Full hearing: ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପେନ୍‌ସନ୍ ପ୍ରସଙ୍ଗ ୧୫ରେ ପୂର୍ଣ୍ଣାଙ୍ଗ ଶୁଣାଣି

ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍‌ସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪ ଜାନୁଆରି ୧୨ରେ ପ୍ରଦାନ...

Untitled-21

କଟକ: ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍‌ସନ୍ ପ୍ରଦାନ ସପକ୍ଷରେ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୪ ଜାନୁଆରି ୧୨ରେ ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଦାୟର କରିଥିବା ରିଟ୍ ଅପିଲ୍‌ ଗୁଡ଼ିକର ଡିସେମ୍ବର ୧୫ରେ ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ୧୧ ତାରିଖ ସୁଦ୍ଧା ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ଦାୟର ଅନ୍ୟ ଅପିଲ୍‌ଗୁଡ଼ିକର ତାଲିକା ଦାଖଲ କରିବାକୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ)ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ବେଳେ ପ୍ରତିପକ୍ଷଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜଣିକିଆ ଖଣ୍ଡପୀଠ ପ୍ରଦାନ କରିଥିବା ରାୟ ବିରୋଧରେ ସରକାରଙ୍କ ତରଫରୁ ଦୁଇ ଜଣିଆ ଖଣ୍ଡପୀଠରେ ଦାୟର ଅନ୍ୟ କେତେକ ମାମଲା ତାଲିକାଭୁକ୍ତ ହୋଇନାହିଁ। ଏଭଳି ମାମଲାର ତାଲିକା ଦାଖଲ କରିବାକୁ ଏଜିଏଙ୍କୁ ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍‌ ମାନସ ରଂଜନ ପାଠକ ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ତରଫରୁ ଦାୟର ରିଟ୍‌ ଅପିଲ୍‌ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Remember 25: ମନେରହିବ ୨୫: ତାତିରୁ ନାହିଁ ନିସ୍ତାର, ବିଗିଡ଼ିଲାଣି ବର୍ଷାର ପ୍ରକୃତି

Marriage: ନାବାଳିକାଙ୍କୁ ବାହାବେଦିରୁ ନେଇ ଲୁଚାଇଦେଲେ

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବ୍ଲକ୍ ଗ୍ରାଣ୍ଟ ଓ ଏବର ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ପେନ୍‌ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ମିଳୁ ନାହଁ। ପୂର୍ବରୁ ଏହି ପ୍ରସଙ୍ଗ ନେଇ ଶରତଚନ୍ଦ୍ର ପରିଡ଼ାଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ୨୦୧୫ରେ ହାଇକୋର୍ଟ ବ୍ଲକ୍‌ଗ୍ରାଣ୍ଟ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ପେନ୍‌ସନ୍‌ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe