Photograph: (internet)
କାହାକୁ ବିଶ୍ବାସ କରିବ
ସଂଗ୍ରାମ ଜେନା
ଥରେ ଭାବ
କାହାକୁ ବିଶ୍ବାସ କରିବ
ଅସ୍ଥିର ନଈ
ନା ସ୍ଥିର ପାହାଡ଼
ଚାଲିଯାଇଥିବା ବାଟୋଇ
ନା ରହିଯାଇଥିବା ବରଗଛ
ଛୁଆଁ ମାଟି
ନା ଅଛୁଆଁ ଆକାଶ
ଆହୁରି ପଢ଼ନ୍ତୁ- 🔴 LIVE | News Updates 14th Jan 2026: ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ଦୁର୍ଘଟଣାରେ ଡ୍ରାଇଭର, ଓଡ଼ିଆ ମହିଳାଙ୍କ ମୃତ୍ୟୁ
ପତ୍ନୀର ଇଚ୍ଛା
ନା ପ୍ରେମିକାର ଈର୍ଷା
ଆସକ୍ତ ମଣିଷ
ନା ଅନାସକ୍ତ ଈଶ୍ବର
ଦେହର ଛାଇ
ନା ଛାଇର ଦେହ
ଧର୍ମ, ଜ୍ଞାନ, ଶାସ୍ତ୍ର
ଗୁରୁ, ସନ୍ଥ, ମନ୍ତ୍ର
ଆହୁରି ପଢ଼ନ୍ତୁ- Virat Kohli: ଆଇସିସି ମାନ୍ୟତା: ଦିନିକିଆରେ ବିରାଟ କୋହଲି ନଂ ୧, ଭାରତ ନଂ ୧ ଦଳ
ଏସବୁ ଗୋଟିଏ ଗୋଟିଏ ମୁଖା
ଯାହା ଖସିପଡ଼େ ଦର୍ପଣ ସାମ୍ନାରେ
କେବଳ ତୁମେ ବିଶ୍ବାସ କରିପାର
ନିଜ ଅମାନିଆ ମନକୁ
ଯିଏ ଶୁଣୁଥାଏ, ଦେଖୁଥାଏ, ଖୋଜୁଥାଏ
ସାରାକାଳ ଗହଳି ଭିତରେ
ପୁଣି ଫେରିପାରେ ନିଜ ଭିତରକୁ
ନିଜେ ଇଚ୍ଛା କଲେ।
Follow Us