Malkangiri: ନକ୍ସଲମୁକ୍ତ ଆଡ଼କୁ ମାଲକାନଗିରି, ଆତ୍ମସମର୍ପଣ କଲେ ୨୨ ନକ୍ସଲ

Advertisment

ଓଡ଼ିଶା ସରକାରଙ୍କ ଆତ୍ମନିର୍ଭରଶୀଳ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆଜି ୨୨ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର...

ଓଡ଼ିଶା ସରକାରଙ୍କ ଆତ୍ମନିର୍ଭରଶୀଳ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆଜି ୨୨ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର...

Untitled-15

ମାଲକାନଗିରି: ଓଡ଼ିଶା ସରକାରଙ୍କ ଆତ୍ମନିର୍ଭରଶୀଳ ଓ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ ଆଜି ୨୨ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଉପସ୍ଥିତିରେ ସେମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି। ବନ୍ଧୁକ ଓ ହତିଆର ଦାଖଲ କରିଛନ୍ତି।

The Shulia Pitha: ରକ୍ତରେ ଲାଲ୍‌ ହେଲା ଶୁଲିଆ ପୀଠ


ଛତିଶଗଡ଼ରେ ଅପରେସନ୍‌ ପରେ ଜୀବନ ବିକଳରେ ଶହଶହ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି। ଏହିକ୍ରମରେ ଆଜି ଡିଭିସିଏମ୍‌ ସଦସ୍ୟ ମୁୟେ ମାଡ଼କାମ ଓରଫ ଲିଙ୍ଗେ (୪୫), ଏସିଏମ୍‌ କମାଣ୍ଡର ବାମନ ମାଡ଼କାମ (୨୭), ଏସିଏମ୍‌ ମୁକ୍କା ମୁଚାକି (୨୨), ଏସିଏମ୍‌ ଆଇତୁ ଆଭଲାମି (୨୬), ଏସିଏମ୍‌ କୋସା କବାସି (୨୫), ଏସିଏମ୍‌ ବାଟି ମାଡ଼କାମ (୨୨), ଏସିଏମ୍‌ ଯୋଗୀ ମୁଚାକି (୧୯), ପାର୍ଟି ସଦସ୍ୟ ରୀତା ପଡ଼ିଆମି (୨୨), ପାର୍ଟି ସଦସ୍ୟ ଯୋଗୀ ସୋଡ଼ି (୧୮), ଭୀମେ କାଲମୁ (୨୦), ମଙ୍ଗଳି ବାଞ୍ଜାମି (୨୪), ଜଗା ମୁଚାକି (୨୩), ଆଡ଼ମେ ମୁଚାକି (୧୮), ମାଡଲି କୋସା (୨୨), କୁଞ୍ଜାମ କରା (୨୫), ମାଡ଼ା ମାଡ଼ଲି (୩୦), ମୁଚାକି ଆଡ଼ମା (୧୯), ଦେବା ମାଡ଼ଲି (୩୫), ଅର୍ଜୁନ ମାଡ଼ଲି (୩୫), ସାନ୍ନା ପୁନେମ (୨୫), ସୋମେୟ ମିଡ଼ିଆମ (୧୯) ଏବଂ ବୁଦ୍ରି ମିଡ଼ିଆମ(୨୫) ପ୍ରମୁଖ ଆତ୍ମସମର୍ପଣ କରିଛନ୍ତି। ଗୋଟିଏ ଲେଖାଏଁ ଏକେ-୪୭ ଓ ଏସ୍ଏ‌ଲ୍ଆ‌ର୍‌ ବନ୍ଧୁକ, ଦୁଇଟି ଇନ୍‌ସାସ, ତିନୋଟି ୩୦୩ ରାଇଫଲ୍‌, ଦୁଇଟି ସିଙ୍ଗଲ ସଟ୍ ରାଇଫଲ୍‌, ୯ଟି ମେଗାଜିନ୍‌, ୧୫୦ଟି ଗୁଳି, ୨୦କିଲୋ ବିସ୍ଫୋରକ, ୧୩ ଉନ୍ନତ ବିସ୍ଫୋରକ, ଜିଲୋଟିନ ଷ୍ଟିକ୍‌, କୋଡେକ୍ସ ତାର, ମାଓ ପୁସ୍ତିକା ଆଦି ପୁଲିସ ନିକଟରେ ଜମା କରିଛନ୍ତି।

Bangladesh: ବାଂଲାଦେଶ ହିଂସା ପ୍ରସଙ୍ଗ, ଦେଶବ୍ୟାପୀ ବିକ୍ଷୋଭ


ଆତ୍ମସମର୍ପଣ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ଡିଜିପି ଶ୍ରୀ ଖୁରାନିଆ କହିଥିଲେ, ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କ ଏହା ସବୁଠାରୁ ବଡ଼ ଆତ୍ମସମର୍ପଣ। ୨୨ ନକ୍ସଲଙ୍କ ନାମରେ ମୋଟ ୧କୋଟି ୮୪ଲକ୍ଷ ୨୫ ହଜାର ଟଙ୍କାର ପୁରସ୍କାର ରହିଥିଲା। ଆତ୍ମସମର୍ପଣ ପରେ ପ୍ରତି ନକ୍ସଲଙ୍କ ନିମନ୍ତେ ସରକାର ପୂର୍ବରୁ ଘୋଷଣା କରିଥିବା ପୁରସ୍କାର ରାଶି ସହ ସମସ୍ତଙ୍କୁ ୨୫ହଜାର ଟଙ୍କା ଲେଖାଏଁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନ୍ୟମାନେ ମଧ୍ୟ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଡିଜିପି ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଏଡିଜି ସଞ୍ଜୀବ ପଣ୍ଡା, ଡିଆଇଜି ଏସ୍ଆ‌ଇଡବ୍ଲ୍ୟୁ ଅଖିଳେଶ ସିଂ, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ବି.କେ ସିଂ, ବିଏସ୍ଏ‌ଫ୍‌ ଡିଆଇଜି ବିଜୟ ସିଂ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍‌ପି ବିନୋଦ ପାଟିଲ ଏଚ୍‌, ଅତିରିକ୍ତ ଏସ୍‌ପି ଆର.କେ ଦାସ ଓ ପ୍ରମୋଦ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe