ବରଗଡ଼: ବରଗଡ଼ ଜିଲ୍ଲାର ବୁଣାକାରମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରି ବ୍ୟବସ୍ଥା ପାଇଁ ବେହେରାଠାରେ ପ୍ରାୟ ୧୨ କୋଟି ଟଙ୍କା ବ୍ୟୟରେ ଏକ ବୁଣାକାର ବଜାର କୋଠା ନିର୍ମାଣ କରାଯାଇଛି। ନିର୍ମାଣ ସରିବାର ଇତିମଧ୍ୟରେ ୬ ବର୍ଷରୁ ଅଧିକ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ତାହା କାମରେ ଆସୁ ନାହିଁ। ନିର୍ମାଣ ଶୈଳୀରେ ଅସନ୍ତୋଷ ପ୍ରକାଶ କରି ବୁଣାକାରମାନେ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି। ଫଳରେ କୋଠା ପରିସରରେ ଏବେ ଅନାବନା ଗଛ ଉଠିଲାଣି। ନିର୍ମିତ କୋଠା ବି ବରବାଦ ହେବାକୁ ଲାଗିଲାଣି। ଅନ୍ୟପକ୍ଷରେ ପୂର୍ବପରି ସେହି ପୁରୁଣା ଜାଗାରେ ବସି ସେମାନଙ୍କ ସାମଗ୍ରୀ ବିକ୍ରି କରୁଛନ୍ତି।
Industry: ଅର୍ଥନୀତିକୁ ଶିଳ୍ପ ଅବଦାନ ୪୧.୩%
Subhashit: Fire in the house: ସୁଭାଷିତ: ଘରେ ନିଆଁ ଲାଗିଲାବେଳେ କୂଅ ଖୋଳିବା ବୃଥା
ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନ ବୁଣାକାରମାନଙ୍କ କୌଣସି ମତ ନ ନେଇ ବୁଣାକାର ବଜାର କୋଠା ନିର୍ମାଣ କରିଥିଲା। ଯାହାଫଳରେ ସେମାନେ ଏହି ବଜାରକୁ ଯିବାକୁ ଅମଙ୍ଗ ହୋଇଥିଲେ। ବ୍ୟବସାୟୀ ତଥା ବୁଣାକାରମାନେ ତାଙ୍କ ସମସ୍ୟା ଓ ଦାବି ଜଣାଇଥିଲେ ମଧ୍ୟ ପ୍ରଶାସନ ଶୁଣି ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନଥିବା ଜଣାପଡ଼ିଛି। ସମ୍ବଲପୁରୀ ବେହେରା ବଜାର କମିଟିର କହିବାନୁସାରେ, ବଜାରରେ ଯେତେ ସଦସ୍ୟ ରହିଛନ୍ତି ସେତିକି ସଦସ୍ୟଙ୍କ ପାଇଁ ବୁଣାକାର ବଜାରରେ ସୁବିଧା କରାଗଲା ନାହିଁ। ଉପର ମହଲା ଦିଆଯିବାରୁ ସମସ୍ୟା ହୋଇଥିଲା। ବେପାରୀମାନେ ତଳେ ବସି ବେପାର କରିବା ସୁବିଧା ହୁଏ। କିନ୍ତୁ କାହାର କିଛି ମତ ନ ନେଇ ସେହି ବଜାର ନିର୍ମାଣ କରିବାରୁ ସେଠାକୁ କେହି ଗଲେନି। ଏହାସହ ପାର୍କିଂ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ନାହିଁ। ଏହାକୁ ନଜରରେ ରଖି ବୁଣାକାରମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ଯୋଗାଇ ଦିଆଯାଉ ବୋଲି କମିଟି ପକ୍ଷରୁ ଦାବି ହୋଇଛି।
Follow Us