Climate change : ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ, ବଲାଙ୍ଗୀରରେ ବଢ଼ୁଛି ବାଦୁଡ଼ି ସଂଖ୍ୟା

Advertisment

ଜଳବାୟୁ ପରିବର୍ତ୍ତନ କଥା ଉଠିଲେ ବଲାଙ୍ଗୀର ଜିଲ୍ଲା ସବୁ ଦୃଷ୍ଟିରୁ ଏକ ଉଦାହରଣ ସାଜୁଛି। ପ୍ରଥମତଃ, ଅସନ୍ତୁଳିତ ପାଣିପାଗ ସ୍ଥିତି ବିଗାଡ଼ି ଚାଲିଛି। ଗତ ୫୦ ବର୍ଷ ମଧ୍ୟରେ ଜିଲ୍ଲା ୨୭ଟି ପ୍ରାକୃତିକ....

ଜଳବାୟୁ ପରିବର୍ତ୍ତନ କଥା ଉଠିଲେ ବଲାଙ୍ଗୀର ଜିଲ୍ଲା ସବୁ ଦୃଷ୍ଟିରୁ ଏକ ଉଦାହରଣ ସାଜୁଛି। ପ୍ରଥମତଃ, ଅସନ୍ତୁଳିତ ପାଣିପାଗ ସ୍ଥିତି ବିଗାଡ଼ି ଚାଲିଛି। ଗତ ୫୦ ବର୍ଷ ମଧ୍ୟରେ ଜିଲ୍ଲା ୨୭ଟି ପ୍ରାକୃତିକ....

Untitled-9

ବଲାଙ୍ଗୀର: ଜଳବାୟୁ ପରିବର୍ତ୍ତନ କଥା ଉଠିଲେ ବଲାଙ୍ଗୀର ଜିଲ୍ଲା ସବୁ ଦୃଷ୍ଟିରୁ ଏକ ଉଦାହରଣ ସାଜୁଛି। ପ୍ରଥମତଃ, ଅସନ୍ତୁଳିତ ପାଣିପାଗ ସ୍ଥିତି ବିଗାଡ଼ି ଚାଲିଛି। ଗତ ୫୦ ବର୍ଷ ମଧ୍ୟରେ ଜିଲ୍ଲା ୨୭ଟି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି। ଏଥିରୁ ସର୍ବାଧିକ ୧୬ ଥର ମରୁଡ଼ି ଏବଂ ୫ ଥର ଆଂଶିକ ମରୁଡ଼ି ପଡ଼ିଛି। ନଭେମ୍ବର ମାସରୁ ଜଳାଶୟଗୁଡ଼ିକ ଶୁଖିଲା ପଡ଼ିବା ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ ଝଲକ। ଏବେ ଏକ ନୂଆ ଉଦାହରଣ ସାମନାକୁ ଆସିଛି।

Republic Day: ସାଧାରଣତନ୍ତ୍ର ଦିବସ ପରେଡ୍‌ ପ୍ରସ୍ତୁତି: ରିହର୍ସାଲ୍‌ରେ ଭାଗନେଲେ ୫୪ ଦଳ

 ତାହା ହେଲା ବାଦୁଡ଼ି ସଂଖ୍ୟା ବଢ଼ିବା। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘରଚଟିଆ, କାଉ ଓ ପାରା ବଂଶ ଲୋପ ପାଇବା ଉପରେ। ଏଭଳି ସ୍ଥିତିରେ ବାଦୁଡ଼ିର ଅହେତୁକ ବଂଶ ବିସ୍ତାର ଜଳବାୟୁ ପରିବର୍ତ୍ତନର ଏକ ଆଭାସ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ବଲାଙ୍ଗୀର ସହରର ଭଗବତୀନଗରଠାରେ କେବଳ ପାଞ୍ଚଟି ଗଛରେ ପାଖାପାଖି ୩ରୁ ୪ହଜାର ବାଦୁଡ଼ି ବସା ବାନ୍ଧି ରହିଛନ୍ତି। ସାଧାରଣତଃ ଫଳ ଫଳିବା ଆରମ୍ଭ ହେଲେ କିମ୍ବା କୀଟପତଙ୍ଗ ବଢ଼ିଲେ, ତାକୁ ଖାଇବା ପାଇଁ ବାଦୁଡ଼ି ଆସିଥାନ୍ତି। ଖାଦ୍ୟ ଅନ୍ବେଷଣରେ ବାଦୁଡ଼ିମାନେ ସ୍ଥାନ ପରିବର୍ତ୍ତନ କରନ୍ତି। ହେଲେ, ବଲାଙ୍ଗୀର ସହରରେ ଫଳ କିମ୍ବା କୀଟପତଙ୍ଗ ଭରପୂର ନଥିଲେ ହେଁ ବାଦୁଡ଼ି ସଂଖ୍ୟା ସ୍ବାଭାବିକଠାରୁ ଅଧିକ।

Subhadra yojana: ୪ ଲକ୍ଷରୁ ଅଧିକ ମହିଳା ପାଇଲେ ‘ସୁଭଦ୍ରା’ ଟଙ୍କା‌: ପ୍ରଦାନ କରାଗଲା ୩୧୫ କୋଟି ଟଙ୍କାରୁ ଅଧିକ ସହାୟତା ରାଶି

 ଜୀବବିଜ୍ଞାନୀଙ୍କ ଗବେଷଣା ଅନୁସାରେ, ପ୍ରତିବର୍ଗ କିଲୋମିଟରରେ ୪୫ରୁ ୮୫ଟି ବାଦୁଡ଼ି ରହିବା ସ୍ବାଭାବିକ। କିନ୍ତୁ ଜିଲ୍ଲାରେ ଏହି ସଂଖ୍ୟା ଢେର ଅଧିକ। ଗୋଟିଏ ସ୍ଥାନରେ ବର୍ଷତମାମ ସ୍ବାଭାବିକଠାରୁ ଅଧିକ ତାପମାତ୍ରା କିମ୍ବା ସମ୍ଭାବ୍ୟ ଅଧିକ ଗରମ ଥିଲେ ବାଦୁଡ଼ିମାନେ ସେଠାରେ ରହିବାକୁ ପସନ୍ଦ କରିଥାନ୍ତି। ବଲାଙ୍ଗୀର ଜିଲ୍ଲାରେ ଗତ ତିନି ଦଶନ୍ଧି ହେଲା ସ୍ବାଭାବିକ ତାପମାତ୍ରା ଆଶ୍ଚର୍ଯ୍ୟଜନକ ଭାବେ ହାରାହାରି ୮ ଡିଗ୍ରି ବୃଦ୍ଧି ପାଇଛି। ଶୀତ ଓ ବର୍ଷାଦିନ ସଂଖ୍ୟା ହ୍ରାସ ପାଇଛି। ତେଣୁ ଏଭଳି ଉଷ୍ଣ ପାଣିପାଗ ବାଦୁଡ଼ି ଜାତିକୁ ସୁହାଉଛି। ପାଣି କମ୍‌ ପିଉଥିବା ଏହି ପକ୍ଷୀର ମାତ୍ରାଧିକ ବଂଶବୃଦ୍ଧି ଯୋଗୁଁ ଆଗକୁ ଜିଲ୍ଲା ଗରମରେ ଶିଝିବାର ପ୍ରାକ୍‌ ସଙ୍କେତ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବାଦୁଡ଼ି ଥିବା ଅଞ୍ଚଳରେ ନିପା ଭୂତାଣୁ ବ୍ୟାପିବା ଆଶଙ୍କା ରହିଥାଏ। ଏହି ଦୃଷ୍ଟିରୁ ବଲାଙ୍ଗୀରରେ ଏଯାବତ କିଛି ସତର୍କତାମୂଳକ ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe