Young generation: ଶୀତଦିନେ ଭଲ କେଶ ଚିନ୍ତାରେ ଯୁବ ପିଢ଼ି

Advertisment

ସାଧାରଣତଃ ଶୀତ ଆସିଲେ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗରେ ନେଇ ଆସିଥାଏ। ଏଦିନରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବାବେଳେ ଚର୍ମ ଏବଂ କେଶ ଜଡ଼ିତ ବିଭିନ୍ନ ସମସ୍ୟା....

ସାଧାରଣତଃ ଶୀତ ଆସିଲେ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗରେ ନେଇ ଆସିଥାଏ। ଏଦିନରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବାବେଳେ ଚର୍ମ ଏବଂ କେଶ ଜଡ଼ିତ ବିଭିନ୍ନ ସମସ୍ୟା....

Untitled-9

ଭୁବନେଶ୍ୱର: ସାଧାରଣତଃ ଶୀତ ଆସିଲେ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗରେ ନେଇ ଆସିଥାଏ। ଏଦିନରେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବାବେଳେ ଚର୍ମ ଏବଂ କେଶ ଜଡ଼ିତ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଏଥିମଧ୍ୟରେ ପ୍ରମୁଖ ସମସ୍ୟା ରୂପେ କେଶ ସମସ୍ୟା ଉଭା ହୋଇଥାଏ। ପୁଣି ଆଜିକାଲି ପରିବେଶ ପ୍ରଦୂଷଣ ଯୋଗୁଁ ଏହି ସମସ୍ୟା ଆହୁରି ଜଟିଳତର ହୋଇଯାଉଛି। ବର୍ତ୍ତମାନ ଉଭୟ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ କେଶ ଝଡ଼ିବା, ରୁପି ହେବା ଓ ଶୁଷ୍କ ହୋଇଯିବା ସାଧାରଣ ହୋଇଗଲାଣି। ତେଣୁ ବର୍ତ୍ତମାନ ସମସ୍ତେ ଘରୋଇ ଉପଚାର ଠାରୁ ଆରମ୍ଭ କରି ହେୟାର ସ୍ପା, ବିଭିନ୍ନ ପ୍ରକାର ଅତ୍ୟାଧୁନିକ ହେୟାର ଟ୍ରିଟମେଣ୍ଟ କରାଉଛନ୍ତି। ପର୍ଯ୍ୟଟନ ଋତୁ, ନବ ବର୍ଷ ତଥା ବିଭିନ୍ନ ଉତ୍ସବରେ ତୁରନ୍ତ ନିଜ କେଶରେ ଚମକ ଆଣିବା ପାଇଁ ରାଜଧାନୀବାସୀ ପାର୍ଲରମୁହାଁ ହେଉଛନ୍ତି। କିଛି ଘରୋଇ ଉପଚାର କରିବା ପାଇଁ ଆର୍ୟୁବେଦ ଦୋକାନକୁ ଯାଉଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରକୁ ଭିନ୍ନ ଭିନ୍ନ ପ୍ରକାରର ଉତ୍ପାଦ ଆସୁଛି।

Boat racing in Chilika: ଚିଲିକାରେ ଡଙ୍ଗାଚାଳନା ପ୍ରତିଯୋଗିତା

କେଶ ଯତ୍ନ ପାଇଁ ‘ସ୍ପା’ରେ ଭିଡ଼

‘ଏ-୧ ଆର୍ଟିଷ୍ଟ ସେଲୁନ ଆଣ୍ଡ ସ୍ପା’ ପ୍ରତିଷ୍ଠାତା ଲୋପାମୁଦ୍ରା ପଟ୍ଟନାୟକଙ୍କ କହିବା ଅନୁଯାୟୀ ଶୀତ ଦିନ ଓ ପ୍ରଦୂଷଣ ଯୋଗୁଁ ବର୍ତ୍ତମାନ କେଶ ଝଡ଼ିବା ଏକ ସାଧାରଣ କଥା ହୋଇଗଲାଣି। ତେଣୁ କେଶ ଅନୁସାରେ ଆମେ ଭିନ୍ନ ଭିନ୍ନ ଉତ୍ପାଦ ପ୍ରୟୋଗ କରୁଛୁ। ବର୍ତ୍ତମାନ ‘ବିୟୁଟି ଗାରେଜ ସିଆ ସ୍ପା’ର ବେଶ୍ ଚାହିଦା ରହିଛି। ଏଥିରେ ଉଭିଦରୁ ପ୍ରସ୍ତୁତ ସିଆ ବଟର ରହୁଛି। ଯେଉଁଥିରେ ଭରପୂର ମାତ୍ରାରେ ଭିଟାମିନ ଏ, ଇ ଓ ଏଫ୍‌ ରହିଛି। ଯାହାକି କେଶକୁ ହାଇଡ୍ରେସନ ପ୍ରଦାନ କରିବା ସହିତ କେଶର ଫାଇବରକୁ ମଜବୁତ କରୁଛି। କେଶର ପରିମାଣ ଅନୁସାର୍ ଏହାର ମୂଲ୍ୟ ଏକ ହଜାରରୁ ଆରମ୍ଭ ହେଉଛି। ସେହିପରି କେଶରୁ ରୁପି ଛଡାଇବା ପାଇଁ ମଧ୍ୟ ଉଭୟ ପୁରୁଷ ଓ ମହିଳାମାନେ ଡିଟକ୍ସ ସ୍ପା, ଲରେୟାଲ ପ୍ରଫେସନାଲ ହେୟାର ସ୍ପା ଆଦି କରାଉଛନ୍ତି। ଏହା ଦ୍ୱାରା ରୁପି ସମସ୍ୟା କମିବା ସହିତ କେଶର ଚମକ ଫେରୁଛି।

Government conspiracy for sale of paddy: ରାଜ୍ୟରେ ଧାନର ଅଭାବୀ ବିକ୍ରି ପାଇଁ ସରକାରୀ ଚକ୍ରାନ୍ତ: କଂଗ୍ରେସ

ରିଠା ଓ ସିକାକାଇର ବିକ୍ରି ବଢ଼ୁଛି

ଆର୍ୟୁବେଦ ଦ୍ରବ୍ୟର ବ୍ୟବସାୟୀ ପ୍ରକାଶ ସାହୁଙ୍କ ମତରେ ଦିନକୁ ଦିନ ଯୁବ ପିଢ଼ି ପ୍ରାକୃତିକ ଉତ୍ପାଦ ପ୍ରତି ଆଗ୍ରହୀ ହେଲେଣି। ତୁରନ୍ତ ଫଳ ପରିବର୍ତ୍ତେ ଶୀତ ଦିନେ କେଶର ସ୍ଥାୟୀ ଯତ୍ନ ପାଇଁ ଭୃଙ୍ଗାଦି ତେଲ, ରିଠା, ସିକାକାଇ, ଅଳାଁ, ମେଥି ପାଉଡର ଆଦି କିଣୁଛନ୍ତି। ବହୁ ନାମୀଦାମୀ କମ୍ପାନୀ ମଧ୍ୟ ଏସବୁ ଉତ୍ପାଦ ଥିବା ତେଲ, ସାମ୍ପୁ ସମେତ ପ୍ରାକୃତିକ କେଶର ରଙ୍ଗ ପାଇଁ ମଧ୍ୟ ଉତ୍ପାଦ ଆଣିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe