Poem: ଗୀତା ମଞ୍ଜରୀ ମିଶ୍ର (ଶତପଥି)ଙ୍କ କଲମରୁ ନିସୃତ କବିତା ‘ମହମବତୀ’

Advertisment

କବି ମହମବତୀକୁ ନେଇ ନିଜ ଭାବନାର ଉଲ୍ଲେଖ କରିଛନ୍ତି। ମହମବତୀର ଆଲୁଅ ତାଙ୍କ ଜୀବନର ଭାବଧାରାକୁ କିପରି ପରିପୂର୍ଣ୍ଣ କରୁଛି, ତାହା ଏହି କବିତାରେ ଫୁଟାଇବାକୁ ଲେଖିକା ଯଥାସାଧ୍ୟ ଉଦ୍ୟମ କରିଛନ୍ତି।

କବି ମହମବତୀକୁ ନେଇ ନିଜ ଭାବନାର ଉଲ୍ଲେଖ କରିଛନ୍ତି। ମହମବତୀର ଆଲୁଅ ତାଙ୍କ ଜୀବନର ଭାବଧାରାକୁ କିପରି ପରିପୂର୍ଣ୍ଣ କରୁଛି, ତାହା ଏହି କବିତାରେ ଫୁଟାଇବାକୁ ଲେଖିକା ଯଥାସାଧ୍ୟ ଉଦ୍ୟମ କରିଛନ୍ତି।

Untitled-23 copy

Photograph: (sambad.in)

ମହମବତୀ 

ଗୀତା ମଞ୍ଜରୀ ମିଶ୍ର (ଶତପଥି)


ମହମବତୀ ଜଳୁଥିଲା,

ମୁଁ ତା ଆଲୁଅରେ 

ଦର୍ପଣରେ ମୁହଁ ଦେଖିଥିଲି,

ଗହନ ଅନ୍ଧାର ଭିତରେ 

ଉଣ୍ଡାଳି ହବାକୁ ପଡ଼ିନଥିଲା 

ଭାତ ଥାଳି ମହମବତୀ ପାଖକୁ ନେଇ 

ଖାଇପାରି  ଥିଲି|

ଆହୁରି ପଢ଼ନ୍ତୁ- Raid: ଯୁବ ବ୍ୟବସାୟୀଙ୍କ ଘରେ ମାରାଥନ ଚଢ଼ଉ

ମହମବତୀର ଉତ୍ତାପର

ଉଷ୍ଣତା ବି ଅନୁଭବ କରିଚି,

ମହମବତୀ ମୋ ପାଇଁ 

ଜଳି ନଥିଲା । 

ଆହୁରି ପଢ଼ନ୍ତୁ- Euthanasia: ୧୨ବର୍ଷ ହୋଇଗଲା, ଆଉ ସହି ହେଉନି; ଏବେ ପୁଅ ଚାଲିଯିବା ଭଲ: କାହିଁକି ଏ ଗୁହାରି କଲେ ମାତାପିତା

ଯାହା ପାଇଁ ଜଳିଥିଲା 

ସେ ଅନ୍ଧାରୁଆ ଆଲୁଅରେ 

ମହମବତୀର ସାତରଂଗ

ରଶ୍ମୀରେ କ’ଣ ଦେଖିଥିଲା ଜାଣିନି 

ହେଲେ-

ମୁଁ ମହମବତୀର 

ଉଷ୍ଣତା ସହ 

ଦେଖି ପାରିଥିଲି 

ଝରୁ ଥିଲା ଧାରେ ଲୁହ 

ଦେଖି ପାରୁଥିଲି 

ମହମବତୀର 

ଅସ୍ତିତ୍ଵର କ୍ଷରଣ ||

ମୋବାଇଲ୍‌-୯୪୩୩୮୯୭୯୨୭

ନୂଆଦିଲ୍ଲୀ-୧୧୦୦୮୯

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe