Advertisment

POCSO: ପୋକ୍ସୋ ମାମଲାରେ ବୁଝାମଣାର ସ୍ଥାନ ନାହିଁ

Advertisment

ଶିଶୁଙ୍କ ବିରୋଧରେ ଅପରାଧ ମାମଲାର ଆପୋସ ବୁଝାମଣା କିମ୍ବା ପଞ୍ଚାୟତସ୍ତରରେ ସମାଧାନ କରାଯିବା ଘଟଣାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ...

ଶିଶୁଙ୍କ ବିରୋଧରେ ଅପରାଧ ମାମଲାର ଆପୋସ ବୁଝାମଣା କିମ୍ବା ପଞ୍ଚାୟତସ୍ତରରେ ସମାଧାନ କରାଯିବା ଘଟଣାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ...

Untitled-9

କଟକ: ଶିଶୁଙ୍କ ବିରୋଧରେ ଅପରାଧମାମଲାର ଆପୋସ ବୁଝାମଣା କିମ୍ବା ପଞ୍ଚାୟତସ୍ତରରେ ସମାଧାନ କରାଯିବା ଘଟଣାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ଜଣେ ଶିଶୁ ବିରୋଧରେ ଯୌନ ନିର୍ଯାତନା ଘଟଣା ଏକ ଗୁରୁତର ଅପରାଧ। ଏଭଳି ଘଟଣାର ପଞ୍ଚାୟତସ୍ତରରେ ସମାଧାନ କରାଯାଇ ପାରିବ ନାହିଁ। ପଞ୍ଚାୟତ ଅଦାଲତ ନୁହେଁ। ସରପଞ୍ଚଙ୍କୁ ଫୌଜଦାରୀ ମାମଲାରେ ହସ୍ତକ୍ଷେପ କରିବାକୁ ଲାଇସେନ୍ସ ମିଳିନାହିଁ। ଏଭଳି ଘଟଣାର ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଆଇନରେ କୌଣସି ସ୍ଥାନ ନାହିଁ। ଶିଶୁ ବିରୋଧରେ ଅପରାଧ ଘଟଣାର ସୂଚନା ପୁଲିସ ନିକଟରେ ପହଞ୍ଚିବା ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ସରପଞ୍ଚ ବା ଗାଁର ବରିଷ୍ଠ ବ୍ୟକ୍ତିଙ୍କର କୌଣସି ଅଧିକାର ନାହିଁ। ଗ୍ରାମ ଅନୁଷ୍ଠାନରେ ଥିବା ବ୍ୟକ୍ତିଙ୍କୁ ପୋକ୍ସୋ‌ ଆଇନ ଅନୁସାରେ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସ‌ଚେତନ କରିବାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ବୈଠକ, ବୁଝାମଣା, ବିବାହ ପ୍ରତିଶ୍ରୁତି ମାଧ୍ୟମରେ ପୋକ୍ସୋ ଅପରାଧର ସମାଧାନ ପାଇଁ ଗ୍ରାମ ପଞ୍ଚାୟତ ବା ସ୍ଥାନୀୟ ନେତୃତ୍ବଙ୍କ ଉଦ୍ୟମ ସଂପୂର୍ଣ୍ଣ ବେଆଇନ। ଏଭଳି କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରସଙ୍ଗ ବିଚାରକୁ ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ କନ୍ଧମାଳ ଆଡ୍‌-ହକ୍‌ ଅତିରିକ୍ତ ଦୌରା ଜଜ୍‌ ଅଦାଲତ ୨୦୨୫ ଏପ୍ରିଲ ୯ରେ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଦଣ୍ଡିତ କରି ପ୍ରଦାନ କରିଥିବା ରାୟ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

Udayagiri : ଆକର୍ଷଣ ହରାଉଛି ଉଦୟଗିରି


ମାମଲାର ବିବରଣୀରୁ ପ୍ରକାଶ ଯେ ଜଣେ ନାବାଳିକା ସହିତ ଆବେଦନକାରୀ ଶାରୀରିକ ସଂପର୍କ ରଖିଥିଲେ। ଏ ନେଇ ନାବାଳିକା ଅଭିଯୋଗ କରିବା ପରେ ଗ୍ରାମସ୍ତରରେ ବିବାଦର ସମାଧାନ କରାଯାଇଥିଲା। ନାବାଳିକା ପ୍ରାପ୍ତବୟସ୍କା ହେବା ପରେ ଆବେଦନକାରୀଙ୍କୁ ବିବାହ କରିବେ ବୋଲି ଗ୍ରାମରେ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ପୂର୍ବଭଳି ଆବେଦନକାରୀ ନାବାଳିକା ସହିତ ସଂପର୍କ ରଖିଥିଲା। ନାବାଳିକା ପ୍ରାପ୍ତବୟସ୍କ ହେବା ପରେ ତାଙ୍କର ବିବାହ ଆବେଦନକାରୀଙ୍କ ସହିତ ହୋଇଥିଲା। କିନ୍ତୁ ବିବାହର ମାତ୍ର କିଛି ସପ୍ତାହ ଭିତରେ ଆବେଦନକାରୀ ନାବାଳିକାଙ୍କୁ ଛାଡ଼ି ପଳାଇଥିଲା। ଶ୍ବଶୁରଘରେ ନାବାଳିକାକୁ ନିର୍ଯାତନା ଦିଆଯାଇଥିଲା।

Buddhist stupa : ପରିତ୍ୟକ୍ତ ପୋଖରୀର ଭ୍ରମ ସୃଷ୍ଟି କରୁଛି ବୌଦ୍ଧ ଗଡ଼ଖାଇ

ଏ ନେଇ ନାବାଳିକାଙ୍କ ତରଫରୁ ଫିରିଙ୍ଗିଆ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଆବେଦନକାରୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଆବେଦନକାରୀଙ୍କ ବାପା-ମା ମଧ୍ୟ ଅଭିଯୁକ୍ତ ଥିଲେ। ଅଦାଲତ ମାମଲାର ଶୁଣାଣି କରି ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ପାଇଁ ଆବେଦନକାରୀଙ୍କୁ ପୋକ୍ସୋ‌ ଆଇନର ଧାରା ୬ ଓ ଆଇପିସିର ଦଫା ୩୭୬(୨)(ଏନ)ରେ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍‌ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପରିବାର ସଦସ୍ୟଙ୍କୁ ଅଦାଲତ ଦୋଷମୁକ୍ତ କରିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଯୌନ ଅଭିସନ୍ଧି ବି ଯୌନ ନିର୍ଯାତନା, ଶରୀର ସ୍ପର୍ଶ ଜରୁରି ନୁହେଁ ‌

ପୋକ୍ସୋ‌ ଆଇନ ଅନୁସାରେ ଯୌନ ଉତ୍ପୀଡ଼ନ ଅପରାଧ ପାଇଁ ଅପରାଧୀ ଓ ପୀଡ଼ିତାଙ୍କ ମଧ୍ୟରେ ଶାରୀରିକ ସ୍ପର୍ଶ ଜରୁରି ନୁହେଁ। ଯଦି ଅଭିଯୁକ୍ତର ‘ଯୌନ ଅଭିସନ୍ଧି’ ଥାଏ ଓ ସେ ପୀଡ଼ିତାଙ୍କୁ ପୋଷାକ ଉପରୁ ମଧ୍ୟ ସ୍ପର୍ଶ କରିଥାଏ, ତେବେ ତାହା ଯୌନ ଅପରାଧ ଭାବେ ବିବେଚିତ ହେବ। ଓଡ଼ିଶା ହାଇକୋର୍ଟ ‌ନାବାଳିକା ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ଏଥି ସହିତ ବସ୍‌ ଭିତରେ ଝରକା ପାଖ ସିଟ୍‌ରେ ବସିଥିବା ପୀଡ଼ିତାଙ୍କୁ ବାହାରପଟୁ ହାତ ଗଳାଇ ‌ଆକ୍ରମଣ କରିଥିବା ଆସାମୀକୁ ପୋକ୍‌ସୋ ଆଇନର ଧାରା ୮ ଓ ଆଇପିସିର ଦଫା ୩୫୪ରେ ଦୋଷୀ ସାବ୍ୟସ୍ତ କରି ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ‌ ଅଦାଲତ ପ୍ରଦାନ କରିଥିବା ୨୦୨୪ ଅକ୍ଟୋବର ୧ର ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଏହି ରାୟ ବିରୋଧରେ ଆସାମୀ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଡକ୍ଟର ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବତନ୍ତ୍ର ଅଦାଲତ ରାୟ ବିରୋଧରେ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଅଗଷ୍ଟ ୨୬ରେ ୧୭ ବର୍ଷୀୟା ନାବାଳିକା ପୀଡ଼ିତା ନିଜ ପରିବାର ସଦସ୍ୟଙ୍କ ସହ ଏକ ବସ୍‌ରେ ରାଇକିଆରୁ ଜି.ଉଦୟଗିରି ଯାଉଥିଲେ। ବସ୍‌ର ଡାହାଣ ପାଖ ଝରକା ଥିବା ସିଟ୍‌ରେ ପୀଡ଼ିତା ବସିଥିଲେ। ବସ୍‌ଟି ରାଇକିଆ ୟୁକୋ ବ୍ୟାଙ୍କଛକ ନିକଟରେ ଅଟକିଥିବା ବେଳେ ବାହାରୁ ଅଭିଯୁକ୍ତ ଜଣକ ଝରକା ବାଟେ ହାତ ଗଳାଇ ନାବାଳିକାଙ୍କ ପ୍ରତି ଅସଦାଚରଣ କରିଥିଲା। ନାବାଳିକା ଜଣକ ପାଟି କରିବାରୁ ତାଙ୍କ ପିତା ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସେଠାରୁ ଆକ୍ରମଣ କରି ଖସି ପଳାଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ପିତାଙ୍କ ଏତଲା ଆଧାରରେ ରାଇକିଆ ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଚିହ୍ନଟ କରିବା ସହିତ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ମାମଲାର ଶୁଣାଣି କରି ଆସାମୀକୁ ୩ବର୍ଷ ସଶ୍ରମ ଜେଲ୍‌ ଓ ୫୦୦୦ ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଥିଲେ। ଏହି ଦଣ୍ଡାଦେଶକୁ ବିରୋଧ କରି ଆସାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe