Four world: ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

Advertisment

  ଆଜି କିଟ୍‌ ବିଶ୍ୱବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ କଲମ୍ବିଆ ହସ୍ପି‌ଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର, କଲମ୍ବୋ ହୁନୁପିଟିଆ....

  ଆଜି କିଟ୍‌ ବିଶ୍ୱବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ କଲମ୍ବିଆ ହସ୍ପି‌ଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର, କଲମ୍ବୋ ହୁନୁପିଟିଆ....

Untitled-9

ଚନ୍ଦ୍ରଶେଖରପୁର:   ଆଜି କିଟ୍‌ ବିଶ୍ୱବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ କଲମ୍ବିଆ ହସ୍ପି‌ଟାଲିଟି ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଜନ୍ ଓପେନହାଇମର, କଲମ୍ବୋ ହୁନୁପିଟିଆ ଗଙ୍ଗାରାମାୟ ମନ୍ଦିରର ମୁଖ୍ୟ ପଦାଧିକାରୀ ଡ. କିରିଣ୍ଡେ ଆସାଜି ନାୟକ ଥେରୋ, ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଏବଂ ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ବୋର୍ଡର ପ୍ରାକ୍ତନ ନିର୍ଦ୍ଦେଶକ କେଏନ୍‌ ଶାନ୍ତକୁମାର ଏବଂ ତିବ୍ବତୀୟ ବୌଦ୍ଧ ଧର୍ମଗୁରୁ ତଥା ସ୍ୱିଜରଲ୍ୟାଣ୍ଡର ରିପା ଇଣ୍ଟରନ୍ୟାସନାଲ୍ ସେଣ୍ଟରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତରୁଲ୍ ଜିଗମେ ରିନପୋଚେ ପ୍ରମୁଖ ଯୋଗଦେଇଥିଲେ।

Patakura MLA's: ପାଟକୁରା ବିଧାୟକଙ୍କ ବିସ୍ଫୋରକ ବୟାନ, ‘ଅ˚ଶୁମାନଙ୍କୁ ଦଳ ହରାଇଦେଲା’

ଏହି ଅବସରରେ ସେମାନଙ୍କୁ କିଟ୍‌ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଉଦ୍‌ବୋଧନ ଦେଇ ଓପେନହାଇମର କହିଲେ, କିଟ୍‌ ଓ କିସ୍‍ ପରିଦର୍ଶନ କରି ସେ ଗଭୀର ଭାବରେ ଭାବପ୍ରବଣ ହୋଇଛନ୍ତି। ସାମ୍ବାଦିକ କେଏନ୍‌ ଶାନ୍ତକୁମାର କହିଲେ, କିଟ୍‌ କେବଳ ଅନୁଷ୍ଠାନ ନୁହେଁ ଏହା ଏକ ଦୃଷ୍ଟିକୋଣ। ଦାୟିତ୍ୱପୂର୍ଣ୍ଣ ନାଗରିକ ସାମ୍ବାଦିକତାରେ ସାମିଲ ହେବାକୁ ଛାତ୍ରମାନଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଲେ, ଜିଜ୍ଞାସୁ ରହିବା, ବିଶ୍ୱସନୀୟତାକୁ ମୂଲ୍ୟ ଦେବା ଓ ସ୍ଥିରତା ନିର୍ମାଣ କରିପାରିଲେ ସାମ୍ବାଦିକତା ଜରିଆରେ ଲୋକ କଲ୍ୟାଣ ହୋଇପାରିବ। ଡ କିରିଣ୍ଡେ ଆସାଜି ନାୟକ ଥେରୋ କିଟ୍‍ର ପ୍ରତିଷ୍ଠା ଦିବସକୁ ଇତିହାସର ଆଧ୍ୟାତ୍ମିକ ପୁନର୍ମିଳନ ଭାବରେ ବର୍ଣ୍ଣନା କରିଥିଲେ। ରିନପୋଚେ କହିଲେ ସଫଳତା ହାସଲ କରୁଥିବା ଅନେକ ଲୋକ ଅଛନ୍ତି।

Singer Geeta Patnaik: କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ପଞ୍ଚଭୂତରେ ବିଲୀନ

 କିନ୍ତୁ ବହୁତ କମ୍ ଲୋକ ନମ୍ର ହୋଇ ରହନ୍ତି। ମୋ ପାଇଁ ଏହା ପ୍ରକୃତ ସଫଳତା ବୋଲି ସେ କହିଥିଲେ। ସ୍ୱାଗତ ଭାଷଣ ଦେଇ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ନିରବ, ଦୃଢ଼ ସଂକଳ୍ପ ଓ ଏକ ଦୂରଦୃଷ୍ଟି ସହିତ କିଟ୍‍ର ଯାତ୍ରା ଆରମ୍ଭ ହୋଇଥିଲା । ଆମେ ଯାହା କିଛି ସଫଳତା ହାସଲ କରିଛୁ ତାହା କିଟ୍‌, କିସ୍‌ ଓ କିମସରକର୍ମଚାରୀ, ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସ ଯୋଗୁ ସମ୍ଭବ ହୋଇପାରିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe