Jungle Babbler: କୁଣ୍ଡାଖାଇର କିଚିରିମିଚିରି ଡାକ... କାହିଁକି ଏମାନେ କୁଣ୍ଡାଖାଇ ବୋଲାନ୍ତି... ଜାଣନ୍ତୁ ସବିସ୍ତୃତ...

Advertisment

ଆପଣଙ୍କ ‌ପାଖଆଖରେ, ଘର ଅଗଣା‌ରେ କିମ୍ବା ବାରି ପଛପଟେ ଏମା‌ନଙ୍କ କଳି କରିବା ଭଳି ରାବ କେବେନା କେବେ ବେଶ୍‌ ଉପଭୋଗ କରିଥିବେ। ଏମାନଙ୍କୁ ଗାଁ ଗହଳିରେ ସାଧାରଣତଃ କୁଣ୍ଡାଖାଇ ଚଢ଼େଇ ବୋଲି କହନ୍ତି।

ଆପଣଙ୍କ ‌ପାଖଆଖରେ, ଘର ଅଗଣା‌ରେ କିମ୍ବା ବାରି ପଛପଟେ ଏମା‌ନଙ୍କ କଳି କରିବା ଭଳି ରାବ କେବେନା କେବେ ବେଶ୍‌ ଉପଭୋଗ କରିଥିବେ। ଏମାନଙ୍କୁ ଗାଁ ଗହଳିରେ ସାଧାରଣତଃ କୁଣ୍ଡାଖାଇ ଚଢ଼େଇ ବୋଲି କହନ୍ତି।

Untitled-33 copy

Photograph: (sambad.in)

ଦଳଦଳ ହେଇ କିଚିରିମିଚିରି କରୁଥିବା ଛୋଟ ଛୋଟ ଧୂସର ମାଟିଆ ରଙ୍ଗର ଚଢ଼େଇଙ୍କୁ ଆପଣମାନେ ଦେଖିଥିବେ ନିଶ୍ଚୟ। ଆପଣଙ୍କ ‌ପାଖଆଖରେ, ଘର ଅଗଣା‌େର କିମ୍ବା ବାରି ପଛପଟେ ଏମା‌ନଙ୍କ କଳି କରିବା ଭଳି ରାବ କେବେନା କେବେ ବେଶ୍‌ ଉପଭୋଗ କରିଥିବେ। ଏମାନଙ୍କୁ ଗାଁ ଗହଳିରେ ସାଧାରଣତଃ କୁଣ୍ଡାଖାଇ ଚଢ଼େଇ ବୋଲି କହନ୍ତି।  ଆମ ମନରେ ସ୍ବତଃ ଆସେ ବୋଧେ ଏମାନେ ସବୁବେଳେ କୁଣ୍ଡା ଖାଆନ୍ତି ବୋଲି ଏମାନଙ୍କ ନାଁ କୁଣ୍ଡାଖାଇ। ତେବେ ଆସନ୍ତୁ ଜାଣିବା କୁଣ୍ଡାଖାଇ ଚଢ଼େଇ ବିଷୟରେ... 

କୁଣ୍ଡାଖାଇ ଚଢ଼େଇ ନାଁ ‌କାହିଁକି?

କୁଣ୍ଡାଖାଇ ଚଢ଼େଇର ଇଂରାଜୀ ନାଁ ହେଉଛି ଜଙ୍ଗଲ୍‌ ବାବ୍‌ଲର୍‌। ଏହାର ବୈଜ୍ଞାନିକ ନାମ ହେଉଛି ଟର୍ଡୋଏଡ୍ସ ଷ୍ଟ୍ରାଇଟା। ଏମାନେ ଭାରତୀୟ ଉପମହାଦେଶ ବିଶେଷ କରି ଓଡ଼ିଶାରେ ବହୁଳ ଭାବେ ‌ଦେଖିବାକୁ ମିଳନ୍ତି। ଦଳଦଳ ହୋଇ ମୁଖ୍ୟତଃ ୬/୭ ଜଣ ହୋଇ ବୁଲୁଥିବାରୁ ଉତ୍ତରଭାରତ ତଥା ଅନ୍ୟାନ୍ୟ ସ୍ଥାନମାନଙ୍କରେ ଏମାନଙ୍କୁ ସାତଭାୟା ବୋଲି ମଧ୍ୟ କୁହାଯାଏ। ତେବେ ଓଡ଼ିଶାରେ ଦେଖାଯାଉଥିବା କୁଣ୍ଡାଖାଇର ଉପଜାତିର ରଙ୍ଗ ଅଧିକ ମାଟିଆ ରଙ୍ଗର। ମାଈ ଓ ଅଣ୍ଡିରା ପକ୍ଷୀର ଗଠନ ପ୍ରାୟତଃ ଏକାପରି। ଏମାନଙ୍କ ପର ଅକ୍ଷୋକୃତ ଛୋଟ ହୋଇଥିବାରୁ ଏମାନେ ସମ୍ପୂର୍ଣ୍ଣ ଭାବେ ଉଡ଼ିନପାରି ଖଣ୍ଡିଉଡ଼ା ଦେଇଥାନ୍ତି। କୁଣ୍ଡାଖାଇ ଚଢ଼େଇର ଥଣ୍ଟ ଈଷତ୍‌ ହଳଦିଆ ରଙ୍ଗର ଏବଂ ଆଖି ଧୂସରିଆ କଳା। ଭାରତୀୟ ଉପମହାଦେଶରେ ଦେଖାଯାଉଥିବା ‘ଲାୟୋଥ୍ରିକିଡାଏ’ ପରିବାରର ଏକ ପ୍ରଜାତି। ଏମାନେ ଦେଖିବାକୁ ପ୍ରାୟତଃ ରାଗି ଭଳି। ଏଣୁ ଏମାନଙ୍କୁ କିଛି ଲୋକ ‘ଆଙ୍ଗ୍ରି ବାର୍ଡ ବୋଲି କହନ୍ତି।

ଆହୁରି ପଢ଼ନ୍ତୁ- Naxal-Free Bharat: ନୂଆବର୍ଷ ଆସିବା ପରେ ନକ୍ସଲଙ୍କ ଆଖିରୁ ହଜିଛି ନିଦ: ମାଓବାଦୀଙ୍କ ମନରେ 'ମାର୍ଚ୍ଚ' ଛନକା... ମାଓମୁକ୍ତ ହେବ ଭାରତ

ବିଭିନ୍ନ ଅଞ୍ଚଳରେ ଦିଶନ୍ତି କୁଣ୍ଡାଖାଇ:

ଆଗରୁ ଶ୍ରୀଲଙ୍କାର ଦି ଅରେଞ୍ଜ-ବିଲ୍‌ଡ ବାବ୍‌ଲର୍‌, ଟର୍ଡୋଇଡ୍ସ ରୁଫେସେନ୍ସ, କୁ ଜଙ୍ଗଲ ବାବ୍‌ଲର ଏକ ଉପ-ପ୍ରଜାତି ଭାବରେ ଗଣାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଏକ ପ୍ରଜାତିରେ ବିଭକ୍ତ କରାଯାଇଛି।୧୮୨୩ ମସିହାରେ ଫରାସୀ ପ୍ରାଣୀବିଜ୍ଞାନୀ ଚାର୍ଲସ୍‌ ଡୁମୋଣ୍ଟ ଡି ସେଣ୍ଟ କ୍ରୋଇକ୍ସ ବଙ୍ଗଳାର ନମୁନା ଉପରେ ଆଧାର କରି ଜଙ୍ଗଲ୍‌ ବାବ୍‌ଲର୍‌କୁ ବର୍ଣ୍ଣନା କରିଥିଲେ। ସେ କସିଫସ୍‌ ଷ୍ଟ୍ରିଆଟସ୍‌ ନାମକ ଦ୍ୱିପଦୀ (ବାଇନୋମିନାଲ୍‌) ନାମ ଦେଇଥିଲେ। ଏହି ଚଢ଼େଇକୁ ପୂର୍ବରୁ ଟର୍ଡୋଇଡ୍ସ ପ୍ରଜାତିରେ ରଖାଯାଇଥିଲା। କିନ୍ତୁ ୨୦୧୮ ମସିହାରେ ବିସ୍ତାର ଭାବେ ମଲିକ୍ୟୁଲ୍‌ ଫାଇଲୋଜେନେଟିକ୍‌ ଅଧ୍ୟୟନ ପରେ, ଏହାକୁ ପୂର୍ବ ପ୍ରଜାତି ଆର୍ଗ୍ୟାକୁ ସ୍ଥାନାନ୍ତରିତ କରାଯାଇଥିଲା। କୁଣ୍ଡାଖାଇ ଚଢ଼େଇ ୧୬ରୁ ୧୬.୫ ବର୍ଷ ଯାଏ ବଞ୍ଚନ୍ତି। ଏମାନେ ଫଳ, କୋଳି, ଧାନ, କୁଣ୍ଡା, ଶସ୍ୟ ଆଦି ଖାଇ ବଞ୍ଚନ୍ତି। ଛୋଟ ଛୋଟ ପୋକ ତଥା କୀଟପତଙ୍ଗ ମଧ୍ୟ ଏମାନଙ୍କ ଆହାର। ଛୋଟ ପକ୍ଷୀମାନଙ୍କର ଆଇରିସ୍‌ ଗାଢ଼। ବୟସ୍କ ପକ୍ଷୀମାନଙ୍କର ଆଇରିସ୍‌ ଫିକା କ୍ରିମି ରଙ୍ଗର। ଏହା ମଧ୍ୟ ଦେଖାଯାଇଛି ଯେ, ଆଇରିସ୍‌ରେ ଏକ ଗାଢ଼ ଏପିଥେଲିୟମ୍‌ ଥାଏ, ଯାହା ଆଇରିସ୍‌ରେ ମାଂସପେଶୀ ତନ୍ତୁ ବଢ଼ିଲେ ଅଦୃଶ୍ୟ ହୋଇଯାଏ ଏବଂ ମୂଳ ଗାଢ଼ ରଙ୍ଗଗୁଡ଼ିକୁ ଅଦୃଶ୍ୟ କରିଦିଏ। ତେଣୁ ଏମାନଙ୍କ ଆଖି କ୍ରିମି ଦେଖାଯାଏ। 

କୁଣ୍ଡାଖାଇର ପ୍ରଜନନ ଋତୁ:

କୁଣ୍ଡାଚଢ଼େଇ ବର୍ଷସାରା ପ୍ରଜନନ କରନ୍ତି। ଉତ୍ତର ଭାରତରେ ଦେଖାଯାଉଥିବା ଏହି ପକ୍ଷୀ ମାର୍ଚ୍ଚ-ଏପ୍ରିଲ ଓ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ସର୍ବାଧିକ ପ୍ରଜନନ କରନ୍ତି। ପକ୍ଷୀମାନେ ଜନ୍ମର ତିନି ବର୍ଷ ପରେ ପ୍ରଜନନ ପାଇଁ ସକ୍ଷମ ହୋଇଯାଆନ୍ତି। ସେମାନେ ସେମାନଙ୍କର ବସାକୁ ଗଛର ମଝାମଝି ଉଚ୍ଚ‌ରେ ତିଆରି କରନ୍ତି, ଯାହାକି ପତ୍ର ଘନତାରେ ଲୁଚି ରହିଥାଏ।

ଆହୁରି ପଢ଼ନ୍ତୁ- Childhood Love Not Be Forgotten: ପିଲାଦିନ ପ୍ରେମ ଭୁଲି ନଯିବ,ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ଭଦ୍ରାଙ୍କ ପିଲାଦିନର ଫଟୋ ଭାଇରାଲ

ସାଧାରଣତଃ ସେମାନେ ଗୋଟେଥରରେ ୩/୪ଟି (କିନ୍ତୁ ବେଳେବେଳେ ୭ଟି ପର୍ଯ୍ୟନ୍ତ ହୋଇପାରେ) ଗାଢ଼ ସବୁଜନୀଳ ରଙ୍ଗର ଅଣ୍ଡା ଦେଇଥାନ୍ତି। ଉତ୍ତର ଭାରତରେ, ଜୁଲାଇ-ସେପ୍ଟେମ୍ବର ମାସରେ କୁଣ୍ଡାଖାଇ ଚଢ଼େଇ ପ୍ରଜନନ ବେ‌େଳ ପାଇଡ୍‌ କ୍ରେଷ୍ଟେଡ୍ କୁକୋ ଏବଂ ଅନେକ ସମୟରେ ସାଧାରଣ ବାଜ (ହକ୍‌)-କୁକୋ ଦ୍ୱାରା ପରଜୀବୀ (ପାରାସିଟାଇଜ୍‌ଡ) ହୋଇଥାନ୍ତି। ସାଥୀ ପକ୍ଷୀମାନେ ପିଲାମାନଙ୍କୁ ଖାଇବାକୁ ଦେବାରେ ସେମାନଙ୍କୁ ସହାୟତା କରନ୍ତି। ବଡ଼ ହେଲାପରେ ପକ୍ଷୀମାନେ ବସା ଛାଡ଼ି ଚାଲିଯିବାର ସମ୍ଭାବନା ବେଶୀ। ବାକି ପକ୍ଷୀମାନେ ଅନ୍ୟସ୍ଥାନକୁ ଚାଲିଯାଇଥିବା ବେଳେ ମାଈ ପକ୍ଷୀମାନେ ପ୍ରାୟ ୨/୩ବର୍ଷ ପରେ ସେମାନଙ୍କର ଜନ୍ମଗତ ଗୋଷ୍ଠୀକୁ ଛାଡ଼ି ପଳାନ୍ତି। ଏକ ଗୋଷ୍ଠୀ ମଧ୍ୟରେ ପକ୍ଷୀମାନେ ପ୍ରାୟତଃ ଆଲୋପ୍ରେନିଂ, ଗୋଡ଼ାଗୋଡ଼ି ବା ଲଢ଼େଇ ପରି ଖେଳରେ ମଜ୍ଜି ରହନ୍ତି। ଅନେକସ୍ଥଳରେ ଗବେଷଣାରୁ ଜଣାପଡ଼ିଛି, ଶିକାରୀମାନଙ୍କ ଠାରୁ ଧମକ ବା ଶିକାର ହେବାର ଆଶଙ୍କା ପାଇଲେ ସେମାନେ ଅନେକ ସମୟରେ ନିଜ ମୃତ୍ୟୁର ଅଭିନୟ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe