବ୍ରୁଆରି ୧ ତାରିଖ ରବିବାର ଇନ୍‌ଫୋସିଟି(ଇନ୍‌ଫୋସିଟି ଛକରୁ ସିଲିକନ୍‌ କଲେଜ)  ଅଞ୍ଚଳରେ ‘ପଥ ଉତ୍ସବ’ ଆୟୋଜନ ହେବ। ଏଥର ‘ପଥ ଉତ୍ସବ’ରେ କିଛି ନୂଆ କାର୍ଯ୍ୟକ୍ରମ ସାମିଲ୍ କରାଯାଇଛି। ଡେକୋରେସନ୍, ଷ୍ଟେଜ୍ ସାଜସଜ୍ଜା ସହ ବ୍ୟକ୍ତିଗତ ଇଭେଣ୍ଟରେ କିଛିଟା ପରିବର୍ତ୍ତନ ହୋଇଛି। ସବୁଠାରୁ ବଡ଼କଥା ହେଉଛି, ଲୋକଙ୍କ ଚାହିଦା ଦେଖି କଳାକାର ଚୟନ କରାଯାଇଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବିଦ୍ୟାଳୟ, କଲେଜ ପଢ଼ୁଆ ଛାତ୍ରଛାତ୍ରୀ, ମହିଳା, ପୁରୁଷ, ସବୁବର୍ଗଙ୍କ ପାଇଁ ଭରପୁର ମନୋରଂଜନର ସୁଯୋଗ ରହିଛି। ଏଭଳି ପଥ ଉତ୍ସବରେ ଅଂଶଗ୍ରହଣ କରିବାକୁ ମେୟର ଶ୍ରୀମତୀ ଦାସ ନିବେଦନ କରିଥିଲେ।  କମିସନର୍ ଶ୍ରୀ ରାଣା କହିଛନ୍ତି, ଶୀତୁଆ ସକାଳରେ ଲୋକେ ‘ପଥ ଉତ୍ସବ’ର ଭରପୁର ମଜା ନେଇପାରିବେ। ବିଭିନ୍ନ ବିଭାଗ ଓ ସଂସ୍ଥା ଏଥିରେ ଯୋଡ଼ି ହେବାକୁ ଆଗ୍ରହ ଦେଖାଇଛନ୍ତି। ଏଥର ମନୋରଂଜନ ସହ ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇଛି। ସଂପୃକ୍ତ ଅଞ୍ଚଳର ଲୋକଙ୍କ ଆବଶ୍ୟକତା ଯଥା ବାଣିଜ୍ୟିକ ପ୍ରତିଷ୍ଠାନ, ଆଇଟି ଆଦି ଅଞ୍ଚଳକୁ ଦେଖି ଆମେ ଏହା ଆୟୋଜନ କରିଛୁ। ଫଳରେ ଏହା ସେ ଅଞ୍ଚଳରେ ବେଶ୍ ଆଦୃତ ହୋଇପାରିବ ବୋଲି ଶ୍ରୀ ରାଣା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe