Why do people yawn?: ଜଣେ ହାଇ ମାରିଲେ ଅନ୍ୟଜଣଙ୍କୁ ହାଇ ଆସେ କାହିଁକି? ଜାଣନ୍ତୁ...

Advertisment

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ।

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ।

istockphoto-502938603-612x612

Photograph: (google)

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ। ହାଇ ମାରିବା ଦ୍ୱାରା ଅଧିକ ମାତ୍ରାରେ ବାୟୁ ଶରୀର ମଧ୍ୟକୁ ପ୍ରବେଶ କରେ ଓ ହୃଦସ୍ପନ୍ଦନ ବଢ଼େ। ଯାହାଦ୍ବାରା ଅଧିକ ଅମ୍ଳଜାନ ଶରୀର ଭିତରକୁ ପମ୍ପ ହୋଇଥାଏ। ତେଣୁ ଏହା କୁହାଯାଇପାରେ ଯେ, ରକ୍ତରୁ ଟକ୍ସିନ୍‌କୁ କ୍ଲିୟର୍‌ କରିବା ଓ ଅମ୍ଳଜାନ ପ୍ରଦାନ କରିବା ପାଇଁ ହାଇ ହୋଇଥାଏ। ତେବେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ତଥ୍ୟ କହେ, ହାଇର ସମ୍ପର୍କ ଆମ ମସ୍ତିସ୍କ ସହ ରହିଛି। କାମ କରୁଥିବା ସମୟରେ ତାତି ଯାଇଥିବା ମସ୍ତିସ୍କକୁ ଥଣ୍ଡା କରିବା ଲାଗି ହାଇ ଆସିଥାଏ। ଏହାଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ। ଶୀତଦିନେ ଅମ୍ଳଜାନର ଆବଶ୍ୟକତା ଅଧିକ ଥାଏ ତେଣୁ ଅଧିକ ହାଇ ଆସେ।

ଆହୁରି ପଢ଼ନ୍ତୁ: ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ବାଂଲାଦେଶ ହାଇକମିଶନରଙ୍କୁ ସମନ

 ୨୦୦୪ ମସିହାରେ ମ୍ୟୁନିଖର ସାଇକିୟାଟ୍ରିକ ୟୁନିଭର୍ସିଟି ହସ୍ପିଟାଲର ରିସର୍ଚ୍ଚ କହେ, ହାଇ ସଂକ୍ରମଣ ବଢ଼ାଇଥାଏ। ପ୍ରାୟ ୩୦୦ ଲୋକଙ୍କ ଉପରେ କରାଯାଇଥିବା ଗବେଷଣାରେ ୫୦ ପ୍ରତିଶତ ଲୋକ ଏମିତି ଥିଲେ ଯେଉଁମାନେକି ଅନ୍ୟକୁ ଦେଖି ହାଇ ମାରୁଥିଲେ। ବୈଜ୍ଞାନିକଙ୍କ ମତରେ ଯେବେ ମଣିଷ କାହାକୁ ହାଇ ମାରୁଥିବା ଦେଖେ ତେବେ ତାହାର ‘ମିରର ନ୍ୟୁରୋନ ସିଷ୍ଟମ’ ସଜାଗ ହୋଇଯାଏ। ଆଉ ତାହା ନକଲ କରିବାକୁ କହିଥାଏ। ଏହି କାରଣରୁ ହିଁ ଜଣକୁ ଦେଖିଲେ ଅନ୍ୟ ଜଣେ ହାଇ ମାରିଥାନ୍ତି। ଏହାବାଦ ନିକଟରେ ହୋଇଥିବା ଏକ ଗବେଷଣା କହେ ଯେଉଁ ଲୋକଙ୍କ ମସ୍ତିସ୍କ ଅଧିକ କାମ କରେ ତାଙ୍କର ହାଇ ଅଧିକ ଲମ୍ବା ହୋଇଥାଏ। ଯଦ୍ୱାରା ମସ୍ତିସ୍କ ଥଣ୍ଡା ହୋଇଥାଏ। ପ୍ରଫେସର ଆଣ୍ଡ୍ର୍ୟୁ ସି. ଗ୍ୟାଲପ୍‌ଙ୍କ ତାଜା ଗବେଷଣା ‘ଆନିମଲ ବିହେଭିୟର’ ନାମକ ଜର୍ନାଲରେ ପ୍ରକାଶିତ ହୋଇଥିଲା। ଏହି ଗବେଷଣାରେ ଗ୍ୟାଲପ୍‌ କହିଛନ୍ତି, ଜଣକୁ ଦେଖି ଅନ୍ୟଜଣଙ୍କୁ ସେତେବେଳେ ହାଇ ଆସେ ଯେବେ ଏକ ଗ୍ରୁପ୍‌ର ସମସ୍ତେ ପରସ୍ପରକୁ ଭଲଭାବେ ଜାଣନ୍ତି। ୨୦୨୦ରେ ହୋଇଥିବା ଏକ ଗବେଷଣାରେ ବି ଦେଖା ଯାଇଥିଲା ଯେ, ହାତୀ ସହ ରହୁଥିବା ମାହୁନ୍ତ ଯେତେବେଳେ ହାଇ ମାରୁଥିଲା ହାତୀ ବି ହାଇ ମାରିଥିଲା। କାରଣ ଦୁହେଁ ପରସ୍ପର ସହ ସାମାଜିକଭାବେ ଜଡ଼ିତ। ଏହି ପ୍ରକ୍ରିୟା ଶୈଶବକାଳରୁ ଆରମ୍ଭ ହୋଇଥାଏ ଯେବେଠୁ ପିଲାଙ୍କ ମସ୍ତିସ୍କ ସକ୍ରିୟ ହୋଇଥାଏ। 

ଆହୁରି ପଢ଼ନ୍ତୁ: ସ୍କୁଲ ଫି’ ଭରି ପଢ଼ିବାର ଆଉ ଏକ ସୁଯୋଗ ଦେଲେ ପ୍ରିନ୍ସିପାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe