ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ରାସ୍ତା ପାର୍ଶ୍ବ ନାଳ ନିକଟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ଦଶମ ଶ୍ରେଣୀରେ ପଢୁଥିଲେ। ବୁଧବାର ସକାଳ ୭ଟାରେ ନାବାଳିକାଙ୍କ ମୃତଦେହ ନାଳରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ତାଙ୍କ ପରିବାରକୁ ଖବର ଦେଇଥିଲେ।
2 Maoists Arrested ଜେଜେଏମପି ମାଓ ସଂଗଠନ ଧ୍ଵସ୍ତ, ଏରିଆ କମାଣ୍ଡର ସହ ଦୁଇ ମାଓବାଦୀ ଗିରଫ
ପୁଲିସର ସୂଚନା ଅନୁସାରେ, ଭୋର୍ ୪ରୁ ୫ଟା ଭିତରେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ନାବାଳିକା ଜଣକ ଏତେ ସକାଳୁ କୁଆଡ଼େ ଯାଉଥିଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ। ନାବାଳିକାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ଅଇଁଠାପାଲି ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ବାଇଁ କହିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ଅନୁଗୁଳରେ ରହୁଥିବା ନାବାଳିକାଙ୍କ ମାମୁ ତାଙ୍କ ଭାଣିଜୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ୨୦୧୪ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ଭାଣିଜୀ ନିଜ ପିତାଙ୍କୁ ହରାଇଥିଲେ। ବାପା ମରିବାର ୩ ବର୍ଷ ପରେ ଅର୍ଥାତ୍ ୨୦୧୭ ମସିହାରେ ଭାଣିଜୀଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମା’ଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ମା’ ମରିବାର ୮ ବର୍ଷ ପରେ ଭାଣିଜୀର ମଧ୍ୟ ମୃତ୍ୟୁ ହୋଇଛି। ଏହା ଦୁର୍ଘଟଣା ନୁହେଁ, ଏହା ଏକ ହତ୍ୟା ଘଟଣା ବୋଲି ମୃତକଙ୍କ ମାମୁ ଅଭିଯୋଗ କରିଛନ୍ତି। ଭାଣିଜୀକୁ ମାନସିକ ନିର୍ଯାତନା ଦିଆଯାଉଥିଲା। ଦୁଇ ମାସ ତଳେ ସେ ମାଇଁଙ୍କ ସହ ଫୋନ୍ରେ କଥା ହେଉଥିବା ଜାଣିବା ପରେ ତାଙ୍କୁ ମାଡ଼ ମାରିବା ସହିତ ନାକ ଫଟାଇ ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Remember 25: ମନେରହିବ ୨୫: ତାତିରୁ ନାହିଁ ନିସ୍ତାର, ବିଗିଡ଼ିଲାଣି ବର୍ଷାର ପ୍ରକୃତି
Follow Us